ଓଡିଶା

odisha

ETV Bharat / state

Odisha Weather: କାଳବୈଶାଖୀ ପ୍ରଭାବରୁ ୨ରୁ ୩ଦିନ ବର୍ଷା ! ୬ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ - ଓଡ଼ିଶା ପାଣିପାଗ

ଦକ୍ଷିଣ ବଙ୍ଗୋପସାଗରରେ ଆସନ୍ତା ୬ରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ପରେ ଆସନ୍ତା ୪୮ଘଣ୍ଟା ଭିତରେ ନେବ ଲଘୁଚାପର ରୂପ ନେବ ବୋଲି କହିଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ

Odisha Weather
Odisha Weather

By

Published : May 2, 2023, 6:39 PM IST

Odisha Weather: ଘୂର୍ଣ୍ଣିବଳୟ ସକ୍ରିୟ, କାଳବୈଶାଖୀ ପ୍ରଭାବରୁ ୨ରୁ ୩ଦିନ ବର୍ଷା ସମ୍ଭାବନା

ଭୁବନେଶ୍ବର:ଆସନ୍ତା ୬ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ୪୮ ଘଣ୍ଟା ଭିତରେ ଏହା ଅଧିକ ଘନୀଭୂତ ହୋଇ ଲଘୁଚାପର ରୂପ ନେବ । ପରବର୍ତ୍ତୀ ସମୟରେ ଲଘୁଚାପଟି ବାତ୍ୟାର ରୂପ ନେବାର ସମ୍ଭାବନାର ଆଶଙ୍କାକୁ ନେଇ ସତର୍କ କରାଇଲା ପାଣିପାଗ ବିଭାଗ । ଏହା ବାତ୍ୟା ମାସ ହୋଇଥିବାରୁ ସମ୍ଭାବ୍ୟ ଗ୍ରୀଷ୍ମ ଋତୁର ଗତିକୁ ନେଇ ଏଭଳି ଆକଳନ କରାଯାଇପାରେ ବୋଲି ପାଣିପାଗ ବିଭାଗ କହିଛି । ସେପଟେ କାଳବୈଶାଖୀ ପ୍ରଭାବରେ ଆସନ୍ତା ୨ରୁ ୩ ଦିନ ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ ବୋଲି କହିଛି ପାଣିପାଗ ବିଭାଗ ।

ସାଧାରଣତଃ ସମ୍ଭାବ୍ୟ ଗ୍ରୀଷ୍ମ ଋତୁର ବାତ୍ୟା ଏପ୍ରିଲ ଓ ମେ ମାସରେ ହିଁ ଓଡ଼ିଶାରେ ଦେଖାଯାଇଥାଏ । ତେଣୁ ବାତ୍ୟାର ଆଶଙ୍କାକୁ ଏଡାଇ ଦିଆଯାଇପାରିବ ନାହିଁ। କାରଣ ଗ୍ରୀଷ୍ମ ଋତୁରେ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଯୋଗୁଁ ତାପମାତ୍ରା ବୃଦ୍ଧି ହୋଇଥାଏ । ଆଉ ତାପମାତ୍ରା ବୃଦ୍ଧି ଫଳରେ କାଳବୈଶାଖୀ ସକ୍ରିୟ ଥାଏ । ତେଣୁ ବର୍ଷା ସହ ବାତ୍ୟାର ଆଶଙ୍କା ରହିଥାଏ । ଅନ୍ୟପଟେ ସମ୍ଭାବ୍ୟ ଗ୍ରୀଷ୍ମ ଋତୁର ବାତ୍ୟାର ସଙ୍କ ରାଜ୍ୟରେ ରହିଥିବା ବେଳେ ଏହି ଲଘୁଚାପଟି ବାତ୍ୟାର ରୁପ ନେବକି ନାହିଁ ଏନେଇ କୌଣସି ସ୍ପଷ୍ଟ ସୂଚନା ନଥିବା କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସେହିପରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମଧ୍ୟ ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡଘଡି ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ଦକ୍ଷିଣ ଓ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । କାଳବୈଶାଖୀ ବର୍ଷା ସହ ପବନର ବେଗ ଘଣ୍ଟା ପ୍ରତି ୩୦ କିମି ରହିବା ସହ ୧୦ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଗାମୀ ୫ଦିନ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ୫ ଦିନ ପରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବ।

ଏହା ବି ପଢନ୍ତୁ- CM Review Meeting: ଅପ୍ରତ୍ୟାଶିତ ବାତ୍ୟା ନେଇ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ସେହିପରି ଆସନ୍ତାକାଲି ଓ ପରଦିନ ଅର୍ଥାତ ୩ରୁ ୪ ତାରିଖରେ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ଥିବା ବେଳେ ରାଜ୍ୟର କିଛି ଅଂଚଳରେ ବିଜୁଳି ଘଡଘଡି ସହ ବର୍ଷ ହେବାର ସମ୍ଭାବନା ଠାବ କହିଛି ପାଣିପାଗ ବିଭାଗ । ଏହି ସମୟରେ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନା ରହିଛି । ଏନେଇ ୨୬ ଜିଲ୍ଲାକୁ ଆସନ୍ତାକାଲି ପାଇଁ ଓ ପରଦିନ ପାଇଁ ୧୩ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ୨୩ ସହରରେ ୩୦ ଡିଗ୍ରୀ ଭିତରେ ତାପମାତ୍ରା ରହିଥିବା ବେଳେ ରାଜ୍ୟର ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି । ଅନେକ ସ୍ଥାନରେ ମେଘୁଆ ପାଗ ରହିଥିବାରୁ ତାପମାତ୍ରା କମ ରହିଥିବା ବିଭାଗ ସୂଚନ ଦେଇଛି । ପୁଣି ୫ ତାରିଖ ପରେ ତାପମାତ୍ରା ବଢିବାର ସମ୍ଭାବନା ଥିବା ବିଭାଗ କହିଥିବା ବେଳେ ୫ ଯାଏଁ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । ଗତକାଲି ରାୟଗଡ଼ାର ବିଷମ କଟକଠାରେ ସର୍ବାଧିକ ୨୨.୨ ମିମି ବର୍ଷା ରେକର୍ଡ କରାଯାଇଛି । ପରେ ୫ରୁ ୧୧ ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଦକ୍ଷିଣ ବଙ୍ଗୋପସାଗର ଓ ଶ୍ରୀଲଙ୍କା ପାଖରେ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details