ଓଡିଶା

odisha

ଗାନ୍ଧିଜୀଙ୍କୁ ରାଜନୀତିରେ ପ୍ରୟୋଗ କରିଛନ୍ତି ମୋଦି ସରକାର: କଂଗ୍ରେସ

By

Published : Jul 31, 2023, 10:05 PM IST

ଉତ୍ତରପ୍ରଦେଶର ବାରଣାସୀଠାରେ ସର୍ବସେବା ସଂଘର ଜାତୀୟ ସର୍ବୋଦୟ ସାଧନା କେନ୍ଦ୍ରକୁ ରେଳ ବିଭାଗ ଓ ଉତ୍ତରପ୍ରଦେଶ ସରକାର ଉଚ୍ଛେଦ କରିଛନ୍ତି । ଏହାକୁ ଦୃଢ଼ ନିନ୍ଦା କରିବା ସହ ଏହା ମୋଦି ସରକାରଙ୍କର ମହାତ୍ମା ଗାନ୍ଧୀଙ୍କ ପ୍ରତି ଥିବା ଘୃଣାଭାବକୁ ପରିପ୍ରକାଶ କରୁଛି ବୋଲି କହିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

ଗାନ୍ଧିଜୀଙ୍କୁ ରାଜନୀତିରେ ପ୍ରୟୋଗ କରିଛନ୍ତି ମୋଦି ସରକାର
ଗାନ୍ଧିଜୀଙ୍କୁ ରାଜନୀତିରେ ପ୍ରୟୋଗ କରିଛନ୍ତି ମୋଦି ସରକାର

ଗାନ୍ଧିଜୀଙ୍କୁ ରାଜନୀତିରେ ପ୍ରୟୋଗ କରିଛନ୍ତି ମୋଦି ସରକାର

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରଣାସୀଠାରେ ସର୍ବସେବା ସଂଘର ଜାତୀୟ ସର୍ବୋଦୟ ସାଧନା କେନ୍ଦ୍ରକୁ ରେଳ ବିଭାଗ ଓ ଉତ୍ତରପ୍ରଦେଶ ସରକାର ପୋଲିସ ଲଗାଇ ଦଖଲକୁ ନେଇଛନ୍ତି । ତେବେ ଏହି ଘଟଣାକୁ ଦୃଢ଼ ନିନ୍ଦା କରିଛି ଓଡ଼ିଶା କଂଗ୍ରେସ । ମୋଦି ସରକାର ଶାସନକୁ ଆସିବା ପରେ ମହାତ୍ମା ଗାନ୍ଧୀଙ୍କ ନାମକୁ ନେଇ ରାଜନୀତି କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ମୁଖପାତ୍ର ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର । ସ୍ବଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଚଷମାକୁ ବ୍ୟବହାର କରି ଭାରତ ବର୍ଷର ଜନସାଧାରଣଙ୍କୁ ଏକ ଛଳନାତ୍ମକ ରୂପ ଧାରଣ କରିଥିଲେ ବୋଲି କହିଛନ୍ତି ଆର୍ଯ୍ୟ ।

ସେ କହିଛନ୍ତି, "୧୯୬୦ ଦଶକରୁ କାର୍ଯ୍ୟ କରୁଥିବା ୧୪ ଏକର ଜମିରେ ସର୍ବୋଦୟ ପ୍ରକାଶନ, ଶାନ୍ତସେନା କାର୍ଯ୍ୟାଳୟ, ବାଲବାଡ଼ି, ପ୍ରାକୃତିକ ଚିକିତ୍ସା କେନ୍ଦ୍ର, ମ୍ୟୁଜିୟମ, ଲାଇବ୍ରେରୀ, ଖଦି ଭଣ୍ଡାର ଓ କର୍ମୀ ନିବାସକୁ ରେଳବାଇ କର୍ତ୍ତୃପକ୍ଷ ଯେଭଳି ଭାବରେ ଧ୍ବଂସ କଲେ, ଏହା ପ୍ରତ୍ୟେକ ଗାନ୍ଧୀ ବିଚାରଧାରା ବ୍ୟକ୍ତିଙ୍କୁ ଆଘାତ ଦେଇଛି । ଏହି ମାମଲା ଅଦାଲତରେ ଥ‌ିବାବେଳେ ରେଳବାଇ ପୋଲିସ କର୍ତ୍ତୃପକ୍ଷ ସର୍ବୋଦୟ ପ୍ରକାଶନ ଓ ଲାଇବ୍ରେରୀର ୫ ଲକ୍ଷ ପୁସ୍ତକ ଓ ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତିକୁ ରାସ୍ତାକୁ ଫିଙ୍ଗିଦେବା ଏ ସରକାରର ମହାତ୍ମା ଗାନ୍ଧୀଙ୍କ ପ୍ରତି ଛଳନା ପ୍ରୀତିର ଏକ ଉଦାହରଣ ।" ଏହି ଅନୁଷ୍ଠାନକୁ ପୂର୍ବତନ ଉପପ୍ରଧାନମନ୍ତ୍ରୀ ବାବୁ ଜଗତଜୀବନ ରାମ ଶୁଭ ଦେଇଥିବା ବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏହି ଅନୁଷ୍ଠାନକୁ ଲୋକାର୍ପଣ କରିଥିଲେ । ବିନୋବା ଜୟପ୍ରକାଶଙ୍କର ଏହି ସର୍ବସେବା ସଂଘ ସାରା ପୃଥିବୀରେ ଗାନ୍ଧୀ ବିଚାରଧାରା ଓ ଗାନ୍ଧୀଜୀଙ୍କର ରଚନାତ୍ମକ କାର୍ଯ୍ୟକ୍ରମକୁ ପ୍ରଚାର ପ୍ରସାର କରିଥାଏ ।

ଏହା ମଧ୍ୟ ପଢ଼ନ୍ତୁ...ଦିଲ୍ଲୀରେ ବିଜେଡି-ବିଜେପି ଡିଲ, ରାଜ୍ୟରେ ଚାଲିଛି ଖୁଚୁରା ଲଢେଇ: କଂଗ୍ରେସ ବିଧାୟକ ତାରା

ତେବେ ଆଜି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ମୁଖପାତ୍ର ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଉତ୍ତର ପ୍ରଦେଶ ସରକାର ଏବଂ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଥିଲେ । କେନ୍ଦ୍ର ସରକାର ଓ ରେଳବାଇ ବିଭାଗର ଏହି ଅମାନବୀୟ କାର୍ଯ୍ୟକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଦୃଢ଼ ବିରୋଧ କରିବା ସହ ନିନ୍ଦା କରୁଛି ବୋଲି କହିଥିଲେ ଜ୍ଞାନେନ୍ଦ୍ର । ଭାରତବର୍ଷରେ କାର୍ଯ୍ୟ କରୁଥିବା ସମସ୍ତ ଗାନ୍ଧୀବାଦୀ ଅନୁଷ୍ଠାନର ନିଷ୍ପତି ସହ କଂଗ୍ରେସ ଦଳ ସମର୍ଥନ ଦେବ ବୋଲି ଡଃ ଜ୍ଞାନେନ୍ଦ୍ର କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details