ଭୁବନେଶ୍ବର: ଫିଟୁଛି ଜାଗା ବାଡି ଠକ ଗ୍ୟାଙ୍ଗର ଠକେଇ ଗୁମର । ସାମ୍ନାକୁ ଆସିଲା ଠକ ଲେଡିର ଫାଇନାନ୍ସ ଠକେଇ । ନକଲି ଜମି ମାଲିକ ସାଜି ଠକେଇ କରୁଥିବା ଜଗତସିଂହପୁର ରାହାମାର ଠକ ଲେଡି ସବିତା ଦାସଙ୍କୁ ଗିରଫ କରିଥିଲା ଇଓଡବ୍ଲୁ । ଏବେ ତାଙ୍କର ଅନ୍ୟ ଜଣେ ସହଯୋଗୀଙ୍କୁ ଗିରଫ କରିବା ପରେ ଠକେଇର ଆଉ ଏକ ଫର୍ଦ୍ଦ ସାମ୍ନାକୁ ଆସିଛି । ମହିଳା ଜଣଙ୍କ ଅନ୍ୟ ନାଁରେ ଆକାଉଣ୍ଟ ଖୋଲି କରୁଥିଲେ ଫାଇନାନ୍ସ ଠକେଇ । ତାଙ୍କର ଅନ୍ୟତମ ସହଯୋଗୀ ଗୌର ପ୍ରସାଦ ମହାନ୍ତିକୁ ଶୁକ୍ରବାର ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଟିମ୍ । ଯାହାର ଘର ଖୋର୍ଦ୍ଧା ପାଲାହାଟ ବୋଲି ଇଓଡବ୍ଲୁ ଏସପି ଦିଲ୍ଲୀପ ତ୍ରିପାଠୀ ସୂଚନା ଦେଇଛନ୍ତି ।
ଠକ ଲେଡିଙ୍କ ସହଯୋଗୀଙ୍କୁ ଗିରଫ ପରେ ସାମ୍ନାକୁ ଆସିଛି ଠକ ଗ୍ୟାଙ୍ଗର ଠକେଇର ଆଉ ଏକ ନୂଆ ଟ୍ରିକ୍ । ଏମାନେ କେବଳ ଜମି ବିକ୍ରି ଆଳରେ ଠକେଇ କରୁନଥିଲେ ବରଂ ବ୍ୟାଙ୍କ ଓ ଫାଇନାନ୍ସ କମ୍ପାନୀଙ୍କୁ ମଧ୍ୟ ଚୂନ ଲଗାଇଛନ୍ତି । ଯାହାକି ଇଓଡବ୍ଲୁ ଜାଣିବାକୁ ପାଇଛି । କାରଣ ଅନ୍ୟ ନାଁରେ ଫେକ ଆଧାରକାର୍ଡ ଓ ଭୋଟ ପରିଚୟ ପତ୍ରରେ ଆକାଉଣ୍ଟ ଖୋଲି ବିଭିନ୍ନ ଇଲୋକ୍ଟ୍ରୋନିକ୍ସ ସୋରୁମକୁ ଯାଇ କେଉଁଠି ଟିଭି ତ କେଉଁଠି ଫ୍ରିଜ୍ , ଏସି ଓ ଓ୍ବାସିଙ୍ଗ ମେସିନ ଭଳି ଜିନିଷ କିଣି ଫାଇନାନ୍ସ ନେଇ ଠକେଇ କରିଛନ୍ତି । ଅର୍ଥାତ ପୂର୍ବରୁ ଗିରଫ ହୋଇଥିବା ଠକ ଲେଡି ସବିତା ଦାସ ଓ ତାଙ୍କ ସହଯୋଗୀ ମାନେ ମିଶି ଏକ ଫେକ ଆଧାରକାର୍ଡ ଓ ଡକୁମେଣ୍ଟରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ନିଜକୁ ରଙ୍ଗଲତା ସ୍ବାଇଁ ବୋଲି ଅନ୍ୟର ଏକ ନକଲି ପରିଚୟ ଦେଇ ବିଭିନ୍ନ ଇଲୋକ୍ଟ୍ରୋନିକ୍ସ ସୋରୁମରୁ ହାତେଇଥିଲେ ଫାଇନାନ୍ସ ।
ଏହା ମଧ୍ୟ ପଢନ୍ତୁ-ଘର ଦେବା ନାଁରେ 16 କୋଟି ଠକେଇ: କମ୍ପାନୀର ଅତିରିକ୍ତ ନିର୍ଦ୍ଦେଶକଙ୍କୁ ବାନ୍ଧିଲା EOW