ଭୁବନେଶ୍ବର:ଏଣିକି ବଦଳିବ କଂଗ୍ରେସର ରଣନୀତି । ଆଗାମୀ ସାଧାରଣ ନିର୍ବାଚନରେ ନୂଆ ପ୍ରାର୍ଥୀଙ୍କୁ ମିଳିବ ପ୍ରାଧାନ୍ୟ । ଅନ୍ୟ ରାଜ୍ୟ ଭଳି ଓଡିଶା କଂଗ୍ରେସରେ ନୂଆ ମୁହଁକୁ ନିର୍ବାଚନ ମୈଦାନକୁ ଓହ୍ଲାଇବ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି । ଜିତିବା ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଭିତ୍ତିରେ ମିଳିବ ସୁଯୋଗ । ଏନେଇ ଆଜି (ଗୁରୁବାର) ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ପ୍ରାର୍ଥୀ ଚୟନରେ ନୂଆ ମୁହଁକୁ ଦିଆଯିବ ଗୁରୁତ୍ବ ।
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶା କଂଗ୍ରେସର ଜୋରଦାର ପ୍ରସ୍ତୁତି । ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ଦଳ ଏଥର ପ୍ରଥମ ଥର ପାଇଁ ନୂଆ ମୁହଁକୁ ଟିକେଟ ଦେବ । ଏନେଇ AICC ଆଲୋଚନା ଜାରି ରଖିଛି । ବିଜେଡି ବିଜେପି ଠାରୁ ଦଳ କିଭଳି ଓଡିଶା ବାସୀଙ୍କ ଅଧିକ ଗ୍ରହଣୀୟ ହେବ ସେ ନେଇ ପ୍ଲାନ ପ୍ରସ୍ତୁତ ହେଉଛି । AICC ଏନେଇ ବିଚାର କରୁଛି, ଓଡ଼ିଶାରେ ନିର୍ବାଚନକୁ ଗୁରୁତ୍ବ ଦେଉଛି । ଯୁବବର୍ଗ, ମହିଳା, ୫୦ ବର୍ଷରୁ କମ ଏବଂ ନୂଆ ମୁହଁକୁ ଅଧିକ ଗୁରୁତ୍ବ ଦିଆଯିବ । ଏପରିକି ୭୦ ପ୍ରତିଶତ ନୂଆ ମୁହଁକୁ ମିଳିପାରେ ଟିକେଟ । ଯେଉଁମାନେ ନିଜ ଅଞ୍ଚଳରେ ଭଲ କାମ କରିଛନ୍ତି, ଯେଉଁମାନଙ୍କର ଜିତିବାର ସମ୍ଭାବନା ଅଧିକ ଅଛି ସେହିମାନଙ୍କୁ ହି ପ୍ରାର୍ଥୀ କରାଯିବ ବୋଲି ରାଜ୍ୟ କଂଗ୍ରେସ ସୂଚନା ଦେଇଛି ।
ଏହା ବି ପଢନ୍ତୁ- ଓଡ଼ିଶାରେ 'ଆଣ୍ଟି ଇନ୍କମ୍ବେନ୍ସି ଫ୍ୟାକ୍ଟର' କାମ କରିବ, କଂଗ୍ରେସ ସରକାର ଗଢ଼ିବ: କଂଗ୍ରେସ