ଓଡିଶା

odisha

ETV Bharat / state

Weather: ୨୩ରୁ ସମୁଦ୍ର ଅଶାନ୍ତ, ୨୪ରୁ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା - ପ୍ରବଳ ବର୍ଷା

ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ । ଆସନ୍ତା ୨୩ରେ ସମୁଦ୍ର ଅଶାନ୍ତ ରହିବା ସହିତ ୨୪ ଓ ୨୫ରେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

Weather: ୨୩ରୁ ସମୁଦ୍ର ଅଶାନ୍ତ, ୨୪ରୁ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା
Weather: ୨୩ରୁ ସମୁଦ୍ର ଅଶାନ୍ତ, ୨୪ରୁ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା

By

Published : Oct 20, 2022, 10:24 PM IST

ଭୁବନେଶ୍ବର:ଉତ୍ତର-ଆଣ୍ଡାମାନ ସାଗର ତତ-ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣପୂର୍ବ ସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ଲଘୁଚାପଟି ୨୨ରେ ଅବପାତର ରୂପ ନେବ । ୨୪ରେ ବାତ୍ୟାରେ ପରିଣତ ହୋଇ ଓଡି଼ଶା ଉପକୂଳ ପାଖାପାଖି ଦେଇ ଗତି କରିବ ବୋଲି କହିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।

Weather: ୨୩ରୁ ସମୁଦ୍ର ଅଶାନ୍ତ, ୨୪ରୁ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା

ପାଣିପାଗ ବିଭାଗର ସୂଚନା ଅନୁସାରେ ୨୩ରେ ଗଭୀର ଅବପାତ ରୂପ ନେଇ ୨୪ରେ ବାତ୍ୟାରେ ପରିଣତ ହୋଇ ଦିଗ ପରିବର୍ତ୍ତନ କରିବ । ଦିଗ ପରିବର୍ତ୍ତନ କରି ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରିବ । ବାତ୍ୟା ଓଡ଼ିଶା ଉପକୂଳ ପାଖାପାଖି ଗତି କରି ପଶ୍ଚିମ ବଙ୍ଗ ବାଂଲାଦେଶକୁ ମୁହାଁଇବ । ୨୫ ସୁଦ୍ଧା ବାତ୍ୟା ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ପହଞ୍ଚିବ । ତେବେ ଏହି ପଶ୍ଚିମବଙ୍ଗ-ବାଂଲାଦେଶ ଉପରେ ଏହାର ସର୍ବାଧିକ ପ୍ରଭାବ ରହିବ । ତେବେ ବାତ୍ୟାର ତୀବ୍ରତା କେତେ ରହିବ ବର୍ତ୍ତମାନ ଯାଏଁ ଆକଳନ କରାଯାଇନାହିଁ ।

ଏହା ବି ପଢନ୍ତୁ- ବାତ୍ୟା ପାଇଁ ପ୍ରସ୍ତୁତି ଚୂଡାନ୍ତ, ସୂଚନା ଦେଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ

ଓଡ଼ିଶାରେ ୨୪ ଓ ୨୫ରେ ଉପକୂଳ ଅଞ୍ଚଳରେ ବର୍ଷା ହେବ । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଓଡ଼ିଶା ଉପକୂଳରେ ୨୩ରୁ ସମୁଦ୍ର ଅଶାନ୍ତ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଅନ୍ୟପଟେ ରାଜ୍ୟରୁ ମୌସୁମୀ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ୨ଦିନ ମଧ୍ୟରେ ଓଡି଼ଶା ଛାଡିବ ମୌସୁମୀ ବାୟୁ । ରାଜ୍ୟର ଅନେକ ଅଞ୍ଚଳରୁ ଆଜି ମୌସୁମୀ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଏହା ବି ପଢନ୍ତୁ- Cyclone Alert: ଓଡିଶା ଉପକୂଳ ଛୁଇଁ ଚାଲିଯିବ ବାତ୍ୟା

ଆଗାମୀ ୨ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଓଡି଼ଶାରୁ ଅପସାରଣ ପାଇଁ ପାଗ ଅନୁକୂଳ ରହିଥିବା କହିଛି ବିଭାଗ । ତେବେ ଆଜି ଉତ୍ତର ସମ୍ପୂର୍ଣ୍ଣ ଓଡି଼ଶା ସହ ଦକ୍ଷିଣ ଓଡ଼ିଶାର ନୟାଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗୀରରୁ ମୌସୁମୀ ସମ୍ପୂର୍ଣ୍ଣ ଅପସାରଣ ହୋଇଥିବା ବେଳେ ପୁରୀ, ଖୋର୍ଦ୍ଧା, କନ୍ଧମାଳ, କଳାହାଣ୍ଡି ଏବଂ ନୂଆପଡାରୁ ଆଂଶିକ ଭାବେ ମୌସୁମୀ ଅପସାରଣ ହୋଇଛି ।

ଅନ୍ୟପଟେ ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଜୋରଦାର କରିଛନ୍ତି ରାଜ୍ୟ ସରକାର । ଉପକୂଳବର୍ତ୍ତୀ ୭ଟି ଜିଲ୍ଲାକୁ ଆଲର୍ଟ ଜାରି ହୋଇଛି । ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯିବା ସହ ସପ୍ତାହ ଯାଏଁ ହେଡକ୍ବାର୍ଟର ନ ଛାଡିବାକୁ କୁହାଯାଇଛି । ଏହାସହିତ ଜିଲ୍ଲା ଗୁଡିକରେ ମେଡିସିନ, ପିଇବା ପାଣି, ଡଙ୍ଗା ଆବଶ୍ୟକ ମୁତାବକ ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details