ଓଡିଶା

odisha

By

Published : Mar 10, 2023, 10:08 PM IST

ETV Bharat / state

Aapda Prabandhan Puraskar : ଆପଦା ପ୍ରବନ୍ଧନ ପୁରସ୍କାର ପାଇଲା ଓଡିଶା

ଭାରତ ସରକାରଙ୍କ ପକ୍ଷରୁ ଆଜି ସୁଭାଷ ଚନ୍ଦ୍ର ବୋଷ ଅପଦା ପ୍ରବନ୍ଧନ ପୁରସ୍କାର ପ୍ରଦାନ କରାଯାଇଛି । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ୨୦୨୩ ବର୍ଷ ପାଇଁ ଓସଡମାକୁ ମିଳିଛି ସୁଭାଷ ଚନ୍ଦ୍ର ବୋଷ ଅପଦା ପ୍ରବନ୍ଧନ ପୁରସ୍କାର । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାକୁ ପୁରସ୍କୃତ କରିଛନ୍ତି । ଅଧିକ ପଢନ୍ତୁ

Aapda Prabandhan Puraskar : ଆପଦା ପ୍ରବନ୍ଧନ ପୁରସ୍କାର ପାଇଲା ଓଡିଶା
Aapda Prabandhan Puraskar : ଆପଦା ପ୍ରବନ୍ଧନ ପୁରସ୍କାର ପାଇଲା ଓଡିଶା

Aapda Prabandhan Puraskar : ଆପଦା ପ୍ରବନ୍ଧନ ପୁରସ୍କାର ପାଇଲା ଓଡିଶା

ନୂଆଦିଲ୍ଲୀ/ ଭୁବନେଶ୍ବର:ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡିଶାକୁ ମିଳିଛି ପୁନର୍ବାର ଜାତୀୟ ସ୍ବୀକୃତି । ୨୦୨୩ ବର୍ଷ ପାଇଁ ଓସଡମା ଗ୍ରହଣ କରିଛି ସୁଭାଷ ଚନ୍ଦ୍ର ବୋଷ ଅପଦା ପ୍ରବନ୍ଧନ ପୁରସ୍କାର । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓସଡମାକୁ ଏହି ପୁରସ୍କାର ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରୁ ପୁରସ୍କାର ଗ୍ରହଣ କରିଛନ୍ତି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓ ଏସଆରସି ନୀକୁଞ୍ଜ ବିହାରୀ ଧଳ ।

ଏହାବି ପଢନ୍ତୁ- ସରପ୍ଲସ ପାୱାର ପୋର୍ଟାଲ ଉନ୍ମୋଚିତ, ହାଇ ପ୍ରାଇସ ଡେ ଆହେଡ ମାର୍କେଟ ଶୁଭାରମ୍ଭ

ଭାରତ ସରକାରଙ୍କ ପକ୍ଷରୁ ଆଜି ସୁଭାଷ ଚନ୍ଦ୍ର ବୋଷ ଅପଦା ପ୍ରବନ୍ଧନ ପୁରସ୍କାର ପ୍ରଦାନ କରାଯାଇଛି । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ୨୦୨୩ ବର୍ଷ ପାଇଁ ଓସଡମାକୁ ମିଳିଛି ସୁଭାଷ ଚନ୍ଦ୍ର ବୋଷ ଅପଦା ପ୍ରବନ୍ଧନ ପୁରସ୍କାର । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାକୁ ପୁରସ୍କୃତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ହାତରୁ ପୁରସ୍କାର ଗ୍ରହଣ କରିଛନ୍ତି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓ ଏସଆରସି ନୀକୁଞ୍ଜ ବିହାରୀ ଧଳ ।

ଏହାବି ପଢନ୍ତୁ - ଓଡିଶା ମାଟରେ ଫଳୁଛି ମିଠା ମିଠା ଲାଲ୍ ଟହଟହ ଷ୍ଟ୍ରବେରୀ, ଆତ୍ମନିର୍ଭରଶୀଳ ହେଲେ ଆଦିମ ଜନଜାତି ମହିଳା

ପୁରସ୍କାର ବାବଦରେ ଓଡ଼ିଶାକୁ ନଗଦ ୫୧ ଲକ୍ଷ ଟଙ୍କା ଓ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅମୂଲ୍ୟ ଓ ନିଃସ୍ୱାର୍ଥପର ସେବା ପ୍ରଦର୍ଶନ କରିଥିବା ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ କାର୍ଯ୍ୟକୁ ସ୍ୱୀକୃତି ପ୍ରଦାନ କରିବା ଲାଗି ଏହି ପୁରସ୍କାର ଉଦିଷ୍ଟ । ପ୍ରତିବର୍ଷ ନେତାଜୀ ଜୟନ୍ତୀରେ ଏହି ପୁରସ୍କାର ଘୋଷଣା କରାଯାଇଥାଏ । ପୁରସ୍କାର ବାବଦରେ ଅନୁଷ୍ଠାନକୁ ନଗଦ ୫୧ ଲକ୍ଷ ଟଙ୍କା ଓ ପ୍ରମାଣପତ୍ର ପ୍ରଦାନ କରାଯାଏ ।

ସେହିପରି ବ୍ୟକ୍ତି ବିଶେଷଙ୍କୁ ୫ ଲକ୍ଷ ଟଙ୍କାର ନଗଦ ଅର୍ଥ ଓ ପ୍ରମାଣପତ୍ର ଦିଆଯାଏ । ଓସଡମା ସହ ମିଜୋରାମର ଲୁଙ୍ଗଲେଇ ଦମକଳ କେନ୍ଦ୍ର ମଧ୍ୟ ଅନୁଷ୍ଠାନ ବର୍ଗରେ ପୁରସ୍କାର ଗ୍ରହଣ କରିଛି । ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ ୧୯୯୯ ମହାବାତ୍ୟା ପରେ ଗଠିତ ହୋଇଥିଲା । ସେବେଠାରୁ ଏହା ବିପର୍ଯ୍ୟୟ ସମୟରେ ବିଭିନ୍ନ ଦାୟିତ୍ୱ ନିର୍ବାହ କରିଆସୁଛି । ଏହା ଏକ ବିପର୍ଯ୍ୟୟ ମୁକାବିଲା ବାହିନୀ ଓଡ୍ରାଫ ତିଆରି କରିଛି । ଏହା ମଧ୍ୟ ବିବିଧ ବିପଦର ଆଗୁଆ ସୂଚନା ସେବା ବ୍ୟବସ୍ଥା ପ୍ରବର୍ତ୍ତନ କରି ବିପର୍ଯ୍ୟୟ ମୁକାବିଲାରେ ଅତ୍ୟାଧୁନିକ ଟେକନୋଲୋଜି ଉପଯୋଗ କରୁଛି । ବିଭିନ୍ନ ବାତ୍ୟା ଓ ବନ୍ୟା ସମୟରେ ଓସଡମା ସାହାଯ୍ୟ ଏବଂ ଉଦ୍ଧାର କାର୍ଯ୍ୟ କରି ପ୍ରଶଂସିତ ହୋଇଛି । ରାଜ୍ୟର ୩୮୧ ସୁନାମି ପ୍ରବଣ ଗାଁରେ ଏହା ଗୋଷ୍ଠୀ ପ୍ରତିରୋଧ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମୁଦ୍ରକୂଳରୁ ଦେଢ଼ କିମି ଦୂରରେ ୮୭୯ଟି ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ନିର୍ମାଣ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details