ଭୁବନେଶ୍ବର: ଦୀର୍ଘ ବର୍ଷ ପରେ କ୍ଷମତାକୁ ଫେରିବା ପାଇଁ ବଳ କଷୁଛି କଂଗ୍ରେସ । ଶ୍ରୀକ୍ଷେତ୍ରରୁ ଆରମ୍ଭ କଲା 2024 ନିର୍ବାଚନ ପ୍ରଚାର ଅଭିଯାନ । ଲୋକଙ୍କ ଭାବାବେଗ ସହ ଜଡିତ ପ୍ରସଙ୍ଗକୁ କରିଛି ମୁଦ୍ଦା । ଗତକାଲି ଶ୍ରୀମନ୍ଦିର ସହିତ ଜଡିତ 4 ଟି ପ୍ରସଙ୍ଗକୁ ଧରି ବଡଦାଣ୍ଡରେ କରିଛି ବିଶାଳ ସମାବେଶ । ପୁରୀରେ ଆୟୋଜିତ ବିଶାଳ ସମାବେଶ ଏହାର ପ୍ରମାଣ । ଏହି ସମାବେଶରେ ରାଜ୍ୟବାସୀଙ୍କ ପାଇଁ 4ରୁ ଅଧିକ ପ୍ରମୁଖ ଦାବି ରଖି 2024 ନିର୍ବାଚନ ପାଇଁ କ୍ୟାମ୍ପେନ ଆରମ୍ଭ କରିଛି କଂଗ୍ରେସ । ଜଗନ୍ନାଥଙ୍କୁ ସାକ୍ଷୀ ରଖି ପ୍ରଚାର ଆରମ୍ଭ କରିଛି କଂଗ୍ରେସ ।
ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ‘‘2024 ନିର୍ବାଚନ ପାଇଁ ଏହି ଲଢେଇ ଆରମ୍ଭ ହୋଇଯାଇଛି । ଏହା ଧର୍ମର ଲଢେଇ ହେବ । ନ୍ୟାୟ ଓ ଅନ୍ୟାୟର ଲଢେଇ ହେବ । ନ୍ୟାୟ ଜିତିବ ଓ ଅନ୍ୟାୟ ହାରିବ 2024 ନିର୍ବାଚନରେ । ’’ ଶରତ ପଟ୍ଟନାୟକ କହିଛନ୍ତି ରତ୍ନଭଣ୍ଡାର ପ୍ରସଙ୍ଗ ଠାରୁ ଆରମ୍ଭ କରି ବେଦାନ୍ତ ଜମି ଫେରାଇବା ଭଳି ପ୍ରସଙ୍ଗକୁ ନିର୍ବାଚନୀ ପ୍ରସଙ୍ଗ କରି ଲୋକଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ ଆରମ୍ଭ କରିଛି କଂଗ୍ରେସ । 2024 ନିର୍ବାଚନ ପାଇଁ କଂଗ୍ରେସର ଏହି ପ୍ରୟାସ ବିପୁଳ ଆକାରରେ ପୁରୀରୁ ଆରମ୍ଭ ହୋଇଛି । ଜନ ସମର୍ଥନ ମିଳିଛି କଂଗ୍ରେସକୁ । ଯାହାର ଫଳାଫଳ 2024 ନିର୍ବାଚନରେ ଦେଖିବାକୁ ମିଳିବ ।
ଅଧିକ ପଢନ୍ତୁ- କୋରାପୁଟ କଂଗ୍ରେସର ଶକ୍ତି ପ୍ରଦର୍ଶନ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ପିସିସି ସଭାପତି
ସେହିପରି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି, 2024 ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇସାରିଲାଣି । ରାଜ୍ୟର ବିଭିନ୍ନ ସ୍ଥାନରେ ଛୋଟ ଛୋଟ ସମାବେଶ ହେଉଥିଲା । କିନ୍ତୁ ପୁରୀରେ 2024 ନିର୍ବାଚନ ପାଇଁ କ୍ୟାମ୍ପେନ ଆରମ୍ଭ ହୋଇଛି । ଏହାର ସଫଳତା ପରେ ଓଡିଶାର ବିଭିନ୍ନ ସ୍ଥାନରେ 2024 ନିର୍ବାଚନ ପାଇଁ ପ୍ରଚାର କରାଯିବ । ଲୋକଙ୍କ ସମର୍ଥନ କଂଗ୍ରେସ ସହିତ ଅଛି । କଂଗ୍ରେସ ଲୋକଙ୍କ ସହିତ ରହିଛି । 2024 ନିର୍ବାଚନରେ ଏହାର ପ୍ରତିଫଳନ ଦେଖିବାକୁ ମିଳିବ । ଏହାର ପ୍ରମାଣ ପୁରୀର ସମାବେଶ ଏବଂ ଲୋକଙ୍କ ସମାଗମ ବୋଲି ସେ କହିଛନ୍ତି ।