ଦୁର୍ନୀତି ବିରୋଧରେ ଲଢେଇ କରିବ କଂଗ୍ରେସ, କ୍ଷମତା ହାତେଇବାକୁ ରାହୁଲ ଦେଲେ ଗୁରୁମନ୍ତ୍ର ଭୁବନେଶ୍ବର:ସରିଲା ଓଡ଼ିଶା କଂଗ୍ରେସ ବୈଠକ । AICC ପକ୍ଷରୁ ମଳିକାର୍ଜୁନ ଖଡ଼ଗେଙ୍କ ଅଧ୍ୟକ୍ଷତାରେ ଓଡ଼ିଶା କଂଗ୍ରେସର ବୈଠକ ଶେଷ ହୋଇଛି । ୨୪ ନିର୍ବାଚନ ପାଇଁ ୨ ଘଣ୍ଟା ଧରି ହେଲା ମାନସ ମନ୍ଥନ । ରାଜ୍ୟରେ ବିଜେଡି ସରକାରକୁ ଗାଦିଚ୍ୟୁତ କରି କ୍ଷମତା ହାତେଇବାକୁ ରାହୁଲ ଦେଲେ ଗୁରୁମନ୍ତ୍ର । ସଂଗଠନକୁ ଅଧିକ କ୍ରିୟାଶୀଳ କରିବା ସହିତ ଲୋକଙ୍କ ନିକଟତର ହେବାକୁ ରଣକୌଶଳ ପ୍ରସ୍ତୁତ କରିବାକୁ ଦେଲେ ଆହ୍ୱାନ । ବୈଠକରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଉପସ୍ଥିତିରେ ବୈଠକ ବସିଥିଲା ।
ଆଜି କଂଗ୍ରେସ ଅଧ୍ୟକ୍ଷ ମଳିକାର୍ଜୁନ ଖଡ଼ଗେଙ୍କ ଅଧ୍ୟକ୍ଷତାରେ ଓଡିଶା କଂଗ୍ରେସର ଷ୍ଟ୍ରଟେଜି ବୈଠକ ବସିଥିଲା । ମୁଖ୍ୟତଃ 2024 ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ନେଇ ଆଲୋଚନା ହେଲା । ଯେହେତୁ ଓଡ଼ିଶାରେ ବିଧାନସଭା ଏବଂ ଲୋକସଭା ଉଭୟ ନିର୍ବାଚନ ହେବାକୁ ଯାଉଛି । ସେଥିପାଇଁ କଂଗ୍ରେସ ସାଙ୍ଗଠନିକ କ୍ଷେତ୍ରରେ ଅଧିକଁ ସୁଦୃଢ଼ ପାଇଁ ଆଲୋଚନା ହୋଇଛି । ବିଜେଡି ସରକାର ବିରୋଧରେ ବିଭିନ୍ନ ଆଞ୍ଚଳିକ ପ୍ରସଙ୍ଗକୁ ନେଇ ରାଜ୍ୟ କଂଗ୍ରେସ ଲଢେଇ କରୁଛି ।
ଦୁର୍ନୀତି ମୁଖ୍ୟ ପ୍ରସଙ୍ଗ, ଓଡ଼ିଶା ସରକାର ବିଦ୍ୟୁତ ବିଭାଗରେ 20 ହଜାର କୋଟି ଟଙ୍କାର ଦୁର୍ନୀତିରେ ଲିପ୍ତ ରହିଛନ୍ତି । ସେନେଇ ଏକ ଚାର୍ଜସିଟ୍ ମାଧ୍ୟମରେ ଆମେ ଲୋକଙ୍କ ପାଖକୁ ଯିବୁ । ବିଜେପି ବିଜେଡି ସହ ମିଶି କିଭଳି ଓଡ଼ିଶାରେ ଲୁଚକାଳି ଖେଳୁଛିନ୍ତି ତାର ପର୍ଦ୍ଦାଫାସ୍ କରିବ କଂଗ୍ରେସ । ଓଡ଼ିଶାରେ 24 ବର୍ଷର ସରକାରକୁ ହଟାଇବା ପାଇଁ କଂଗ୍ରେସ କଡ଼ା ଆଭିମୁଖ୍ୟ ଗ୍ରହଣ କରିବ । ଯେଉଁ କ୍ଷେତ୍ରରେ ବ୍ୟାପକ ଅନିୟମିତତା ହୋଇଛି ସେ ପ୍ରସଙ୍ଗକୁ ମୁଖ୍ୟ ମୁଦ୍ଦା କରି ଲୋକଙ୍କ ଦ୍ୱାରସ୍ଥ ହେବ ରାଜ୍ୟ କଂଗ୍ରେସ ।
ଏହା ମଧ୍ୟ ପଢନ୍ତୁ....ପରିକ୍ରମା ପ୍ରକଳ୍ପ ପଲିଟିକ୍ସ: ଶ୍ରେୟ ପାଇଁ ବିଜେଡିର ସୋଲିଆଲ ମିଡିଆ କ୍ୟାମ୍ପେନ, ବିରୋଧୀଙ୍କ ବୟାନ ବୁମେରାଂ ହେବ
ସେପଟେ ପିସିସି ସଭାପତି ଶରତ ପଟନାୟକ ମଧ୍ୟ ଆଗାମୀ ନିର୍ବାଚନରେ ଉଭୟ ବିଧାନସଭା ଏବଂ ସଂସଦୀୟ କ୍ଷେତ୍ରରେ କିଭଳି କଂଗ୍ରେସ ଭଲ ପଦର୍ଶନ କରି ଶାସନ କ୍ଷମତାକୁ ଆସିବ ସେନେଇ ଆଲୋଚନା କରିଥିଲେ । ଓଡ଼ିଶାରେ ଥିବା ବିଜେଡି ସରକାର ଏକ ଦୁର୍ନୀତିଗ୍ରସ୍ତ ସରକାର ଖଣି, ଚିଟ୍ଫଣ୍ଡ ଭଳି ଅନେକ କ୍ଷେତ୍ରରେ ଦୁର୍ନୀତିରେ ବୁଡ଼ି ରହିଛି । ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ବିଜେଡି ବିରୋଧରେ କାର୍ଯ୍ୟକ୍ରମକୁ ଜୋରଦାର କରିବ ଦଳ । ଉଭୟ ବିଜେଡି ବିଜେପି ଦୁଇ ଭାଇ ବୋଲି ଅଭିଯୋଗ କରିଛି କଂଗ୍ରେସ । ଉଭୟଙ୍କର ଭିତରୀ ସମ୍ପର୍କ ରହିଛି । କଂଗ୍ରେସ ହିଁ ଓଡ଼ିଶାରେ ଏକମାତ୍ର ବିକଳ୍ପ ଆଗାମୀ ଦିନରେ ଓଡ଼ିଶାରେ ଲଢେଇ ଜୋରଦାର ହେବ । କଂଗ୍ରେସ ସଫଳ ହେବ ଏବଂ ସରକାର ଗଠନ କରିବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟ ।
ଏହି ବୈଠକରେ ସାମିଲ ହୋଇଛନ୍ତି ପ୍ରାୟ 30 ଜଣ ବରିଷ୍ଠ ନେତା । ପିସିସି ସଭାପତି ଶରତ ପଟନାୟକ, ପ୍ରଭାରୀ ଚେଲ୍ଲା କୁମାର, ବିଧାୟକ ଦଳର ନେତା ନରସିଂହ ମିଶ୍ର, 7 ଜଣ ବିଧାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟନାୟକ, ଜୟଦେବ ଜେନା, ମହିଳା ସାମୁଖ୍ୟ ସଭାପତି, ସେବା ଦଳ, ଛାତ୍ର ସଭାପତି, ଯୁବ ସଭାପତି ସାମିଲ ହୋଇଛନ୍ତି ।