ଭୁବନେଶ୍ବର:ରାଜ୍ୟରେ ବର୍ତ୍ତମାନ ତାତି କମିବା ସହ ତାପମାତ୍ରା ହ୍ରାସ ହୋଇଛି । ସକ୍ରିୟ ପଶ୍ଚିମା ଝଡ଼ ଓ ବାୟୁମଣ୍ଡଳରରେ ଥିବା ନିମ୍ନ ଚାପରେଖାକୁ ନେଇ କମିଛି ତାତି । ଏହି ଦୁଇ ନିୟାମକ ସହ କାଳବୈଶାଖୀ ବର୍ଷାର ସମ୍ଭାବନାକୁ ନେଇ ରାଜ୍ୟର ମେଘୁଆ ପାଗ ସହ ଅନେକ ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ କମିବା ସହ ବର୍ଷା ହୋଇଛି । ଆଗାମୀ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ପୁଣି ୨୮ ପରେ ବଢ଼ିବ ତାତି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଏହି ପୁର୍ବାନୁମାନକୁ ନେଇ ଉତ୍ତରପ୍ରଦେଶ ଅଞ୍ଚଳରେ ରହିଥିବ ନିମ୍ନ ଚାପରେଖା ପ୍ରଭାବରେ ଗତକାଲି ସାରା ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ବର୍ଷା ଅନୁଭୂତ ହୋଇଛି । ଆଜି ସକାଳ ସମୟରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିଛି । ୨୨, ୨୩ ଓ ୨୪ ତାରିଖରେ ସାରା ରାଜ୍ୟରେ ବିଜୁଳି ଘଡ଼ଘଡ଼ି ବର୍ଷାର ପ୍ରଭାବ ଜାରି ରହିବ । ଆଉ କେତେକ ସ୍ଥାନରେ କୁଆ ପଥର ବର୍ଷାର ସମ୍ଭାବନନା ରହିଛି । ୨୨ ଓ ୨୩ରେ ନିମ୍ନରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବାବେଳେ ୨୪ରେ ବର୍ଷାର ପରିମାଣ ଅଧିକ ରହିବ ।
ଏହା ବି ପଢନ୍ତୁ- ପଞ୍ଚଭୂତରେ ବିଲୀନ ହେଲେ ଶହୀଦ ଦେବାଶିଷ, କାନ୍ଦୁଛି ଜନ୍ମମାଟି