ଭୁବନେଶ୍ବର:ରାଜ୍ୟରେ ପଶ୍ଚିମା ଝଡ଼ ବର୍ଷା ଜାରି ରହିଥିବା ବେଳେ ଆଗାମୀ ୨ଦିନ ପରେ ବଦଳିବ ପାଗ । କମିବ ବର୍ଷା ଓ ବଢିବ ତାପମାତ୍ରା । ପରେ ପୁଣି ୨୫ରୁ ହୋଇପାରେ ବର୍ଷା । ୨୩ ତାରିଖ ତଥା ଆଜି ରାଜ୍ୟରେ ସୃଷ୍ଟି ହୋଇପାରେ ଆଉ ଏକ ଝଡ଼ ବର୍ଷା । ଆଉ ଏକ ପଶ୍ଚିମା ଝଡ଼ ଆସିପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ୨୬ ପାଇଁ ଉପକୂଳ ଓଡ଼ିଶାକୁ ୱାର୍ଣ୍ଣିଂ ଜାରି କରାଯାଇଛି ।
ପଶ୍ଚିମା ଝଡ଼ର ପ୍ରଭାବରେ ଗତ ୨୪ ଘଣ୍ଟାରେ ବରଗଡ଼ ଜିଲ୍ଲାରେ ୩୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଅନ୍ୟ ସ୍ଥାନରେ ହାଲୁକା ଧାରଣା ବର୍ଷା ହୋଇଛି । ସର୍ବାଧିକ ଦିନ ତାପମାତ୍ରା ମାଲକାନଗିରି ୩୭ ଡିଗ୍ରୀ ହୋଇଛି। ବର୍ତ୍ତମାନ ପାଣିପାଗ ଆକଳନ ଅନୁସାର ଆଜି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଜିଲ୍ଲାଗୁଡ଼ିକ ହେଲା ମାଲକାନାଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡା, କନ୍ଧମାଳ, ଗଜପତି, ମୟୂରଭଞ୍ଜ, ବାଲେଶ୍ଵର ଏହି ସବୁ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ।
ଆସନ୍ତାକାଲିଠାରୁ ବର୍ଷାର ପ୍ରଭାବ ସେତେ ରହିବ ନାହିଁ କିନ୍ତୁ କିଛି ଜିଲ୍ଲାରେ ହାଲୁକା ମଧ୍ୟମ ଧରଣର ବର୍ଷା ହେବ । ୨୬ରୁ ବର୍ଷାର ମାତ୍ରା ବୃଦ୍ଧି ହେବ। ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ସହ ୩୦ରୁ ୪୦ ପବନ ବହିବାର ସମ୍ଭାବନା ରହିଛି । ୨୬ ପାଇଁ ଉପକୂଳ ଓଡ଼ିଶାକୁ ୱାର୍ଣ୍ଣିଂ ଜାରି କରାଯାଇଛି । ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ ଦକ୍ଷିଣରେ ମାଲକାନାଗିରି, କୋରାପୁଟ, ନବରଙ୍ଗୁର, କଳାହାଣ୍ଡି, କନ୍ଧମାଳ, ରାୟଗଡା, ସୁନ୍ଦରଗଡ଼, ମୟୂରଭଞ୍ଜ ବାଲେଶ୍ବର, ଭଦ୍ରକ, ଯାଜପୁର ଏହି ସବୁ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ୩୦ ରୁ ୪୦କିମି ବେଗରେ ପବନ ବହିବ।