ଭୁବନେଶ୍ବର: ଚାଲିଛି ନାମଲେଖା ଋତୁ । ଚଳିତ ଶିକ୍ଷାବର୍ଷ 2023-24 ବର୍ଷ ପାଇଁ ଯୁକ୍ତ ଦୁଇ ଓ ଯୁକ୍ତ ତିନି ପାଠ୍ୟକ୍ରମରେ ନାମଲେଖା ଜାରି ରହିଛି । ଏହି ସମୟରେ ନକଲି ସାର୍ଟିଫିକେଟ ଭୟ ଦେଖିବାକୁ ମିଳିଛି । ରାଜ୍ୟରେ ନକଲି ସାର୍ଟିଫିକେଟ ତାଲିକା ବଢୁଥିବା ଦେଖିବାକୁ ମିଳିଛି । ନାମଲେଖାର ସମୟରେ ଧାର୍ଯ୍ୟ ସିଟକୁ ନେଇ ନକଲି ସାର୍ଟିଫିକେଟ ମାଧ୍ୟମରେ ଅନେକ ଛାତ୍ରଛାତ୍ରୀ ନାମ ଲେଖାଇଥାନ୍ତି । ଏହାଦ୍ବାରା ପ୍ରକୃତ ଭିନ୍ନକ୍ଷମ ଛାତ୍ରଛାତ୍ରୀ ନାମଲେଖାରୁ ବଞ୍ଚିତ ରହିଥାନ୍ତି । ଗତ ବର୍ଷ ପାଖାପାଖି ଏକାଧିକ ଛାତ୍ରଛାତ୍ରୀ ଏହି ପରି କରିଥିବା ନଜରକୁ ଆସିଥିଲା ।
ରାଜ୍ୟରେ ଯୁକ୍ତ ଦୁଇ ଠାରୁ ଆରମ୍ଭ କରି ଯୁକ୍ତ ତିନି ଏବଂ ପିଜି ପାଠ୍ୟକ୍ରମର ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ସମୟରେ ସିଟ ହାତେଇବାକୁ ନକଲି ସାର୍ଟିଫିକେଟ ମାଧ୍ୟମରେ ଅନେକ ଛାତ୍ରଛାତ୍ରୀ ନାମ ଲେଖାଇଥାନ୍ତି । ଏହାଦ୍ବାରା ପ୍ରକୃତ ଭିନ୍ନକ୍ଷମ ଛାତ୍ରଛାତ୍ରୀ ନାମଲେଖାରୁ ବଞ୍ଚିତ ରହିଥାନ୍ତି । ଗତ ବର୍ଷ ବିଭିନ୍ନ ବିଭାଗର ପ୍ରାୟ ୧୦୦ ଜଣ ଛାତ୍ରଛାତ୍ରୀ ଏପରି କରିଥିବା ନଜରକୁ ଆସିବ ସହ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଏପରିକି ରାଜ୍ୟରେ ଥିବା ପ୍ରମୁଖ ମହାବିଦ୍ୟାଳୟରେ ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ ନାମ ଲେଖାଇଥିଲେ । ଗତ ବର୍ଷ ୬୦ଜଣ ଛାତ୍ରଛତ୍ରୀଙ୍କ ଆଡମିସନ ବାତିଲ କରାଯାଇଥିଲା ।
ପ୍ରମୁଖ ମହାବିଦ୍ୟାଳୟ ଗୁଡିକ ମଧ୍ୟରେ ଭୁବନେଶ୍ବରର ବିଜେବି ସ୍ବଂୟଶାସିତ ମହାବିଦ୍ୟାଳୟ, ଭୁବନେଶ୍ବରର ମହର୍ଷି କଲେଜ, ଭୁବନେଶ୍ବରର ରାଜଧାନୀ ମହାବିଦ୍ୟାଳୟ, ଭଦ୍ରକ ସ୍ବଂୟଶାସିତ ମହାବିଦ୍ୟାଳୟ, କଟକର ଜେକେବିକେ କଲେଜ ଏବଂ ପୁରୀର ଏସସିଏସ ମହାବିଦ୍ୟାଳୟ ଭଳି ଅନେକ ମହାବିଦ୍ୟାଳୟରେ ଅନେକ ଛାତ୍ରଛାତ୍ରୀ ନକଲି ସାର୍ଟିଫିକେଟ ଦେଇ ନାମଲେଖାଇଥିବା ନଜରକୁ ଆସିଥିଲା । ଫଳରେ ପ୍ରକୃତ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ସରକାରୀ କଲେଜମାନଙ୍କରେ ଆବଶ୍ୟକତା ଅନୁଯାୟୀ ସିଟ ପାଉନଥିବା ବେଳେ ସାଧାରଣ ଛାତ୍ରଛାତ୍ରୀମାନେ ନକଲି ସାର୍ଟିଫିକେଟ ଦେଖାଇ ସ୍ୱଳ୍ପ ଦେୟରେ ନାମ ଲେଖାଉଥିବା ଅଭିଯୋଗ ହୋଇଥିଲା । ଏଭଳି ଘଟଣାକୁ ନେଇ ଶିକ୍ଷା ବିଭାଗ ନାମଲେଖା ସମୟରେ ସମସ୍ତଙ୍କ ପ୍ରମାଣପତ୍ରକୁ ତନତନ କରି କରି ଦେଖିବା ସହ ଘଟଣାକୁ ଗୁରୁତର ଶହ ମଧ୍ୟ ନେଇଛନ୍ତି ।
ଏହା ବି ପଢନ୍ତୁ...ଯୁକ୍ତ ତିନି ନାମଲେଖା, ରାଜ୍ୟର କମୁଛି ଟପ୍ କଲେଜର କ୍ରେଜ