ଓଡିଶା

odisha

By

Published : Jul 20, 2023, 4:49 PM IST

ETV Bharat / state

ଘର ଦେବା ନାଁରେ 16 କୋଟି ଠକେଇ: କମ୍ପାନୀର ଅତିରିକ୍ତ ନିର୍ଦ୍ଦେଶକଙ୍କୁ ବାନ୍ଧିଲା EOW

ଘର ଦେବା ଆଳରେ ୧୬ କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ମିଶ୍ର କ୍ରିଏସନ ପ୍ରାଇଭେଟ ଲିମିଟେଡ଼ର ଅତିରିକ୍ତ ନିର୍ଦ୍ଦେଶକ ଅଭିଯୁକ୍ତ ସନ୍ତୋଷ କୁମାର ରଥକୁ ଗିରଫ କରିଛି କ୍ରାଇମବ୍ରାଞ୍ଚର EOW । ଅଧିକ ପଢନ୍ତୁ

EOW ପଞ୍ଝାରେ ଅତିରିକ୍ତ ନିର୍ଦ୍ଦେଶକ
EOW ପଞ୍ଝାରେ ଅତିରିକ୍ତ ନିର୍ଦ୍ଦେଶକ

EOW ପଞ୍ଝାରେ ଅତିରିକ୍ତ ନିର୍ଦ୍ଦେଶକ

ଭୁବନେଶ୍ବର: EOW ହାତରେ ବଡ଼ ଧରଣର ଠକେଇ ସଂସ୍ଥା । ଘର ଦେବ କହି ସଂସ୍ଥା ଠକିଥିବାବେଳେ ୧୬ କୋଟି ଟଙ୍କା ଠକେଇ ଅଭିଯୋଗରେ ରିଏଲ ଇଷ୍ଟେଟ କମ୍ପାନୀର ଅତିରିକ୍ତ ନିର୍ଦ୍ଦେଶକ ଗିରଫ ହୋଇଛନ୍ତି । ମିଶ୍ର କ୍ରିଏସନ ପ୍ରାଇଭେଟ୍‌ ଲିମିଟେଡର ଅତିରିକ୍ତ ନିର୍ଦ୍ଦେଶକ ଅଭିଯୁକ୍ତ ସନ୍ତୋଷ କୁମାର ରଥକୁ ଗିରଫ କରିଛି କ୍ରାଇମବ୍ରାଞ୍ଚର EOW । ଘର ଦେବା ନାଁରେ ୮ ବର୍ଷ ହେବ ଲୋକମାନଙ୍କୁ ଠକି ଆସୁଥିବାବେଳେ ଆଜି ପୋଲିସ ହାତରେ ଧରା ପଡ଼ିଛି ଅଭିଯୁକ୍ତ ସନ୍ତୋଷ କୁମାର ରଥ ।

ତେବେ ରସୁଲଗଡ଼ ଅଞ୍ଚଳର ସ୍ବଦେଶ ରାୟ ଚୌଧୁରୀଙ୍କ ଅଭିଯୋଗକ୍ରମେ ସନ୍ତୋଷକୁ ଗିରଫ କରିଛି EOW । ସୂଚନା ଅନସାରେ, ଚନ୍ଦକା ଅଞ୍ଚଳରେ ଫ୍ଲାଟ ଦେବାକୁ କହି ୨୦୧୬ ମସିହାରେ ୧୬ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲା ସଂସ୍ଥା । ଆଉ ଟଙ୍କା ନେବା ପରେ ୩୦ ମାସ ମଧ୍ୟରେ ଫ୍ଲାଟ ଦେବାକୁ କହିଥିଲା ସଂସ୍ଥା । ନହେଲେ ଟଙ୍କା ଫେରସ୍ତ କରିବ ବୋଲି ସଂସ୍ଥା ସହିତ ଚୁକ୍ତି ହୋଇଥିଲା । ହେଲେ ଚୁକ୍ତି ସରିଗଲା ପରେ ଫୋନ୍‌ ସ୍ବିଚ୍‌ ଅଫ୍ କରିବା ସହ ଲୁଚି ରହିଥିଲେ ସଂସ୍ଥାର ସଦସ୍ୟ । ଏହା ପରେ ଟଙ୍କା ଦେଇଥିବା ଗ୍ରାହକଙ୍କୁ ଘର ମିଳିନଥିଲା ।

ତେବେ ସଂସ୍ଥା ପକ୍ଷରୁ ୟୁଟୋପିଆ ପ୍ରକଳ୍ପରେ ଫ୍ଲାଟ୍‌ ଦେବାକୁ କୁହାଯାଇଥିଲା । ଯାହାର କାର୍ଯ୍ୟ ଏବେ ବି ଚାଲିଛି । ଏଥିରେ ୧୦ଟି ବ୍ଳକ୍‌ ଓ ଗୋଟିଏ ସବ୍‌ ବ୍ଲକରେ ୧୮ ରୁ ୨୦ ଫ୍ଲାଟ ରହିଥିବାବେଳେ ଏହାର ମାର୍କେଟିଂ ଦାୟିତ୍ବରେ ଥିଲେ ସନ୍ତୋଷ । ପାଖାପାଖି ୩୦ ଜଣଙ୍କଠାରୁ ୧୫ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଅଗ୍ରୀମ ଆକାରରେ ସମ୍ପୃକ୍ତ ବିଲ୍ଡର ସଂସ୍ଥା ନେଇଥିବା ଅଭିଯୋଗ ହୋଇଥିଲା । ତେବେ ଫ୍ଲାଟ୍‌ ମିଳିବା ପରେ ବକେୟା ଅର୍ଥ ଦେଇଥାଆନ୍ତେ ଗ୍ରାହକ । ହେଲେ ୮ ବର୍ଷ ପରେ ମଧ୍ୟ ଫ୍ଲାଟ୍‌ ମିଳିନଥିବାବେଳେ ଟଙ୍କା ଫେରସ୍ତ ମଧ୍ୟ ପାଇନଥିଲେ ଗ୍ରାହକ । ଯାହାକୁ ନେଇ EOW ନିକଟରେ ଅଭିଯୋଗ କରିଥିଲେ ସ୍ବଦେଶ ଚୌଧୁରୀ ।
ଏହା ମଧ୍ୟ ପଢନ୍ତୁ...Keonjhar insurance scam: ବୀମା ଠକେଇ ମାମଲାର ତଦନ୍ତ କରିବ ସିବିଆଇ

ଅଭିଯୋଗ ଆଧାରରେ ଠକ ସନ୍ତୋଷ ବିରୋଧରେ ଆକ୍ସନ ନେଇଛି EOW । ଅଭିଯୁକ୍ତ ସନ୍ତୋଷକୁ IPC ଦଫା 406, 420, 467, 468, 471,120Bରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ସେପଟେ ଏହି ବଡ଼ ଧରଣର ଠକେଇରେ ପୂର୍ବରୁ ସଂସ୍ଥାର MD ଜ୍ୟୋତି ମିଶ୍ରଙ୍କୁ EOW ମେ' ୧୬ ତାରିଖରେ ଗିରଫ କରିଥିଲା । ଆଜି ଜ୍ୟୋତିଙ୍କ ମୁଖ୍ୟ ସହଯୋଗୀ ସନ୍ତୋଷ ରଥଙ୍କୁ ମଧ୍ୟ ଗିରଫ କରି ପଚରାଉଚରା କରିଥିବା ଜଣାପଡିଛି । ତେବେ ଏହି ଠକାମିରେ ଆହୁରି ଅନେକ ଅଭିଯୁକ୍ତ ସାମିଲ ଥିବା ସନ୍ଦେହ କରାଯାଉଛି । ଏନେଇ EOW ଏସପି କହିଛନ୍ତି, "ପର୍ଯ୍ୟାୟକ୍ରମେ ସମସ୍ତଙ୍କୁ ଗିରଫ କରାଯିବ।"


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details