ଓଡିଶା

odisha

By ETV Bharat Odisha Team

Published : Jan 7, 2024, 9:19 PM IST

ETV Bharat / state

ଇଣ୍ଡିଆ ମେଣ୍ଟ ପ୍ରତିନିଧିଙ୍କୁ ଭେଟିଲେ କଂଗ୍ରେସ ପ୍ରଭାରୀ, ଆସନ ବୁଝାମଣା ପାଇଁ ଗଠନ ହେଲା କମିଟି

INDIA Alliance in Odisha: ଓଡ଼ିଶାରେ ଇଣ୍ଡିଆ ମେଣ୍ଟର ପ୍ରତିନିଧିଙ୍କୁ ଭେଟିଲେ ନବନିଯୁକ୍ତ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡଃ ଅଜୟ କୁମାର । ୨୦୨୪ ସାଧାରଣ ନିର୍ବାଚନରେ ଆସନ ବୁଝାମଣା ପାଇଁ ଗଠନ ହେଲା କମିଟି । ଅଧିକ ପଢ଼ନ୍ତୁ...

ଇଣ୍ଡିଆ ମେଣ୍ଟ ପ୍ରତିନିଧିଙ୍କୁ ଭେଟିଲେ କଂଗ୍ରେସ ପ୍ରଭାରୀ
ଇଣ୍ଡିଆ ମେଣ୍ଟ ପ୍ରତିନିଧିଙ୍କୁ ଭେଟିଲେ କଂଗ୍ରେସ ପ୍ରଭାରୀ

ଭୁବନେଶ୍ବର: ଆଜି କଂଗ୍ରେସ ସମେତ ରାଜ୍ୟର ୧୭ଟି ସମଭାବାପନ୍ନ ରାଜନୈତିକ ଦଳ ମୁଖ୍ୟମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଭୁବନେଶ୍ବର ଅତିଥି ଭବନ ଠାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ନବନିଯୁକ୍ତ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡଃ ଅଜୟ କୁମାର ଯୋଗ ଦେଇଥିଲେ । ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆସନ ବୁଝାମଣା ପ୍ରସଙ୍ଗରେ ଏହି ବୈଠକ ବେଶ ଗୁରୁତ୍ବ ବହନ କରୁଛି ।

ପିସିସି ସଭାପତି ଶରତ ପଟ୍ଟନାୟକ ଏହି ମେଣ୍ଟର ଅଧ୍ୟକ୍ଷ ଏବଂ ପ୍ରସାଦ ହରିଚନ୍ଦନ ଇଣ୍ଡିଆ ମେଣ୍ଟ ଓଡ଼ିଶାର ଆବାହକ ଏବଂ ସାଂସଦ ସପ୍ତଗିରି ଉଲକାଙ୍କୁ ନେଇ କଂଗ୍ରେସର ଏକ ତିନି ଜଣିଆ କମିଟି ସର୍ବସମ୍ମତିକ୍ରମେ ଗଠନ କରାଯାଇଛି । ଉକ୍ତ କମିଟି ଅନ୍ୟ ରାଜନୈତିକ ଦଳମାନଙ୍କ ସହ ଆସନ୍ତା ନିର୍ବାଚନ ପାଇଁ ଆସନ ବୁଝାମଣା ସଂପର୍କରେ ଆଲୋଚନା କରିବେ । ଆସନ୍ତା ଜାନୁଆରୀ ମାସ ୧୭ ତାରିଖ ପରେ ଇଣ୍ଡିଆ ମେଣ୍ଟର ସମସ୍ତ ନେତୃବୃନ୍ଦ ବସ ଯାତ୍ରା ମାଧ୍ୟମରେ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତ, ବ୍ଲକ ଏବଂ ଜିଲ୍ଲା ଗସ୍ତ କରି ପ୍ରତ୍ୟେକ ଜିଲ୍ଲାରେ ଏବଂ ବ୍ଲକରେ ମିଳିତ ଭାବରେ ସଭାସମିତି କରିବେ ବୋଲି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ଉଭୟ ବିଜେଡି ଓ ବିଜେପିର ଜନମାରଣ ନୀତି ଓ ନିଷ୍ପତିକୁ ଜନସାଧାରଣଙ୍କ ନିକଟରେ ଉପସ୍ଥାପନ କରାଯିବା ନେଇ ବୈଠକରେ ଆଲୋଚନା ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ନୂଆ କଂଗ୍ରେସ ପ୍ରଭାରୀଙ୍କ ରୋଡମ୍ୟାପ୍‌; ୧୦ଦିନ ଭିତରେ ପଞ୍ଚାୟତ ଏବଂ ବୁଥ କମିଟି ଗଠନ ପାଇଁ ନିର୍ଦ୍ଦେଶ

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ପକ୍ଷରୁ ଜୟଦେବ ଜେନା, ସିପିଏମରୁ ଜନାର୍ଦ୍ଦନ ପତି, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାରୁ ଅଞ୍ଜଳି ସୋରେନ, ଦିଗମ୍ବର ନାୟକ, ସିପିଆଇଏମରୁ ଅଳିକିଶୋର ପଟ୍ଟନାୟକ, ସିପିଆଇରୁ ସନ୍ତୋଷ ମିଶ୍ର, ସମାଜବାଦୀ ପାର୍ଟି ସଭାପତି ରବିନ୍ଦ୍ର ବେହେରା, ଏନ୍‌ସିପିରୁ ବିକ୍ରମ ସ୍ବାଇଁ, ସିପିଆଇଏମ୍‌ଏଲ୍‌ରୁ ଅଶୋକ ପ୍ରଧାନ, ସିପିଆଇଏମ୍‌ଏଲ୍‌ ୟୁନାଇଟେଡରୁ ଯୁଧିଷ୍ଠୀର ମହାପାତ୍ର, କ୍ରାନ୍ତି ଦଳରୁ ପ୍ରଭାସ ସାମନ୍ତରାୟ, ଜେଡିୟୁରୁ ସରୋଜ କୁମାର ପୃଷ୍ଟି, ଚନ୍ଦ୍ରମଣି ନାୟକ, ଆରଜେଡିରୁ ହରିଶ ମହାପାତ୍ର, ଆପ୍‌ରୁ ସୌମ୍ୟରଞ୍ଜନ ସ୍ବାଇଁ, ଶିବାଜୀ ମଳିକ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶଯୋଗ୍ୟ, ନୂଆ ପ୍ରଭାରୀ ପାଇ ଓଡ଼ିଶା କଂଗ୍ରେସର ନେତା ଓ କର୍ମୀ ବେଶ ଉତ୍ସାହିତ ହୋଇଛନ୍ତି । ଆସନ୍ତା ସାଧାରଣ ନିର୍ବାଚନ ପାଇଁ ରୋଡମ୍ୟାପ୍‌ ପ୍ରସ୍ତୁତି ଆରମ୍ଭ କରିଛନ୍ତି ପ୍ରଭାରୀ ଡଃ ଅଜୟ କୁମାର ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details