ଓଡିଶା

odisha

ETV Bharat / state

କଂଗ୍ରେସରେ ନୂଆ କମିଟି ଘୋଷଣା ପରେ ବଢିବ କି କନ୍ଦଳ ? ମୋକିମ କହିଲେ ୨୦୨୪ରେ ବିକଳ୍ପ କଂଗ୍ରେସ - ତାରା ବାହିନୀପତି ବନାମ ସପ୍ତଗିରି ଉଲାକା

ଓଡ଼ିଶା କଂଗ୍ରେସର ନୂଆ କମିଟି ଘୋଷଣା ପରେ ଦଳରେ ଗୋଷ୍ଠୀ ବିବାଦ ବଢ଼ିବାର ଅନେକ ସମ୍ଭାବନା ରହିଛି । କୋରାପୁଟ କଂଗ୍ରେସ କଳିକୁ ନେଇ ଚିନ୍ତାରେ ଦଳୀୟ ନେତା । ସେପଟେ ବିଧାୟକ ମହମ୍ମଦ ମୋକିମ କହିଛନ୍ତି ସବୁକିଛି ଠିକ୍‌ ଚାଲିଛି, ୨୦୨୪ରେ କଂଗ୍ରେସ ବିକଳ୍ପ । କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ମଧ୍ୟ ସମାନ କଥା କହିଛନ୍ତି । ଅଧିକ ପଢ଼ନ୍ତୁ

କଂଗ୍ରେସରେ ନୂଆ କମିଟି ଘୋଷଣା ପରେ ବଢିବ କି କନ୍ଦଳ ?
କଂଗ୍ରେସରେ ନୂଆ କମିଟି ଘୋଷଣା ପରେ ବଢିବ କି କନ୍ଦଳ ?

By

Published : Jun 10, 2023, 8:13 PM IST

କଂଗ୍ରେସରେ ନୂଆ କମିଟି ଘୋଷଣା ପରେ ବଢିବ କି କନ୍ଦଳ ?

ଭୁବନେଶ୍ବର: ରାଜ୍ୟ କଂଗ୍ରେସରେ ସବୁକିଛି ଠିକ ଚାଲିଛି ତ ? ନୂଆ କମିଟି ଘୋଷଣା ପରେ ଉଗ୍ର ହେବନି ତ ଗୋଷ୍ଠୀ ବିବାଦ ? କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ପଦରୁ ମିନାକ୍ଷୀ ବାହିନୀପତିଙ୍କୁ ବାଦ୍‌ ଦେବା ତାରା ବାହିନୀପତି ବନାମ ସପ୍ତଗିରି ଉଲାକା ବିବାଦକୁ ଅଧିକ ଘନିଭୂତ କରିବନି ତ ? କାରଣ କିଛିଦିନ ତଳେ ତାରା ବାହିନୀପତି ତାଙ୍କ ଗୋଷ୍ଠୀ ସହିତ ପିସିସି କାର୍ଯ୍ୟାଳୟରେ ଶକ୍ତି ପ୍ରଦର୍ଶନ କରିଥିବା ବେଳେ ସପ୍ତଗିରି ଉଲାକା ମଧ୍ୟ ଶକ୍ତି ପ୍ରଦର୍ଶନ କରିଥିଲେ । ଆଉ ଏବେ ସପ୍ତଗିରିଙ୍କ ଇସାରାରେ ଏଆଇସିସି ଜିଲ୍ଲା ସଂଗଠନର ଦାୟିତ୍ବରେ ପରିବର୍ତ୍ତନ ଆଣିଥିବା ଚର୍ଚ୍ଚା ହେଉଛି । ଅନୁମାନ କରାଯାଉଛି, କଂଗ୍ରେସ ଭିତରେ ଥିବା ଗୋଷ୍ଠୀ କନ୍ଦଳକୁ ଏହା ବଢାଇପାରେ । ଯଦି କଂଗ୍ରେସ ପର୍ଯ୍ୟବେକ୍ଷକ କିମ୍ବା ପିସିସି ସଭାପତି ଏମାନଙ୍କୁ ବୁଝାଇବାରେ ଅକ୍ଷମ ହୁଅନ୍ତି, ତେବେ ବିବାଦ ତେଜିବ ସିନା ଥମିବାର ନାଁ ଧରିବନି ।

ଅନ୍ୟପଟେ ବିଧାୟକ ମହମ୍ମଦ ମୋକିମ କହିଛନ୍ତି, "ଦଳ ଭିତରେ କୌଣସି ଗୋଷ୍ଠୀ କନ୍ଦଳ ନାହିଁ । ସବୁକିଛି ଠିକଠାକ ଚାଲିଛି । କୋରାପୁଟରେ ଯେଉଁ ପ୍ରସଙ୍ଗ ଉଠିଛି ତାହା ଦଳ ଭିତରର କଥା । ସମାଧାନ ହୋଇଯିବ । ୨୦୨୪ ନିର୍ବାଚନ ଉପରେ ଏହାର କୌଣସି ପ୍ରଭାବ ପଡିବନାହିଁ ।" ସେହିପରି ଇସ୍ତାହାର କମିଟିର ନୂଆ ଦାୟିତ୍ବ ପାଇଥିବା ପଞ୍ଚାନନ କାନୁନଗୋ କହିଛନ୍ତି, "ଦଳ ଭିତରେ ଏହି ବିବାଦକୁ ବଢାଇବୁ ନାହିଁ । ବରଂ ଶୀଘ୍ର ଇସ୍ତାହାର ପ୍ରକାଶ କରି ୨୦୨୪ ନିର୍ବାଚନ ପାଇଁ ଲଢିବାକୁ ଆମେ ପ୍ରସ୍ତୁତ ହେଉଛୁ ।" ତେବେ ୨୦୨୪ରେ ବିକଳ୍ପ ରାଜନୈତିକ ଦଳ ଭାବେ ଲୋକେ କଂଗ୍ରେସକୁ କ୍ଷମତାକୁ ଆଣିବେ ବୋଲି ମହମ୍ମଦ ମୋକିମ କହିଛନ୍ତି । ତାଙ୍କୁ ଦଳ ପକ୍ଷରୁ ପଠାଯାଇଥିବା କାରଣ ଦର୍ଶାଅ ନୋଟିସର ଜବାବ ସେ ରଖି ସାରିଛନ୍ତି ବୋଲି ମଧ୍ୟ ମୋକିମ କହିଛନ୍ତି ।

ପାଖେଇ ଆସିଲାଣି ୨୦୨୪ ସାଧାରଣ ନିର୍ବାଚନ । ୯ରୁ ୯୦ ମିଶନ ନେଇ ରାଜ୍ୟ କଂଗ୍ରେସ ତତ୍ପର ହୋଇଛି । କମିଟି ଫରମେସନ କରି ଦାୟିତ୍ବ ବାଣ୍ଟିଛି । ନେତାଏ ବି ଅଣ୍ଟା ଭିଡିଲେଣି ନିର୍ବାଚନ ପାଇଁ । କିନ୍ତୁ ଦଳ ଭିତରେ ଆଭ୍ୟନ୍ତରିଣ ଗୋଷ୍ଠୀ କନ୍ଦଳ ଦଳ ପାଇଁ କାଳ ହୋଇଛି । ଗୋଟିଏ ଉଦାହରଣ ଭାବେ କୋରାପୁଟ ନିର୍ବାଚନ ମଣ୍ଡଳୀକୁ ନିଆଯାଇପାରେ । ଆଉ ଏକ ଉଦାହରଣ ଭାବେ ଚିରଞ୍ଜୀବ ବିଶ୍ବାଳ ଏବଂ ମୋକିମଙ୍କୁ ନୋଟିସ ଦିଆଯିବା ପ୍ରସଙ୍ଗକୁ ନିଆଯାଇପାରେ । ଯଦି ବେଳ ଥାଉ ଥାଉ କଂଗ୍ରେସ ଘର ନସଜାଡେ, ତେବେ ଆଗାମୀ ନିର୍ବାଚନରେ ୯ରୁ ୯୦ ମିଶନକୁ ରୂପ ଦେବା କଂଗ୍ରେସ ପାଇଁ କାଠିକର ପାଠ ହୋଇପାରେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details