ଭୁବନେଶ୍ବର: ଆଲୋକର ପର୍ବ ଦୀପାବଳିକୁ ନେଇ ଚାରିଆଡ଼େ ଆଗ୍ରହ । ବାଣ କିଣାଠୁ ଆରମ୍ଭ କରି ଦୀପ ପ୍ରସ୍ତୁତି ବି ଜୋରସୋର । ହେଲେ ବାଣ ଫୁଟା ଓ ବାଣ ବିକ୍ରି ବେଳେ କିଭଳି ରହିବେ ସଚେତନ ସେ ନେଇ ଅଗ୍ନିଶମ ବିଭାଗ କରିଛି ପ୍ରସ୍ତୁତି । ଏନେଇ ବରମୁଣ୍ଡା ପଡିଆରେ ବିକ୍ରି ହେଉଥିବା ଅସ୍ଥାୟୀ ବାଣ ଦୋକାନମାନଙ୍କରେ ବୁଲି ବୁଲି ଯାଞ୍ଚ କରୁଛନ୍ତି ଅଗ୍ନିଶମ ଅଧିକାରୀ । ଦୀପାବଳିରେ ଅଘଟଣକୁ କିପରି ଏଡ଼ାଇ ଦିଆଯାଇପାରିବ ସେ ନେଇ ଅଗ୍ନିଶମ ବିଭାଗର ଅଧିକାରୀ ସଚେତନ କରାଇଛନ୍ତି ।
ଅସ୍ଥାୟୀ ବାଣ ଦୋକାନୀ ବାଣ ବିକ୍ରି ବେଳେ କିଭଳି ନିୟମ ପାଳନ କରୁଛନ୍ତି, ଦୋକାନ ପାଖରେ ନିୟମ ମୁତାବକ ମାନୁଛନ୍ତି କି ନାହିଁ ? ସେ ନେଇ ବରମୁଣ୍ଡା ପଡିଆଠୁ ଆରମ୍ଭ ରି ବିଭିନ୍ନ ଅସ୍ଥାୟୀ ବାଣ ଦୋକାନମାନଙ୍କରେ ବୁଲି ବୁଲି ଯାଞ୍ଚ କରୁଛନ୍ତି ଅଗ୍ନିଶମ ଅଧିକାରୀ । ବିଶେଷ କରି ଦୋକାନର ଦୂରତା ଓ ଦୋକାନର ବିକ୍ରି ପାଇଁ ହୋଇଥିବା ଦୋକାନର ମୁହଁ ଗୋଟିଏ ପଟକୁ ଓ ପଛ ଅନ୍ୟ ପାର୍ଶ୍ବକୁ ହୋଇଛି କି ନାହିଁ ? ତା ସହିତ ଦୋକାନର ଅନ୍ୟ ଗୋଟିଏ ଦୋକାନର ଦୂରତା ୩ ଫୁଟରୁ ଊର୍ଦ୍ଧ୍ବ ରହିଛି କି ନାହିଁ ? ଦୋକାନ ପାଖରେ ବାଲି ବସ୍ତା ସହ ଓଦା ବସ୍ତା ବା ପାଣି ଡ୍ରମ କିମ୍ବା ନିଆଁ ଲିଭା ଯନ୍ତ୍ର ରଖିଛନ୍ତି କି ନାହିଁ ?

ଏହା ବି ପଢନ୍ତୁ- Diwali 2023: SHG ମହିଳାଙ୍କ ଦୀପାବଳି ଷ୍ଟଲ, ମନ କିଣୁଛି ଗୋବର ଦୀପ
ସେହିପରି ଧୂମ୍ରପାନ ନିଷେଧ ସହ ଗାଡି ପାର୍କିଂ ପାଖରେ ନ କରିବା ଆଦି ବିଭିନ୍ନ ଦିଗକୁ ନେଇ ଯାଞ୍ଚ କରାଯାଉଛି । ଏନେଇ ଡେପୁଟି ଫାୟାର ଅଫିସର ଅବନି କୁମାର ସ୍ବାଇଁ ‘ଇଟିଭି ଭାରତ’କୁ ସୂଚନା ଦେଇ କହିଛନ୍ତି, "ଆମେ ବିଶେଷ କରି ଅସ୍ଥାୟୀ ଦୋକାନ ଯେଉଁଠି ଲାଇସେନ୍ସ ନେଇ ବାଣ ବିକ୍ରି କରୁଛନ୍ତି, ସେମାନଙ୍କ ଷ୍ଟଲର ସୁରକ୍ଷା ଦିଗକୁ ଯାଞ୍ଚ କରୁଛୁ । ଏଥି ସହିତ ସେମାନଙ୍କର କୌଣସି ତ୍ରୁଟି ଥିଲେ ସେ ଦିଗରେ ସଚେତନ କରୁଛୁ । ଯେଉଁମାନେ ବାଣ ଗଚ୍ଛିତ କରି ରଖିଛନ୍ତି ସେମାନେ ନେଇଥିବା ସୁରକ୍ଷା ସମ୍ପର୍କିତ ଆଦି ଦୃଷ୍ଟିରେ ରଖି ସବୁ ନିୟମ ପାଳନ କରୁଛନ୍ତି କି ନାହିଁ ତାହା ଯାଞ୍ଚ କରୁଛୁ । କାରଣ ଏତେ ମାତ୍ରାରେ ବାଣ ବିକ୍ରି ଓ ଗଚ୍ଛିତ ରଖିବା ବହୁତ ବିପଦ ହୋଇଥାଏ।"