ଓଡିଶା

odisha

ଓପିଟିସିଏଲ ଟେକ ଟାୱାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

By ETV Bharat Odisha Team

Published : Oct 19, 2023, 8:25 AM IST

ଭୁବନେଶ୍ବର ସହିଦ ନଗରରେ ଓପିଟିସିଏଲର ଅତ୍ୟାଧୁନିକ ଟେକ୍‌ ଟାୱାର ଲୋକାର୍ପଣ । ଅଧିକ ପଢ଼ନ୍ତୁ

OPTCL Tech Tower
OPTCL Tech Tower

ଟେକ ଟାୱାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:ଲୋକାର୍ପିତ ହେଲା ଓଡ଼ିଶା ପାୱାର ଟ୍ରାନ୍ସମିସନ କର୍ପୋରେସନ ଲିଃ ବା ଓପିଟିସିଏଲର ଅତ୍ୟାଧୁନିକ ଟେକ ଟାୱାର । ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିଛନ୍ତି । ଭୁବନେଶ୍ବର ସହିଦ ନଗରରେ ରହିଛି ଓପିଟିସିଏଲର ଏହି ଟେକ୍‌ ଟାୱାର । ୫୫ କୋଟି ଟଙ୍କାରେ ଏହା ନିର୍ମିତ ହୋଇଛି । ବହୁ ମହଲା ବିଶିଷ୍ଟ ଏହି ଓପିଟିସିଏଲ ଟେକ୍‌ ଟାୱାର କର୍ପୋରେଟ ଅଫିସ୍ ଭାବରେ କାର୍ଯ୍ୟ କରିବ । ଓଡ଼ିଶା ପାୱାର ଟ୍ରାନ୍ସମିସନ୍‌ କର୍ପୋରେସନ ଲିମିଟେଡ ଓଡ଼ିଶାବାସୀଙ୍କୁ ନିରବଚ୍ଛିନ୍ନ ତଥା ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇବାରେ ନିୟୋଜିତ ହୋଇଛି । ବିଦ୍ୟୁତ ସେବା କ୍ଷେତ୍ରର ପ୍ରଗତିରେ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ରାଜ୍ୟର ଟ୍ରାନ୍ସମିସନ୍‌ ଭିତ୍ତିଭୂମିରେ ଓପିଟିସିଏଲର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କାର୍ଯ୍ୟକ୍ଷେତ୍ରର ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ଆଧୁନିକ ସ୍ଥାପତ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ସହିତ ଏହି କୋଠା ନିର୍ମାଣ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ମୁଖ୍ୟ ଶାସନ ସଚିବଙ୍କ ବିଦ୍ୟୁତ ପରିବହନ କାର୍ଯ୍ୟ ଅଗ୍ରଗତି ସମୀକ୍ଷା, ଗୁଣାତ୍ମକ ବିଦ୍ୟୁତ ଯୋଗାଣକୁ ଗୁରୁତ୍ୱ

ରାଜ୍ୟରେ ୨୦୦୦ ମସିହାରେ ୧୬ ଲକ୍ଷ ବିଦ୍ୟୁତ ଉପଭୋକ୍ତା ଥିଲେ । କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟା ୯୭ ଲକ୍ଷକୁ ବୃଦ୍ଧି ପାଇଛି । ସେହିଭଳି ଗ୍ରୀଡ୍‌ ସଂଖ୍ୟା ୮୦ରୁ ୧୯୪କୁ ବୃଦ୍ଧି ହୋଇଛି । ଟ୍ରାସଫରମେସନ୍‌ କ୍ଷମତା ୬,୧୨୫ MVA ରୁ ୨୫,୮୦୦ MVAକୁ ବୃଦ୍ଧି ହୋଇଛି । ଟ୍ରାନ୍ସମିସନ୍‌ ଲାଇନ ୯୪୦୦ ସର୍କିଟ କିଲୋମିଟରରୁ ୧୬,୩୦୦ ସର୍କିଟ କିମିକୁ ବୃଦ୍ଧି ପାଇଛି । ଓପିଟିସିଏଲ୍‌ ବିଦ୍ୟୁତ ପରିବହନ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରିଛି । ରାଜ୍ୟର ଯୁବକମାନଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି ।

ଏହା ମଧ୍ୟ ପଢନ୍ତୁ-ବାତ୍ୟାରେ ଓପିଟିସିଏଲ କର୍ମଚାରୀଙ୍କ ମୃତ୍ୟୁ ହେଲେ ମିଳିବ 10 ଲକ୍ଷ ଅନୁକମ୍ପା ରାଶି

ଏହା ମଧ୍ୟ ପଢନ୍ତୁ-ବିଦ୍ୟୁତ୍‌ ବିଭାଗର କାର୍ଯ୍ୟରତ ଡ୍ରାଇଭର ମୃତ, କ୍ଷତି ପୂରଣ ଦାବିରେ ଧାରଣା

ଓପିଟିସିଏଲର ଲୋକାର୍ପଣ ଉତ୍ସବରେ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ କୁମାର ରାଉତ, ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜା ବିହାରୀ ଧଳ, ୫ଟି ସଚିବ ଭି.କେ ପାଣ୍ଡିଆନ ଉପସ୍ଥିତ ଥିଲେ । ଏଥିସହ ଓପିଟିସିଏଲ ସିଏମଡି ସଞ୍ଜୟ କୁମାର ମିଶ୍ର, ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ମଧ୍ଯ ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details