ଓଡିଶା

odisha

ETV Bharat / state

କ୍ରିପ୍ଟୋ ନିବେଶ ଆଳରେ ଭାରତରୁ ଠକେଇ, ୟୁରୋପୀୟ ଠକ ନାଁରେ ଲୁକଆଉଟ୍ ସର୍କୁଲାର - ୟୁରୋପୀୟ ଠକ ନାଁରେ ଲୁକଆଉଟ୍ ସର୍କୁଲାର

ଚାଇନା ପରେ ୟୁରୋପୀୟଙ୍କ ନଜରରେ ଭାରତ । କ୍ରିପ୍ଟୋ ନିବେଶ ଆଳରେ ଭାରତୀୟଙ୍କଠୁ ଅର୍ଥ ଲୁଟୁଥିଲେ ୟୁରୋପୀୟ ଠକ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Aug 19, 2023, 10:14 PM IST

କ୍ରିପ୍ଟୋ ନିବେଶ ଆଳରେ ଭାରତରୁ ଠକେଇ

ଭୁବନେଶ୍ବର: ଭାରତୀୟ ନିବେଶକଙ୍କ ଟଙ୍କା ଠକିବାକୁ ବିଦେଶୀଙ୍କ ଚାଲ୍ । ଚାଇନା ପରେ ୟୁରୋପୀୟ ଠକଙ୍କ ବଡ ଷଡ଼ଯନ୍ତ୍ରର ଖୁଲାସା । ୟୁରୋପୀୟ ଠକ ନାଁରେ ଜାରି ହେଲା ଲୁକ ଆଉଟ୍ ସର୍କୁଲାର । ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଅନୁରୋଧ କ୍ରମେ ୟୁରୋପୀୟ ଠକ ଡେଭିଡ ଗେଜ୍ ନାଁରେ ଲୁକଆଉଟ ସର୍କୁଲାର ଜାରି କରିଛି ବ୍ୟୁରୋ ଅଫ ଇମିଗ୍ରେସନ ।

ଇଓଡବ୍ଲୁ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ STA କ୍ରିପ୍ଟୋ ପୁଞ୍ଜି ସ୍କିମ ମାମଲା ଏହି ଠକର ସମ୍ପୃକ୍ତି ଥିବା ଜଣାପଡିଛି । ଏରିଆ ସଂସ୍ଥାର ପୂର୍ବରୁ ଗିରଫ ହୋଇଥିବା ଭରତୀୟ ହେଡ୍ ଗୁରୁତେଜ ସିଂଠାରୁ ମିଳିଥିବା ତଥ୍ୟ ଆଧାରରେ ତାକୁ ଧରିବା ପାଇଁ ଇଓଡବ୍ଲୁ ଏପରି ସର୍କୁଲାର ଜାରି ପାଇଁ ଚିଠି ଲେଖିଥିଲା । ଯେକୌଣସି ଭାରତୀୟ ଏୟାରପୋର୍ଟରେ ନଜର ଆସିଲେ ତୁରନ୍ତ ତାଙ୍କୁ ଗିରଫ ପାଇଁ ଏହି ସର୍କୁଲାରର ନିୟମ ରହିଛି । ଲୋକଙ୍କୁ କ୍ରିପ୍ଟୋ ନିବେଶରେ ବିଭିନ ସ୍କିମ ଆଳରେ ଠକାମି କରୁଥିଲା STA କ୍ରିପ୍ଟୋ ସଂସ୍ଥା । ଏନେଇ ଭାରତୀୟ ବଜାରରେ ଏକ ପିରାମିଡ ଚେନ ତିଆରି କରି ଠକେଇ ପାଇଁ ନିଜର ନେଟୱର୍କ ତିଆରି କରିଥିଲା ‌।

ଏହା ବି ପଢନ୍ତୁ- Online Ponzi Scam: ବ୍ୟବସାୟ ଆଳରେ ଭାରତରୁ ଲୁଟ, ଚାଇନିଜ୍ ଠକ ନାଁରେ ଲୁକଆଉଟ୍ ସର୍କୁଲାର

ଏପରିକି ସେଲିବ୍ରେଟି ଓ ବଡ ବଡ ପ୍ରଭାବଶାଳୀ ଲୋକଙ୍କ କାର୍ଯକ୍ରମ ଆୟୋଜନ କରି ଏହି ସବୁ କାର୍ଯ୍ୟକ୍ରମରେ ଲୋକଙ୍କୁ ଠକେଇ ପାଇଁ ବିଭିନ୍ନ ସ୍କିମର ଅଫର୍ ଦେଉଥିଲେ ‌। ସଞ୍ଚୟ ଧନକୁ ଟଙ୍କା ବା ସୁନା ଗହଣା ବା ବ୍ୟାଙ୍କରେ ନରଖି ଅନ୍ତର୍ଜାତୀୟ ବଜାରରେ ଯାହାର ଚାହିଦା ରହିଛି ସେନେଇ STAକ୍ରିପ୍ଟୋରେ ନିବେଶର ଲୋଭ ଦେଇ ଲୋକଙ୍କ ଅଜାଣତରେ ତାଙ୍କୁ ଠକେଇ କରୁଥିଲା ସଂସ୍ଥା । ଏହି ଠକେଇର ପ୍ଲାନ ଓଡ଼ିଶାରେ ବାଲେଶ୍ବର, ଯାଜପୁର ଆଦି ଅଞ୍ଚଳରେ ତିଆରି କରି ଓଡ଼ିଶାରୁ ୩୦କୋଟିରୁ ଊର୍ଦ୍ଧ୍ବ ଓ ସାରା ଭାରତରୁ ୧୦୦୦କୋଟିରୁ ଊର୍ଦ୍ଧ୍ବ ଠକେଇ ହୋଇଛି । ତେବେ ଠକେଇ ସିଣ୍ଡିକେଟର ଇଣ୍ଟର ନ୍ୟାସନାଲ ହେଡ ବା ମୁଖ୍ୟ ଡେଭିଡ ଗେଜ ବିରୁଦ୍ଧରେ ଗିରଫ ଧରି ପାଇଁ ଏଭଳି ଜାରି ହୋଇଛି ଲୁକ୍ ଆଉଟ୍ ସର୍କୁଲାର ।

ଡେଭିଡ ଗେଜ ଦୁଇ ଥର ଭାରତ ଆସିଛି ବୋଲି ତାର‌ ଗିରଫ ଭାରତୀୟ ସହଯୋଗୀଙ୍କଠାରୁ ସୁରାକ ମିଳିଛି । ଓଡ଼ିଶାରେ ହୋଇଥିବା ଠକେଇ ପ୍ରମୋସନ ବେଳେ ମଧ୍ୟ ଓଡ଼ିଶା ଆସିଥିବା ମଧ୍ୟ ଏସଟିଏଫ ସୂଚନା ପାଇଛି । ଓଡ଼ିଶାରେ ଭୁବନେଶ୍ବର ଓ ଭଦ୍ରକରେ ମିଟିଂ କରିଥିଲା ଡେଭିଡ ଗେଜ । ସେ ଟୁରିଷ୍ଟ ଭିସାରେ ଆସି ବିଜନେସ ପ୍ରମୋସନ୍ ଆଳରେ କ୍ରିପ୍ଟୋ ସିଣ୍ଡିକେଟରେ ନିରୀହ ଲୋକଙ୍କ ସଞ୍ଚିତ ଧନକୁ ଠକି ନେଉଥିଲା। ଯାହାକି ବେଆଇନ ହୋଇଥିବାରୁ ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ମଧ୍ୟ ଏନେଇ EOW ଅବଗତ କରାଇଛି ।

ତେବେ ଏହା ପଛରେ ନେଦରଲାଣ୍ଡର ଜଣେ ନାଗରିକ ଫକୀର କନେକ୍ସନ ଥିବା ମଧ୍ୟ EOW ସୁରାକ ପାଇଛି । ଭାରତୀୟ ବଜାରରେ ବ୍ୟବସାୟ ଆଳରେ ଠକେଇ କରୁଥିବା ୫ଜଣ ଚାଇନିଜ୍ ଠକଙ୍କ ନାଁରେ ମଧ୍ୟ ଲୁକ ଆଉଟ୍ ସର୍କୁଲାର ପୂର୍ବରୁ ଜାରି କରାଯାଇଛି। ସେମାନେ ହେଲେ ବେଆଇନ ଋଣ ଆପ କେସର ଲିୟୁ ୟି, ଜିନ ପେଙ୍ଗ୍ । ସେହିପରି ଆଉ ଏକ ଲୋନ ଆପ କେସରେ ୩ ଚାଇନିଜ୍ ଠକ ସେନ ଜେନହୁଆ, କ୍ବାନ ହଙ୍ଗ ଓ୍ବେଇ, ୟାଙ୍ଗ ହାଇୟିଙ୍ଗଙ୍କ ବିରୋଧରେ ଲୁକଆଉଡ ସର୍କୁଲାର ଜାରି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details