ଓଡିଶା

odisha

ETV Bharat / state

Rahul Gandhi Disqualification Case: ଏପ୍ରିଲ 1 ରେ କଂଗ୍ରେସର ଜନ ଆନ୍ଦୋଳନ

ଆସନ୍ତା ଏପ୍ରିଲ 1 ତାରିଖରେ ରାଜ୍ୟ କଂଗ୍ରେସ ପକ୍ଷରୁ ଛାମୁଆ ସଙ୍ଗଠନ ମାନେ ତୀବ୍ର ଆନ୍ଦୋଳନ କରିବେ। ଭୁବନେଶ୍ୱରରେ ଅନୁସୁଚିତ ଜାତି ଜନଜାତି ସଂଖ୍ୟାଲଘୁ ସମ୍ପ୍ରଦାୟର କଂଗ୍ରେସ କର୍ମୀ ଏକ ବିଶାଳ ଜନ ଆନ୍ଦୋଳନ କରିବାର କାର୍ଯ୍ୟକ୍ରମ ରହିଛି । ଅଧିକ ପଢନ୍ତୁ

Rahul Gandhi Disqualification Case: ଏପ୍ରିଲ 1 ରେ କଂଗ୍ରେସର ଜନ ଆନ୍ଦୋଳନ
Rahul Gandhi Disqualification Case: ଏପ୍ରିଲ 1 ରେ କଂଗ୍ରେସର ଜନ ଆନ୍ଦୋଳନ

By

Published : Mar 28, 2023, 7:16 PM IST

Rahul Gandhi Disqualification Case: ଏପ୍ରିଲ 1 ରେ କଂଗ୍ରେସର ଜନ ଆନ୍ଦୋଳନ

ଭୁବନେଶ୍ବର: ଏପ୍ରିଲ 1 ତାରିଖରେ ଭୁବନେଶ୍ୱର ରେ କଂଗ୍ରେସ କରିବ ବିଶାଳ ଜନଆନ୍ଦୋଳନ । ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ପ୍ରତିବାଦରେ ଏହି ଆନ୍ଦୋଳନ କରିବ କଂଗ୍ରେସ । ଦେଶର ଅଖଣ୍ଡତା, ଗଣତନ୍ତ୍ର ଏବେ ବିପଦରେ ଏହାର ବାସ୍ତବ ଚିତ୍ର ଲୋକ ଲୋଚନକୁ ଆଣିବାକୁ କଂଗ୍ରେସ ପକ୍ଷରୁ ଆଗାମୀ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଆସନ୍ତା କାଲି ଏଆଇସିସି ମୁଖପାତ୍ର ୟାମିକ ଅଗ୍ନିକ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ରହିଛି । ରାହୁଲଙ୍କ ସହ କଣ ହୋଇଛି ତାଙ୍କ ପ୍ରତି କେଉଁ ଭଳି ଅନ୍ୟାୟ କରିଛନ୍ତି ବିଜେପି ସରକାର ତାର ଗୁମର ଖୋଲିବେ । ଆଗାମୀ ଦିନରେ ଜାତୀୟ ସ୍ତରରେ କଣ ପଦକ୍ଷେପ ଗ୍ରହଣ କରିବ କଂଗ୍ରେସ ସେ ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ସେହିପରି ଆସନ୍ତା ଏପ୍ରିଲ 1 ତାରିଖରେ ରାଜ୍ୟ କଂଗ୍ରେସ ପକ୍ଷରୁ ଛାମୁଆ ସଙ୍ଗଠନ ମାନେ ତୀବ୍ର ଆନ୍ଦୋଳନ କରିବେ । ଭୁବନେଶ୍ୱରରେ ଅନୁସୂଚିତ ଜାତି ଜନଜାତି ସଂଖ୍ୟାଲଘୁ ସମ୍ପ୍ରଦାୟର କଂଗ୍ରେସ କର୍ମୀ ଏକ ବିଶାଳ ଜନ ଆନ୍ଦୋଳନ କରିବାର କାର୍ଯ୍ୟକ୍ରମ ରହିଛି । ପିସିସି ସଭାପତି ଆହୁରି କହିଛନ୍ତି ରାହୁଲ ଗାନ୍ଧୀଙ୍କ ପ୍ରତି ବିଜେପି ସରକାରଙ୍କ ର ଏଭଳି ହୀନ ଆଭିମୁଖ୍ୟ ସାରା ଦେଶ ଜାଣିବା ଦରକାର । ତାଙ୍କ ସାଂସଦ ପଦ ରଦ୍ଦ ହେବା ପରେ ତାଙ୍କ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନ କୁ ଛାଡିବାକୁ ତୁରନ୍ତ ନିର୍ଦ୍ଦେଶ ଦେବା ସ୍ପଷ୍ଟ କରିଛି ଯେ ରାହୁଲ ଗାନ୍ଧୀଙ୍କ ଉପରେ କେଉଁଭଳି ସୁଚିନ୍ତିତ ଷଡ଼ଯନ୍ତ୍ର କରୁଛି ତାହା ସ୍ପଷ୍ଟ ଅନୁମେୟ। ତେବେ କଂଗ୍ରେସ ଚୁପ ବସିବ ନାହିଁ, ପ୍ରତି ଘରକୁ ଯିବ କଂଗ୍ରେସ । ବିଜେପି ସରକାରଙ୍କ ବିଫଳତା ସହ ଜନସାଧାରଣ ଙ୍କ ପ୍ରତି ଯେଉଁ କଠୋର ମୁଳକ ପଦକ୍ଷେପ ତାକୁ ନେଇ ଅବଗତ କରାଇବ।

ଅନ୍ୟପଟେ ରାହୁଲଙ୍କ ସମର୍ଥନରେ ବାହାରିଲେ ସମସ୍ତ ବିରୋଧୀ ।ବିଜେପି ସରକାର ବିରୋଧରେ ବିରୋଧୀଙ୍କ ରଣ ହୁଙ୍କାର । ରାଜ୍ୟରେ କଂଗ୍ରେସ ସହ 12 ଟି ରାଜନୈତିକ ଦଳ ସାମିଲ ହୋଇଛନ୍ତି। ଅଭିଯୋଗ କରି କହିଛନ୍ତି ବିଜେପି ମନମୁଖୀ ଏବଂ ଏକଛତ୍ର ବାଦୀ ଶାସନ କରୁଛି । ଏହାରି ବିରୋଧରେ ଗଣ ବିକ୍ଷୋଭ କରିବ କଂଗ୍ରେସ । ରାଜ୍ୟର 12ଟି ସ୍ଥାନରେ ବିଶାଳ ସଭା କରାଯିବ ବୋଲି ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏନେଇ ପିସିସି ସଭାପତି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details