ଓଡିଶା

odisha

ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଶୋଭାଯାତ୍ରା, ସରକାରଙ୍କ ବିରୁଦ୍ଧରେ ଗର୍ଜିଲେ ସୁର

ତୈଳଦର ବୃଦ୍ଧି ପ୍ରତିବାଦରେ ପ୍ରଦେଶ କଂଗ୍ରେସ ଖୋର୍ଦ୍ଧାରେ ଏକ ଶୋଭାଯାତ୍ରା କରିଛି । ଅଧିକ ପଢନ୍ତୁ...

By

Published : Jul 13, 2021, 4:32 PM IST

Published : Jul 13, 2021, 4:32 PM IST

ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଶୋଭାଯାତ୍ରା, ସରକାରଙ୍କ ବିରୁଦ୍ଧରେ ଗର୍ଜିଲେ ସୁର
ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଶୋଭାଯାତ୍ରା, ସରକାରଙ୍କ ବିରୁଦ୍ଧରେ ଗର୍ଜିଲେ ସୁର

ଖୋର୍ଦ୍ଧା:କୋରୋନା ମହାମାରୀ ସମୟରେ ଦେଶ ସମେତ ରାଜ୍ୟରେ ଅହେତୁକ ତେଲ ଦର ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ବିରୋଧ କରି ପ୍ରଦେଶ କଂଗ୍ରେସ ମଙ୍ଗଳବାର ଏକ ଶୋଭାଯାତ୍ରା କରିଛି । ଦଳର ଅନେକ ନେତା ଓ କର୍ମୀମାନେ ଉପଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଶୋଭାଯାତ୍ରା, ସରକାରଙ୍କ ବିରୁଦ୍ଧରେ ଗର୍ଜିଲେ ସୁର

ଖୋର୍ଦ୍ଧା ନଗର କଂଗ୍ରେସ ସଭାପତି ରଣଜିତ୍ ମହାପାତ୍ରଙ୍କ ନେତୃତ୍ବରେ ଏହି ଶୋଭାଯାତ୍ରା ହୋଇଛି । ଖୋର୍ଦ୍ଧା ନଗର କଂଗ୍ରେସ ତରଫରୁ ରାଜ୍ୟ ସରକାରଙ୍କର କୋରୋନା ନିୟମକୁ ସମ୍ପୂର୍ଣ୍ଣ ପାଳନ କରି ଏହି ପ୍ରତିବାଦ କରାଯାଇଛି । ଶୋଭାଯାତ୍ରାରେ କଂଗ୍ରେସର ଅନେକ ନେତା ଓ କର୍ମୀମାନେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ବାହାରି ସହର ପରିକ୍ରମା କରିଥିଲେ ।

ଏହାପରେ ସେମାନେ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ସହ ଉପ ଜିଲ୍ଲାପାଳଙ୍କୁ ଭେଟିଥିଲେ । ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ସହିତ ଖୋର୍ଦ୍ଧା ନଗର କଂଗ୍ରେସର ଅନେକ ନେତା ଓ କର୍ମୀମାନେ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details