ଓଡିଶା

odisha

ETV Bharat / state

କଂଗ୍ରେସ କାର୍ଯ୍ୟକାରିଣୀରେ ମୋକିମ-ଚିରଞ୍ଜୀବ ଝଡ଼ - ଓଡ଼ିଶା କଂଗ୍ରେସର କାର୍ଯ୍ୟକାରିଣୀ

କନ୍ଦଳ ଭିତରେ ଆରମ୍ଭ ହୋଇଛି ଓଡ଼ିଶା କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ । ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିବା ପିସିସି ସଭାପତି କହିଥିବା ବେଳେ ବୈଠକରେ ମୋକିମ ଓ ଚିରଞ୍ଜୀବଙ୍କ ନିଲମ୍ବନକୁ ନେଇ ନେତା ନେତାଙ୍କ ମଧ୍ୟରେ କଥା କଟାକଟି ହୋଇଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

ଓଡ଼ିଶା କଂଗ୍ରେସର କାର୍ଯ୍ୟକାରିଣୀ
ଓଡ଼ିଶା କଂଗ୍ରେସର କାର୍ଯ୍ୟକାରିଣୀ

By

Published : Jul 22, 2023, 5:52 PM IST

ଭୁବନେଶ୍ବର: କଂଗେସର ରାଜ୍ୟ କାର୍ଯ୍ୟକାରିଣୀରେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ରୋଡ଼ ମ୍ୟାପ୍‌ । ଜୁମ୍ବୋ ଟିମ୍‌ର ଚାଲିଛି ଲମ୍ବା ବୈଠକ । ପିସିସି ସଭାପତି ଶରତ ପଟ୍ଟନାୟକ ଓ ପ୍ରଭାରୀ ଚେଲ୍ଲା କୁମାରଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ଦଳର ବରିଷ୍ଠ ନେତାମାନେ ଯୋଗ ଦେଇଛନ୍ତି । ନୂଆ ପିସିସି କମିଟି ଗଠନ ପରେ ଏହାର ପ୍ରଥମ କାର୍ଯ୍ୟକାରିଣୀ । ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ଏହି ବୈଠକରେ ପ୍ରଥମ ପର୍ଯ୍ୟାୟରେ ରାଜନୈତିକ ବ୍ୟାପାର ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଦ୍ବିତୀୟ ପର୍ଯ୍ୟାୟରେ ଏକାଧିକ ପ୍ରସଙ୍ଗ ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି ।

ରାଜ୍ୟ କଂଗ୍ରେସ କାର୍ଯ୍ୟକାରିଣୀର ପ୍ରଥମ ପର୍ଯ୍ୟାୟରେ ରାଜନୈତିକ ବ୍ୟାପାର କମିଟି ବୈଠକ ସରିଛି । ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ପ୍ରଚାର କମିଟି ଅଧକ୍ଷ ବିଜୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଛନ୍ତି । ଯୁବ, ଛାତ୍ର, ମହିଳା ସମେତ ସମସ୍ତ ସାମ୍ମୁଖ୍ୟର ମୁଖ୍ୟ ନେତାମାନେ ଉପସ୍ଥିତ ରହିଛନ୍ତି । ସଂଗଠନ କିଭଳି ସୁଦୃଢ ହେବ, ଦଳର କଣ କଣ ରାଜନୈତିକ ରଣନୀତି ରହିବ, ଯେଉଁ ରାଜନୈତିକ ପ୍ରସ୍ତାବ ପାରିତ ହେବ ତାହା କିଭଳି ଦଳ କାର୍ଯ୍ୟକାରୀ କରିବ, ସେନେଇ ବୈଠକରେ ବ୍ୟାପକ ଆଲୋଚନା ହୋଇଛି । ଦ୍ବିତୀୟ ପର୍ଯ୍ୟାୟରେ ଷ୍ଟେଟ୍‌ ଏକ୍‌ଜିକ୍ୟୁଟିଭ ବଡି ଓ ଅପରାହ୍ନରେ ବସିବ ରାଜ୍ୟ ପଦାଧିକାରୀ ବୈଠକ ।

ଏହା ମଧ୍ୟ ପଢ଼ନ୍ତୁ...କାର୍ଯ୍ୟକାରିଣୀରେ ମୋକିମ-ଚିରଞ୍ଜୀବ ପ୍ରସଙ୍ଗ ଉଠାଇବେ ନରସିଂହ, ଏକାଠି ଲଢ଼ିବୁ କହିଲେ ଜୟଦେବ

ବୈଠକରେ ବହିଲା ମୋକିମ ଓ ଚିରଞ୍ଜୀବି ଝଡ଼: ବିଧାୟକ ମହମ୍ମଦ ମୋକିମ ଓ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ବାଳଙ୍କୁ ଦଳରୁ ନିଲମ୍ବନ ନେଇ କାର୍ଯ୍ୟକାରିଣୀ ବୈଠକରେ କଂଗ୍ରେସ ନେତାଙ୍କ ମଧ୍ୟରେ କଥା କଟାକଟି । ରାଜନୈତିକ ବ୍ୟାପାର ବୈଠକରେ ନେତା ନେତାଙ୍କ ଭିତରେ କଥା କଟାକଟି ହୋଇଥିବା ଜଣାପଡ଼ିଛି । ବିନା ଆଲୋଚନାରେ ଦୁଇ ନେତାଙ୍କୁ ଦଳରୁ ନିଲମ୍ବନ କରିବାକୁ କିଛି ନେତା ନାପସନ୍ଦ କରିଥିବା ସହ ଏନେଇ ପ୍ରଶ୍ନ ଉଠାଇଥିଲେ । ଆଉ କିଛି ନେତା ଶୃଙ୍ଖଳା ଦୃଷ୍ଟିରୁ ନିଲମ୍ବନ ସପକ୍ଷରେ ବାହାରିଥିଲେ ।

ସେପଟେ ପିସିସି ସଭାପତି କହିଛନ୍ତି, "ବେକାରୀ ସମସ୍ୟା, ଦର ଦାମ ବୃଦ୍ଧି, ଛାତ୍ର ସଂସଦ ନିର୍ବାଚନ, ପଛୁଆ ବର୍ଗ ପ୍ରତି ଅବହେଳା ଓ ଚିଟଫଣ୍ଡ ଭଳି ପ୍ରମୁଖ ପ୍ରସଙ୍ଗରେ ଆଲୋଚନା ହୋଇଛି । ଏହି ପ୍ରସଙ୍ଗ ଗୁଡ଼ିକୁ ନେଇ ଦଳ ଆଗକୁ ଲୋକଙ୍କ ପାଖକୁ ଯିବ । କିପରି ଦଳ ସଶକ୍ତ ହେବ ଓ ୨୦୨୪ରେ ସରକାରକୁ ଫେରିବ, ସେନେଇ ଆଲୋଚନା ହୋଇଛି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details