ଓଡିଶା

odisha

ETV Bharat / state

କିଏ ଜିତିବ କର୍ଣ୍ଣାଟକ ବାଜି ? ଉତ୍ସବ ପାଳିବାକୁ ଓଡ଼ିଶା କଂଗ୍ରେସ ପ୍ରସ୍ତୁତ - କର୍ଣ୍ଣାଟକ ବିଧାନସଭା ନିର୍ବାଚନ

ଆସନ୍ତାକାଲି ଆସିବ କର୍ଣ୍ଣାଟକ ନିର୍ବାଚନ ଫଳାଫଳ । ତେବେ ପୂର୍ଣ୍ଣ ବହୁମତର ସହ କଂଗ୍ରେସ ସେଠାରେ ସରକାର ଗଠନ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଉତ୍ସବ ପାଳନ କରିବାକୁ ପ୍ରସ୍ତୁତ ଥିବା ସୁର ରାଉତରାୟ କହିଛନ୍ତି । ଅଧିକ ପଢ଼ନ୍ତୁ

ଉତ୍ସବ ପାଳିବାକୁ ଓଡ଼ିଶା କଂଗ୍ରେସ ପ୍ରସ୍ତୁତ
ଉତ୍ସବ ପାଳିବାକୁ ଓଡ଼ିଶା କଂଗ୍ରେସ ପ୍ରସ୍ତୁତ

By

Published : May 12, 2023, 10:00 PM IST

ଉତ୍ସବ ପାଳିବାକୁ ଓଡ଼ିଶା କଂଗ୍ରେସ ପ୍ରସ୍ତୁତ

ଭୁବନେଶ୍ବର: ସରିଛି କର୍ଣ୍ଣାଟକ ବିଧାନସଭା ନିର୍ବାଚନ । ଆସନ୍ତାକାଲି ହେବ ଭୋଟ ଗଣତି । କିଏ ହାସଲ କରିବ ବହୁମତ ? କିଏ ଗଠନ କରିବ ସରକାର ? ହେବ କି ଝୁଲା ସରକାର ? ଏକଜିଟ ପୋଲର ତଥ୍ୟ କହୁଛି କଂଗ୍ରେସ ସର୍ବାଧିକ ଭୋଟ ପାଇ ଏକ ନମ୍ବର ଦଳ ଭାବେ ଉଭା ହେବ । ବିଜେପି ଦ୍ବିତୀୟ ସ୍ଥାନରେ ରହିବ । ତେବେ ଜେଡିଏସ କିଙ୍ଗ ମେକର ଭୂମିକା ଗ୍ରହଣ କରିପାରେ ବୋଲି ଏକ୍‌ଜିଟ୍‌ ପୋଲର ଅନୁମାନ ପରେ ଆଲୋଚନା ଏବେ ସରଗରମ ହୋଇଛି । ଏନେଇ ଓଡ଼ିଶାରେ ମଧ୍ୟ ଅଙ୍କକଷା ଜୋରଦାର ହୋଇଥିବା ବେଳେ ଉଭୟ ବିଜେପି ଏବଂ କଂଗ୍ରେସ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିବେ ବୋଲି ଉଭୟ ଦାବି କରିଛନ୍ତି ।

ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ କର୍ଣ୍ଣାଟକ ହାୱା କଂଗ୍ରେସ ଶିବିରରେ ଆଶା ସଂଚାର କରିଛି । ଯଦି କଂଗ୍ରେସ ଜିତେ, ତେବେ ଜାତୀୟସ୍ତରରେ କଂଗ୍ରେସ ଆଗକୁ ବଢିବ । କାରଣ ଆଗକୁ 5ଟି ରାଜ୍ୟର ନିର୍ବାଚନ ହେବାକୁ ଯାଉଛି । ଯଦି କର୍ଣ୍ଣାଟକରେ କଂଗ୍ରେସ ସରକାର ଗଠନ କରେ, କେବଳ ଦକ୍ଷିଣ ଭାରତ ନୁହେଁ, ସାରା ଦେଶରେ ଏହାର ପ୍ରଭାବ ପଡିପାରେ । ରାଜ୍ୟ କଂଗ୍ରେସ କହିଛି କର୍ଣ୍ଣାଟକରେ କଂଗ୍ରେସ ଜୟଯୁକ୍ତ ହୋଇ ସରକାର ଗଢ଼ିବ ଏବଂ ସାରା ଦେଶରେ ପ୍ରଭାବ ପଡ଼ିବା ସହ ଓଡ଼ିଶାରେ ମଧ୍ୟ କଂଗ୍ରେସ କ୍ଷମତାକୁ ଆସିବ । ତେବେ ଏନେଇ ବରିଷ୍ଠ ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି, "ଯଦି କଂଗ୍ରେସ କର୍ଣ୍ଣାଟକରେ ଜିତି ସରକାର ଗଢ଼ିବ, ସର୍ବଭାରତୀୟ ସ୍ତରରେ ଏହାର ପ୍ରଭାବ ପଡିବ । ହେଲେ ଓଡ଼ିଶାରେ କୌଣସି ପ୍ରଭାବ ପଡିବ ନାହିଁ । କାରଣ ଓଡିଶା କଂଗ୍ରେସରେ କୌଣସି ସାଙ୍ଗଠନିକ କାର୍ଯ୍ୟକ୍ରମ ହେଉନାହିଁ ।"

ସେପଟେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "କର୍ଣ୍ଣାଟକରେ କଂଗ୍ରେସ ନିଶ୍ଚିନ୍ତ ସରକାର ଗଠନ କରିବ । ରାହୁଲ ଗାନ୍ଧୀଙ୍କ ପଦଯାତ୍ରାରେ ଯେଉଁଭଳି ଭାବରେ ଯୁବବର୍ଗ ଓ ମହିଳାମାନେ ସାମିଲ ହୋଇଥିଲେ, ତାହାର ପ୍ରତିଫଳନ ହେଉଛି କର୍ଣ୍ଣାଟକ ନିର୍ବାଚନ । ଏହାର ପ୍ରଭାବ ସାରା ଦେଶରେ ମଧ୍ୟ ପଡ଼ିବ ଏବଂ ଓଡ଼ିଶାରେ ମଧ୍ୟ ପଡ଼ିବ । ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ସରକାର ଗଠନ କରିବ ।" ସେପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "କର୍ଣ୍ଣାଟକରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ । ଓଡ଼ିଶାରେ ପ୍ରଭାବ ପଡିବ । ଆସନ୍ତାକଲି ଭୁବନେଶ୍ବର କଂଗ୍ରେସ ଭବନରେ କର୍ଣ୍ଣାଟକ ଫଳାଫଳ ପାଇଁ ଉତ୍ସବ ପାଳନ କରିବୁ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details