ଓଡିଶା

odisha

By

Published : Sep 7, 2022, 2:01 PM IST

ETV Bharat / state

ଓଡ଼ିଶାର ଅଭିନବ ପ୍ରଚେଷ୍ଟା ଓ ପ୍ରଯୁକ୍ତିବିଦ୍ୟା ପ୍ରୟୋଗରୁ ଶିକ୍ଷା ଲାଭ କରିବାକୁ CSଙ୍କ ପରାମର୍ଶ

ବିଭିନ୍ନ କ୍ଷେତ୍ରରେ ଅଭିନବ ସୃଜନାତ୍ମକ ପ୍ରଚେଷ୍ଟାରୁ ଶିକ୍ଷା ଲାଭ କରି ନିଜ ନିଜ ଅଞ୍ଚଳରେ କ୍ଷେତ୍ରସ୍ତରୀୟ ପ୍ରୟୋଗ କରିବା ପାଇଁ ମୁଖ୍ୟ ଶାସନ ସଚିବ ଭାରତୀୟ ପ୍ରଶାସନିକ ସେବା ଶିକ୍ଷାନବିଶମାନଙ୍କୁ ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ

ଓଡ଼ିଶାର ଅଭିନବ ପ୍ରଚେଷ୍ଟା ଓ ପ୍ରଯୁକ୍ତିବିଦ୍ୟା ପ୍ରୟୋଗରୁ ଶିକ୍ଷା ଲାଭ କରିବାକୁ ସିଏସଙ୍କ ପରାମର୍ଶ
ଓଡ଼ିଶାର ଅଭିନବ ପ୍ରଚେଷ୍ଟା ଓ ପ୍ରଯୁକ୍ତିବିଦ୍ୟା ପ୍ରୟୋଗରୁ ଶିକ୍ଷା ଲାଭ କରିବାକୁ ସିଏସଙ୍କ ପରାମର୍ଶ

ଭୁବନେଶ୍ବର:ବିଭିନ୍ନ କ୍ଷେତ୍ରରେ ଅଭିନବ ସୃଜନାତ୍ମକ ପ୍ରଚେଷ୍ଟାରୁ ଶିକ୍ଷା ଲାଭ କରି ନିଜ ନିଜ ଅଞ୍ଚଳରେ କ୍ଷେତ୍ରସ୍ତରୀୟ ପ୍ରୟୋଗ କରିବା ପାଇଁ ମୁଖ୍ୟ ଶାସନ ସଚିବ ଭାରତୀୟ ପ୍ରଶାସନିକ ସେବା ଶିକ୍ଷାନବିଶମାନଙ୍କୁ ପରାମର୍ଶ ଦେଇଛନ୍ତି । ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ ମହା ନିର୍ଦ୍ଦେଶକ ରଞ୍ଜନା ଚୋପ୍ରାଙ୍କ ନେତୃତ୍ୱରେ ୬ ଜଣିଆ ଦଳ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି ।


ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ସୃଜନାତ୍ମକ ପ୍ରୟୋଗ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ହାସଲ ହୋଇଥିବା ରୂପାନ୍ତରଣରୁ ମଧ୍ୟ ଶିକ୍ଷାଲାଭ କରିବାକୁ ମୁଖ୍ୟ ଶାସନ ସଚିବ ପ୍ରୋବେଶନରମାନଙ୍କୁ ପରାମର୍ଶ ଦେଇଛନ୍ତି । ଖଣିଜ ଦ୍ରବ୍ୟର ଉତ୍ତୋଳନ ଓ ପରିବହନ ନିରୀକ୍ଷଣ, ସାଧାରଣ ଖାଦ୍ୟ ବଣ୍ଟନ ବ୍ୟବସ୍ଥା, ଜଙ୍ଗଲ ଚତୁଃପାର୍ଶ୍ୱ ନିର୍ଣ୍ଣୟ, ସାଟେଲାଇଟ ମାଧ୍ୟମରେ ବିକାଶ ଡ଼ାଟା ହବ ପ୍ରସ୍ତୁତି, ସାର୍ବଜନୀନ ସ୍ୱାସ୍ଥ୍ୟସେବା ସଂପ୍ରସାରଣ, ଆର୍ଥିକ ପରିଚାଳନା, ଚାଷ କ୍ଷେତ୍ରରେ ଶସ୍ୟ ସ୍ଥିତି ଅନୁଧ୍ୟାନ, ବନୀକରଣ କାର୍ଯ୍ୟକ୍ରମର ନିରୀକ୍ଷଣ, ସ୍ୱୟଂକ୍ରିୟ ବ୍ୟବସ୍ଥା ଦ୍ୱାରା ବିଭିନ୍ନ ବିଭାଗ ମଧ୍ୟରେ ଫାଇଲର ଦେଣନେଣ, ତ୍ୱରିତ ନିଷ୍ପତ୍ତି ଗ୍ରହଣ, ବିଭିନ୍ନ ପ୍ରକାର ବୃତ୍ତି ପ୍ରଦାନ, ସାମାଜିକ ସୁରକ୍ଷା ବ୍ୟବସ୍ଥାରେ ଅନ୍ତର୍ଭୁକ୍ତିକରଣ ଆଦି କ୍ଷେତ୍ରରେ ନୂତନ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ସଫଳ ପ୍ରୟୋଗ କରାଯାଇଛି ।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ‘‘ ବନାନୀ, ପ୍ରାକୃତିକ ଦୃଶ୍ୟରାଜି, ବନ୍ୟଜନ୍ତୁ ଓ ଜୈବ ବିବିଧତା ଆଦି ପ୍ରାକୃତିକ ସଂପତ୍ତିର ଆମେ ବ୍ୟବସାୟିକ ବ୍ୟବହାର କରିନାହୁଁ । ବରଂ ଏସବୁର ସଂରକ୍ଷଣ ଏବଂ ଅବିବୃଦ୍ଧିରେ ସ୍ଥାନୀୟ ବାସିନ୍ଦାମାନଙ୍କୁ ସାମିଲ କରି ସେମାନଙ୍କ ପାଇଁ ନୂତନ ଜୀବିକା ନିର୍ବାହ ପନ୍ଥା ସୃଷ୍ଟି କରିଛୁ । ଏହି ମଡ଼େଲ ଉଭୟ ସ୍ଥାନୀୟ ବାସିନ୍ଦା ଏବଂ ପ୍ରାକୃତିକ ପରିବେଶ ପାଇଁ ବେଶ ଲାଭଦାୟକ ହୋଇଛି ।’’ ସେ ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶାରେ ଶସ୍ୟ ବିବିଧକରଣ, ଜୈବିକ କୃଷି, ପଶୁପାଳନ ଓ ଖାଦ୍ୟ ପ୍ରକ୍ରିୟାକରଣ ଆଦି କ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗ ରହିଛି । ଏସବୁ କ୍ଷେତ୍ରରେ ସୃଜନାତ୍ମକ ଅଭିନବ ପ୍ରକଳ୍ପମାନ ପ୍ରସ୍ତୁତ କରି ନିଜ ନିଜ ଅଞ୍ଚଳରେ ପ୍ରୟୋଗ କରିବାକୁ ସେ ଶିକ୍ଷାନବିଶମାନଙ୍କୁ ପରାମର୍ଶ ଦେଇଛନ୍ତି ।


ଗୋପବନ୍ଧୁ ଏକାଡେମୀର ମହାନିର୍ଦ୍ଦେଶକ ରଞ୍ଜନା ଚୋପ୍ରା ଜଣାଇଛନ୍ତି ଯେ, ଭେଟିବାକୁ ଆସିଥିବା ସମସ୍ତ ଶିକ୍ଷାନବିଶମାନେ ଓଡ଼ିଶା କ୍ୟାଡ଼ର ଅନ୍ତର୍ଭୁକ୍ତ । ସେମାନେ ୨୦୨୧ ବ୍ୟାଚର ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details