ଭୁବନେଶ୍ବର: ବର୍ଦ୍ଧିତ ଜନସଂଖ୍ୟାକୁ ସେବା ଯୋଗାଇବାକୁ ଖୋଲିଲା ନୂଆ ଥାନା । 30ଟି ନୂଆ ଥାନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ରାଜଧାନୀର ନୂଆ ଥାନା ମୈତ୍ରୀବିହାର ଥାନାରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୨୩ ଜିଲ୍ଲାରେ ଖୋଲିଛି 30ଟି ଥାନା । ଏଥିସହ ବାକି ୫ଟି ଥାନାର ପରବର୍ତ୍ତୀ ପର୍ଯ୍ୟାୟରେ ଶୁଭାରମ୍ଭ ହେବ । ତେବେ ଗତବର୍ଷ ୩୬ଟି ଥାନା ପାଇଁ ଓଡ଼ିଶା ସରକାର ଦେଇଥିଲେ ସ୍ଵୀକୃତି । ଏହା ଦ୍ବାରା ଆବଶ୍ୟକ ପଡ଼ୁଥିବା ଆଇନ ସହାୟତା ଓ ଲୋକଙ୍କୁ ନ୍ୟାୟ ଦେବାରେ ସାହାର୍ଯ୍ୟ କରିବ ଏହି ସବୁ ଥାନା । ତେବେ ଭୁବନେଶ୍ବର ମୈତ୍ରିବିହାର ଥାନା ଯାହାକି ବିଶେଷ ଭାବେ ସାଲିଆ ସାହି ଅଞ୍ଚଳରେ ଅବସ୍ଥିତ । ଏହି ଥାନାଦ୍ବାରା ନୟାପଲ୍ଲୀ ଓ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଅନେକ ଅଞ୍ଚଳ ଏହାର ପରିସରରେ ଆସିବ । ରାଜଧାନୀରେ ବସ୍ତିକୁ ନିୟନ୍ତ୍ରଣ ଓ ବର୍ଦ୍ଧିତ ଜନସଖ୍ୟା ଦୃଷ୍ଟିରେ ରଖି ସହରର ପ୍ରଶସ୍ତିକରଣ ଦୃଷ୍ଟିରୁ ନୂଆ ଥାନା ଅଞ୍ଚଳବାସୀଙ୍କ ପାଇଁ ସହାୟକ ହେବ ।
23 ଜିଲ୍ଲାରେ ଖୋଲିଲା 30 ନୂଆ ଥାନା, ମୈତ୍ରିବିହାର ଥାନାରୁ ମୁଖ୍ୟମନ୍ତ୍ରୀଙ୍କ ଶୁଭାରମ୍ଭ - ୨୩ ଜିଲ୍ଲାରେ ଖୋଲିଛି ୩୧ଟି ଥାନା
30ଟି ନୂଆ ଥାନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ରାଜଧାନୀର ନୂଆ ଥାନା ମୈତ୍ରୀବିହାର ଥାନାରୁ ଭିଡିଓ କଲ ଜରିଆରେ ୨୩ ଜିଲ୍ଲାରେ ଖୋଲିଛି 30ଟି ଥାନା । ଅଧିକ ପଢନ୍ତୁ
new police station
ଅନ୍ୟପେଟ ଲୋକେ ଆଉ ବିଳମ୍ବରେ ନୁହେଁ ବରଂ ଶୀଘ୍ର ସେମାନଙ୍କ ସମସ୍ୟାର ନ୍ୟାୟ ପାଇବା ସହ ସମାଧାନ ହୋଇପାରିବ । ବଢୁଥିବା ଅପରାଧ ଓ ଅପରାଧି ଙ୍କୁ ସାବାଡ କରିବାରେ ସହାୟକ ହେବ । ବିଶେଷ କରି ସାଲିଆସାହି ଅଞ୍ଚଳରେ ସଂଗଠିତ ଅପରାଧ ଓ ବସ୍ତିରେ ଅପରାଧୀଙ୍କ ଆଡ୍ଡା ଓ ବେଆଇନ ଚୋରା ମଦ ସହ ଡକାୟତି ଭଳି ଅପରାଧ କରି ବସ୍ତିରେ ଲୁଟୁଥିବା ଅପରାଧିଙ୍କ ଉପରେ କଡା ନଜର ରଖିବାରେ ଥାନା ସହାୟକ ହେବ । ଏଥି ସହ ପାଖରେ ଅନେକ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ସୁରକ୍ଷା ଆଦି ଦିଗରେ ଲୋକଙ୍କ ପାଇଁ ସହାୟକ ହେବ ।
ଇଟିଭି ଭାରତ, ଭୁବନେଶ୍ୱର