ଭୁବନେଶ୍ବର:ଗ୍ରାହକ ବଢ଼ାଇବାକୁ ଯାଇ ଜାତୀୟ ସୁରକ୍ଷାକୁ କ୍ଷତି ପହଞ୍ଚାଉଥିବା ଟେଲିକମ ଅପରେଟରଙ୍କୁ କଡ଼ା ଚେତାବନୀ । ଆଇଏସଆଇ ଲିଙ୍କରେ ଏସଟିଏଫ ହାତରେ ଧରାପଡ଼ିଥିବା ଫେକ୍ ସିମକାର୍ଡ ବ୍ୟବହାରକୁ ନେଇ କ୍ରାଇମବ୍ରାଞ୍ଚ ଏଡିଜି ବୈଠକ ଜରିଆରେ ଦେଇଛନ୍ତି ସତର୍କବାଣୀ । ଆଗକୁ ହୋଇପାରେ କାର୍ଯାନୁଷ୍ଠାନ । କାରଣ ଟେଲିକମ ସର୍ଭିସ ପ୍ରୋଭାଇଡରଙ୍କୁ ସହ ଡିପାର୍ଟମେଣ୍ଟ ଅଫ ଟେଲିକମ ଓ କ୍ରାଇମବ୍ରାଞ୍ଚ ସିବି ସିଆଇଡି ସହ ମିଳିତ ଭାବେ ହୋଇଥିବା ବୈଠକରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଏଭଳି ଚେତାବନୀ ଦେଇଛନ୍ତି ।
ମେ’ ୨୦୨୨ରେ କମିସନରେଟ ପୋଲିସ ଦ୍ବାରା ୨୦ ହଜାର ସିମକାର୍ଡ ସହ ୧୪ଲକ୍ଷ କ୍ୟାସ୍ ଜବତ ହୋଇଥିଲା। ସେହିପରି ସେପ୍ଟେମ୍ବର ୨୦୨୨ରେ ବାରିପଦାରେ ୧୭ହଜାର ସିମ୍ କାର୍ଡ ଜବତ ସହ ଏସଟିଏଫ ଦ୍ବାରା ୩ଜଣ ଗିରଫ ହେବା ପରେ ଏହା ପଛରେ ଫର୍ଜି ସିମକାର୍ଡ ଥିବା ଜଣାପଡିଛି । ତେବେ ଏହାକୁ କିପରି ରୋକାଯାଇ ପାରିବ ତାହାକୁ ନେଇ ଗୁରୁତ୍ବାରୋପ କରାଯାଇଛି। ଏନେଇ ଟେଲିକମ ଅପରେଟରଙ୍କୁ ପ୍ରଥମେ ଆଧାର ଲିଙ୍କ ଥିବା ମୋବାଇଲ ନମ୍ବରରୁ ଟେଲି ଭେରିଫିକେସନ କରି ନୂଆ ସିମ ଆକ୍ଟିଭେଟ ପାଇଁ ଆଲୋଚନା କରାଯାଇଛି।
ଏହା ମଧ୍ୟ ପଢନ୍ତୁ- RBIର ବଡ ଘୋଷଣା: କାରବାରରୁ ବାଦ ପଡିବ 2000 ଟଙ୍କିଆ ନୋଟ, 30 ସେପ୍ଟେମ୍ବର ସୁଦ୍ଧା ବଦଳାଇ ହେବ