ଓଡିଶା

odisha

ETV Bharat / state

ଭାଙ୍ଗିବ ସରକାରଙ୍କ ଅହଂ ଭାବ: ଶ୍ରୀକ୍ଷେତ୍ରକୁ ତୁଳସୀ ଯାତ୍ରା କରିବ ରାଜ୍ୟ କଂଗ୍ରେସ - କଂଗ୍ରେସ ତୁଳସୀ ଯାତ୍ରା

ଆସନ୍ତା ଡ଼ିସେମ୍ବର 1 ତାରିଖରେ ତୁଳସୀ ଯାତ୍ରା କରିବ କଂଗ୍ରେସ । ଶ୍ରୀମନ୍ଦିରର ବିଭିନ୍ନ ସମସ୍ୟାକୁ ପ୍ରସଙ୍ଗ କରି ଏହି ଯାତ୍ରା ଆରମ୍ଭ କରିବ କଂଗ୍ରେସ । ଅଧିକ ପଢ଼ନ୍ତୁ

ଭୁବନେଶ୍ୱରରୁ ଶ୍ରୀକ୍ଷେତ୍ରକୁ ତୁଳସୀ ଯାତ୍ରା
ଭୁବନେଶ୍ୱରରୁ ଶ୍ରୀକ୍ଷେତ୍ରକୁ ତୁଳସୀ ଯାତ୍ରା

By ETV Bharat Odisha Team

Published : Nov 29, 2023, 6:41 AM IST

ଭୁବନେଶ୍ୱରରୁ ଶ୍ରୀକ୍ଷେତ୍ରକୁ ତୁଳସୀ ଯାତ୍ରା

ଭୁବନେଶ୍ବର:ଡ଼ିସେମ୍ବର 1 ତାରିଖରେ ତୁଳସୀ ଯାତ୍ରା କରିବ କଂଗ୍ରେସ । ଶ୍ରୀମନ୍ଦିରର ବିଭିନ୍ନ ସମସ୍ୟାକୁ ପ୍ରସଙ୍ଗ କରି ଏହି ଯାତ୍ରା ଆରମ୍ଭ କରିବ କଂଗ୍ରେସ । ପୁରୀ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା, ରତ୍ନ ଭଣ୍ଡାର ରତ୍ନର ଗଣତି, ରତ୍ନ ଭଣ୍ଡାରର ମରାମତି, ବେଦାନ୍ତ ଅଧିକୃତ ଅମୃତମଣୋହୀ ଜମି ଚାଷୀଙ୍କ ଜମିକୁ ଫେରସ୍ତ କରିବା, ଭୂମିହୀନ ସେବାୟତଙ୍କୁ ଭୂମି ଦେବା ଭଳି ଦାବିକୁ ନେଇ ପ୍ରଦେଶ କଂଗ୍ରେସ ପକ୍ଷରୁ ସଭାପତି ଶରତ ପଟ୍ଟନାୟକଙ୍କର ଆହ୍ୱାନ କ୍ରମେ ଏହି ଯାତ୍ରା ଆରମ୍ଭ ହେବ ।

ପୂର୍ବରୁ ଶ୍ରୀମନ୍ଦିରର ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳନ କରିଥିଲା କଂଗ୍ରେସ । କିନ୍ତୁ ଦଳର ବାରମ୍ବାର ଚେତାବନୀ ସତ୍ତ୍ବେ ନବୀନ ସରକାର ଦାବି ପୂରଣ ପ୍ରତି କର୍ଣ୍ଣପାତ ନକରି ନିଜ ଅହଂକାରରେ ଅଟଳ ରହିଛନ୍ତି । ଏହା ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀଙ୍କର ଭାବାବେଗ ପ୍ରତି ଆଘାତ ଆଣିଛି ବୋଲି ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତୃବର୍ଗମାନେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ରଜନୀ ମହାନ୍ତି, ଭୁବନେଶ୍ୱର ଜିଲ୍ଲା ମୁଖ୍ୟ ମୁଖପାତ୍ର ଜୟଶ୍ରୀ ପାତ୍ର, ପିସିସି ସାଧାରଣ ଚିନ୍ମୟ ସୁନ୍ଦର ଦାସ, ଭୁବନେଶ୍ୱର ବ୍ଲକ କଂଗ୍ରେସ ସଭାପତି ଅଶୋକ ଦାସ ଆଗାମୀ ତୁଳସୀ ଯାତ୍ରା ସମ୍ପର୍କରେ କହିଥିଲେ । ଚାରିଦ୍ୱାର ଖୋଲିବା ନେଇ କଂଗ୍ରେସ ଦଳ ଦୀର୍ଘଦିନ ଧରି ଦାବି କରି ଆସୁଛି । କିନ୍ତୁ ଶ୍ରୀମନ୍ଦିର ଚାରିଦ୍ୱାର ନଖୋଲିବା ହେତୁ ଜଗନ୍ନାଥ ପ୍ରେମୀ ଓ ଶ୍ରଦ୍ଧାଳୁମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘଣ୍ଟା ଘଣ୍ଟା ଧରି ଲାଇନରେ ରହି କେତେକ ଭକ୍ତ ବେହୋସ ହୋଇଯାଉଥିବା ଦେଖାଯାଉଛି । ଚାରିଦ୍ୱାର ଖୋଲିବାର ତୁରନ୍ତ ବ୍ୟବସ୍ଥା ନକରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୟସାଧିକ ଭକ୍ତଙ୍କୁ ଜଗନ୍ନାଥଙ୍କ ଦର୍ଶନ କରିବାପାଇଁ ନଆସିବାକୁ ପରାମର୍ଶ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏଥିରୁ ଜଣାପଡ଼ୁଛି ଯେ, ଭଗବାନ ଓ ଭକ୍ତଙ୍କ ମଧ୍ୟରେ ସରକାର ପାଚେରି ସାଜିଛନ୍ତି ବୋଲି କହିଛନ୍ତି କଂଗ୍ରସ ନେତା ।

ଏହା ମଧ୍ୟ ପଢ଼ନ୍ତୁ.....ଡିସେମ୍ବର 1ରେ ତୁଳସୀ ଯାତ୍ରା, ଜଗନ୍ନାଥ ପ୍ରେମୀ ସାମିଲ ହେବାକୁ କଂଗ୍ରେସର ଆହ୍ଵାନ

ସେହିପରି ରତ୍ନଭଣ୍ଡାର ନଖୋଲିବା ନେଇ ଭକ୍ତଙ୍କ ମନରେ ବିଭିନ୍ନ ପ୍ରକାର ସନ୍ଦେହ ଜାତ ହେଉଛି ଏବଂ ଅନ୍ୟ ଦାବି ପ୍ରତି ସରକାର ଉଦାସୀନ ମନୋଭାବ ଦେଖାଉଛନ୍ତି । ଯେହେତୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ନିଷ୍ପତି ନିଆଯାଇଥିଲା ୬ ଦଫା ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ । ସେହି କ୍ରମରେ ଆସନ୍ତା ଡିସେମ୍ବର ୧ ତାରିଖ ଦିନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଶ୍ରୀକ୍ଷେତ୍ରକୁ ତୁଳସୀ ଯାତ୍ରା କରାଯିବ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି ବିଶ୍ୱଜିତ ଦାଶଙ୍କ ତତ୍ତ୍ୱାବଧାନରେ ଭୁବନେଶ୍ୱରର ସମସ୍ତ ୱାର୍ଡରୁ ଆରମ୍ଭ କରି ପଞ୍ଚାୟତ, ଛକ ବଜାରର ସାଧାରଣ ଜନତା, ଜଗନ୍ନାଥ ପ୍ରେମୀ, ଭକ୍ତ, ଶ୍ରଦ୍ଧାଳୁ, ଛାତ୍ରଛାତ୍ରୀ ଏବଂ ଭାଇ ଭଉଣୀଙ୍କଠାରୁ ତୁଳସୀ ସଂଗ୍ରହ ଜାରି ରହିଛି । ତୁଳସୀ ସଂଗ୍ରହରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ୱାର୍ଡ ସଭାପତି, ବ୍ଲକ ସଭାପତି ଏବଂ କର୍ମକର୍ତ୍ତା ସହଯୋଗ କରୁଛନ୍ତି । ଆସନ୍ତା ୧ ତାରିଖ ଦିନ ସଂଗ୍ରହ କରାଯାଇଥିବା ତୁଳସୀ ଓ ସଜ ତୁଳସୀ ଧରି ପିସିସି ସଭାପତିଙ୍କ ନେତୃତ୍ୱରେ ଭୁବନେଶ୍ୱରରୁ ଶ୍ରୀକ୍ଷେତ୍ର ଅଭିମୁଖେ ତୁଳସୀ ଯାତ୍ରା କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details