ଭୁବନେଶ୍ବର: ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବାକୁ ନେଇ ତେଜିଲା ରାଜନୀତି । ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀଙ୍କ ସମର୍ଥନ ଜିତିବାକୁ ପ୍ରୟାସ ଆରମ୍ଭ କରିଛି କଂଗ୍ରେସ । ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା, ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାର ଗଣତି କରିବା ଦାବି କରି ଆଗକୁ ସାରା ଓଡିଶା ଯାତ୍ରା କରିବ ରାଜ୍ୟ କଂଗ୍ରେସ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅତି ପ୍ରିୟ ତୁଳସୀକୁ ନେଇ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭରସା ଜିତିବାକୁ ତୁଳସୀ ଯାତ୍ରା କରିବ କଂଗ୍ରେସ । ଏନେଇ ଦଳ ପକ୍ଷରୁ ଘୋଷଣା କରାଯାଇଛି ।
ଅଧିକ ପଢନ୍ତୁ- ଜଗନ୍ନାଥ ସଂସ୍କୃତିକୁ ପ୍ରସଙ୍ଗ କରିବ କି କଂଗ୍ରେସ, ସଂକୀର୍ତ୍ତନ ଶୋଭାଯାତ୍ରା ସଂକେତ କି ?
କଂଗ୍ରେସ କରିବ ତୁଳସୀ ଯାତ୍ରା । ନଭେମ୍ବର ମାସ ଶେଷ ବେଳକୁ ହେବ ତୁଳସୀ ଯାତ୍ରା । ଗାଁ, ପଞ୍ଚାୟତ, ବ୍ଲକ୍ ଓ ଜିଲ୍ଲାରୁ ତୁଳସୀ କଂଗ୍ରେସ ଭବନକୁ ଆସିବ । କଂଗ୍ରେସ କର୍ମୀଙ୍କ ସହ ଜନ ସାଧାରଣ ଚାହିଁଲେ ମଧ୍ୟ ତୁଳସୀକୁ ପଠେଇ ପାରିବେ । ଯଦି କିଏ ଚାହିଁବ ସିଏ ପୋଷ୍ଟ ଜରିଆରେ କଂଗ୍ରେସ ଭବନ ଠିକଣାରେ ପଠାଇ ପାରିବ ତୁଳସୀ । ତୁଳସୀ ସଂଗ୍ରହ ପରେ ଭୁବନେଶ୍ବରରୁ ନେତା ଏବଂ କର୍ମୀ ଏକାଠି ପୁରୀକୁ ଯିବେ । ରାଜଧାନୀରୁ ଶ୍ରୀକ୍ଷେତ୍ର ହେବ ତୁଳସୀ ଯାତ୍ରା । ସରକାର ରତ୍ନ ଭଣ୍ଡାର ଗଣତି, ମରାମତି ସହ ମନ୍ଦିର ଚାରି ଦୁଆର ନ ଖୋଲିବା ଏବଂ ବେଦାନ୍ତ ଜମି ହସ୍ତାନ୍ତର ନ କରିବା ଅଭିଯୋଗ ଆଣି ଏହି ତୁଳସୀ ଯାତ୍ରା ଆୟୋଜନ କରିବ କଂଗ୍ରେସ ।