ଓଡିଶା

odisha

ETV Bharat / state

CPET EXAM 2023: ଆଜିଠୁ ଏକକ ପିଜି ପରୀକ୍ଷା ଆରମ୍ଭ

ରାଜ୍ୟରେ ଆରମ୍ଭ ହେଲା ଏକକ ପିଜି ପରୀକ୍ଷା । ୨୧ଟି ସରକାରୀ ମହାବିଦ୍ୟାଳୟରେ ଚାଲିଛି ପରୀକ୍ଷା। ଅଧିକ ପଢନ୍ତୁ

odisha common pg entrance test starts
odisha common pg entrance test starts

By

Published : Jun 23, 2023, 12:11 PM IST

ଭୁବନେଶ୍ବର: ଆଜି (ଶୁକ୍ରବାର) ଠାରୁ ଆରମ୍ଭ ହେଲା ଏକକ ପିଜି ପରୀକ୍ଷା । ଆସନ୍ତା ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ତିନୋଟି ସିଫ୍ଟରେ ପରୀକ୍ଷା ହେବ । ମୋଟ ୧୦୬ ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ୨୭ ହଜାର ୩୮୩ ଆସନ ପାଇଁ ହେଉଛି ପ୍ରବେଶିକା ପରୀକ୍ଷା । ସାମ୍ସ ଜରିଆରେ ପ୍ରବେଶିକା ପରୀକ୍ଷା ଲାଗି ୫୩ ହଜାର ୬୪୧ ଜଣ ଛାତ୍ରଛାତ୍ରୀ ଅନଲାଇନ ଆବେଦନ କରିଥିଲେ । କେବଳ ଜୁନ ୨୮ ଓ ୩୦ ତାରିଖରେ ପ୍ରବେଶିକା ପରୀକ୍ଷା ବନ୍ଦ ରହିବ ।

୨୦୨୩-୨୪ ଶିକ୍ଷାବର୍ଷରେ ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମରେ ନାମଲେଖା ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି । ପ୍ରବେଶିକା ପରୀକ୍ଷା ପାଇଁ ଗତ ୧ ତାରିଖରୁ ଆବେଦନ ଆରମ୍ଭ ହୋଇଥିଲା । ମୋଟ ୧୦୬ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ୨୭ ହଜାର ୩୮୩ ଆସନ ଥିବାବେଳେ ୫୩ ହଜାର ୬୪୧ ଜଣ ଛାତ୍ରଛାତ୍ରୀ ସାମ୍ସ ଜରିଆରେ ଅନଲାଇନ ଆବେଦନ କରିଥିଲେ । ଏସଏସବି ଦ୍ୱାରା ପ୍ରବେଶିକା ପରୀକ୍ଷା ପରିଚାଳିତ ହେଉଛି । ପ୍ରବେଶିକା ପରୀକ୍ଷାର ୮୦ ପ୍ରତିଶତ ଓ ୨୦ ପ୍ରତିଶତ କ୍ୟାରିୟର ମାର୍କକୁ ଭିତ୍ତି କରି ପିଲାଙ୍କୁ ସିଟ ଆବଣ୍ଟନ କରାଯିବ । ରାଜ୍ୟର ୨୧ଟି ସରକାରୀ ମହାବିଦ୍ୟାଳୟରେ ଏହି ପ୍ରବେଶିକା ପରୀକ୍ଷା ହେଉଥିବା ସୂଚନା ରହିଛି ।

ଦିନକୁ ୩ଟି ସିଫ୍ଟରେ ହେବ ପରୀକ୍ଷା । ପ୍ରଥମ ସିଫ୍ଟ୍ ୧୦ ଟାରୁ ୧୧ ଟା, ଦ୍ବିତୀୟ ସିଫ୍ଟ ୧୨ ଟା ୩୦ ରୁ ୧ଟା ୩୦ ଓ ତୃତୀୟ ସିଫ୍ଟ ଅପରାହ୍ନ ୩ ଟା ରୁ ୪ ଟା ପର୍ଯ୍ୟନ୍ତ ହେବ । ତେବେ ଆଜି ଆନ୍ଥ୍ରୋପୋଲୋଜି, ଭୂଗୋଳ, ହିନ୍ଦୀ, ଏମବିଏ ପାଠ୍ୟକ୍ରମରେ ପରୀକ୍ଷା ଆରମ୍ଭ ହୋଇଛି । ୨୪ ତାରିଖରେ ଫିଜିକ୍ସ, ପପୁଲେସନ ଷ୍ଟଡି, ଆଇନ, ପରିସଂଖ୍ୟାନ, ବାଣିଜ୍ୟ ବିଭାଗରେ ହେବ ପରୀକ୍ଷା । ସେହିପରି ଭାବରେ ୨୫ ତାରିଖରେ ମାଇକ୍ରୋ ବାୟୋଲୋଜି, ଇଂରାଜୀ, ପିଏମଆଇଆର, ଜିଓଲୋଜି ପରୀକ୍ଷା ହେବ ।

୨୬ ତାରିଖରେ ପରିବେଶ ବିଜ୍ଞାନ, ଓଡ଼ିଆ, ଫୁଡ୍ ସାଇନ୍ସ, ଫିଲୋସଫି ବିଭାଗରେ ହେବ ପରୀକ୍ଷା । ୨୭ ତାରିଖରେ ହୋମ ସାଇନ୍ସ, ଜିୟୋଲୋଜୀ, ଇତିହାସ, ରୁରାଲ ଡେଭଲମେଣ୍ଟ । ୨୯ ତାରିଖରେ ପବ୍ଲିକ ଆଡମିନଷ୍ଟ୍ରେଶନ, କମ୍ପ୍ୟୁଟର ସାଇନ୍ସ, ସୋସିଓଲୋଜି, ପଲଟିକାଲ ସାଇନ୍ସ । ଜୁଲାଇ ୧ ତାରିଖରେ ଏଜୁକେସନ, ଲିନ୍ୟୁଷ୍ଟିକ, କେମେଷ୍ଟ୍ରି, ଫିଜିକାଲ୍ ଇଜୁକେସନ । ଜୁଲାଇ ୨ ତାରିଖରେ ସାମ୍ବାଦିକ ଓ ଗଣଯୋଗାଯୋଗ । ୩ ତାରିଖରେ ବାୟୋ ଟେକ୍ନୋଲୋଜି, ଅର୍ଥନୀତି ଗଣିତ, ଏମବିଏ, ବଟାନି । ୪ ତାରିଖରେ ସୋସିଆଲ ୱାର୍କ, ସାଇକୋଲୋଜି, ସାନ୍ତାଳୀ, ସଂସ୍କୃତ, ଉର୍ଦ୍ଧ୍ବ, ମାଟରିଆଲ ସାଇନ୍ସ ଆଦି ବିଭାଗର ହେବ ପରୀକ୍ଷା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details