ଓଡିଶା

odisha

By

Published : Oct 20, 2022, 4:16 PM IST

ETV Bharat / state

ସମ୍ଭାବ୍ୟ ବାତ୍ୟାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତି

ସମ୍ଭାବ୍ୟ ବାତ୍ୟାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତି । ବଙ୍ଗୋପସାଗରରେ ସାମ୍ଭାବ୍ୟ ବାତ୍ୟାକୁ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର:ଓଡିଶା ପାଇଁ ଆଶ୍ବସ୍ତିକର ଖବର, ଓଡିଶା ଉପକୂଳ ଛୁଇଁ ଚାଲିଯିବ ବାତ୍ୟା । ଏହି ସମ୍ଭାବ୍ୟ ବାତ୍ୟା ପଶ୍ଚିମବଙ୍ଗ-ବାଲାଂଦେଶ ମୁହାଁ ହେବ । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ବଙ୍ଗୋବସାଗରରେ ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ(Odisha Health Department ) । ସମସ୍ତ ଡାକ୍ତରଖାନାରେ ଅତ୍ୟାବଶ୍ୟକ ଔଷଧ ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍ ରଖିବାକୁ ପରାମର୍ଶ ଦିଆଯାଇଛି ।

ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତି

ସେହିପରି ବ୍ଲିଚିଂ ପାଉଡର, କ୍ଲୋରାଇନ୍ ଟାବଲେଟ୍, ଚୂନ ପାଉଡରର ପର୍ଯ୍ୟାପ୍ତ ଷ୍ଟକ୍ ମଧ୍ୟ ନିଶ୍ଚିତ କରାଯିବ । ଗର୍ଭବତୀ ମହିଳାମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ । ଆଗାମୀ 10 ଦିନ ମଧ୍ୟରେ ପ୍ରସବ ତାରିଖ ରହିଥିବା ଗର୍ଭବତୀ ମହିଳାଙ୍କୁ ଆଶାକର୍ମୀଙ୍କ ସାହାଯ୍ୟରେ ନିକଟସ୍ଥ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ । ସେହିପରି ସମସ୍ତ PHC, CHCs, DHH ଏବଂ ଅନ୍ୟାନ୍ୟ ଡାକ୍ତରଖାନା ଗୁଡ଼ିକରେ ପାୱାର୍ ବ୍ୟାକ ଅପ୍ ବ୍ୟବସ୍ଥା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଏନେଇ ସୂଚନା ଦେଇଛନ୍ତି ଜନ ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ଉପକୂଳବର୍ତ୍ତୀ ୭ଟି ଜିଲ୍ଲାକୁ ଆଲର୍ଟ ଜାରି ହୋଇଛି । ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯିବା ସହ ସପ୍ତାହ ଯାଏଁ ହେଡକ୍ବାର୍ଟର ନ ଛାଡିବାକୁ କୁହାଯାଇଛି । ଏହା ସହିତ ଜିଲ୍ଲା ଗୁଡିକରେ ମେଡିସିନ, ପିଇବା ପାଣି, ଡଙ୍ଗା ଆବଶ୍ୟକ ମୁତାବକ ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ, କଲେଜ, ସ୍କୁଲ ଓ କଲ୍ୟାଣ ମଣ୍ଡପ ଗୁଡିକୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ଏହି ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

ଏହା ମଧ୍ୟ ପଢନ୍ତୁ-Cyclone Alert: ଓଡିଶା ଉପକୂଳ ଛୁଇଁ ଚାଲିଯିବ ବାତ୍ୟା

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀଙ୍କୁ ସତର୍କ ରହିବାକୁ କୁହାଯାଇଛି । ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାପରେ ସମୁଦ୍ରରେ ପବନର ବେଗର ୪୫ରୁ ୫୫ କିମି ରହିବ । କେନ୍ଦ୍ରୀୟ ପଶ୍ଚିମ ବଙ୍ଗୋପସାଗରରେ ଏହା ୬୫ କିମି ମଧ୍ୟ ଛୁଇଁପାରେ । ଏଥିପାଇଁ ଅକ୍ଟୋବର ୨୨ ଓ ୨୩ ତାରିଖରେ ଓଡ଼ିଶା ଉପକୂଳରେ ଥିବା ମତ୍ସ୍ୟଜୀବୀଙ୍କୁ ସତର୍କ ରହିବାକୁ କୁହାଯାଇଛି ।

ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଆଜି ଲଘୁଚାପରେ ପରିଣତ ହୋଇଛି । ଏହି ଲଘୁଚାପ କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ଆସନ୍ତା ୨୨ ତାରିଖ ସକାଳ ସୁଦ୍ଧା ଅବପାତରେ ପରିଣତ ହେବ । ୨୩ ତାରିଖରେ ଗଭୀର ଅବପାତ ଓ ୨୪ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details