ଭୁବନେଶ୍ବର: ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନରେ ଆଜି ଗୃହରେ ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକ ପ୍ରସ୍ତାବକୁ ସମର୍ଥନ କରିଥିଲେ ବିରୋଧୀ ଦଳ ନେତା । ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ବିୟୋଗ ଗୃହରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା । ଏହାପରେ ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ବିରୋଧୀ ମାଟ୍ରିକ ପ୍ରଶ୍ନପତ୍ର ଲିକ ପ୍ରସଙ୍ଗରେ ଗୃହରେ ହୋହଲ୍ଲା ସହ ନାରାବାଜି କରିଥିଲେ । ଫଳର ଅପରାହ୍ନ 4ଟା ପର୍ଯ୍ୟନ୍ତ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।
ବୀରେନ୍ଦ୍ର ପାଣ୍ଡେଙ୍କ ବିୟୋଗରେ ଶୋକ ପ୍ରକାଶ ଆଗତ କରି ତାଙ୍କ ବିଷୟରେ ବିବୃତ୍ତି ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ବିରୋଧୀ ଦଳ ମୁଖ୍ୟ ସଚତେକ ମୋହନ ମାଝୀ ଓ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଦିଂବଗତ ବିଧାୟକଙ୍କ ନେଇ ଆଗତ ଶୋକ ପ୍ରସ୍ତାବକୁ ସମର୍ଥନ କରି ଗୃହରେ ବିବୃତ୍ତି ରଖିଥିଲେ । ଏହାପରେ ବାଚସ୍ପତି ଗୃହରେ ଉପସ୍ଥିତ ସଦସ୍ୟଙ୍କୁ ବୀରେନ୍ଦ୍ର ପାଣ୍ଡେଙ୍କ ବିଷୟରେ ଅବଗତ କରାଇଥିଲେ । ବର୍ଷିୟାନ ନେତାଙ୍କ ବିୟୋଗରେ ଆଗତ ଶୋକ ପ୍ରସ୍ତାବକୁ ସହମତ ପ୍ରକାଶ କରିଥିବା କହିଥିଲେ ବାଚସ୍ପତି । ଏହାପରେ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଗୃହରେ 1 ମିନିଟ ନୀରବ ପ୍ରାର୍ଥନା କରିଥିଲେ ଗୃହ ସଦସ୍ୟ ।
ଏହା ପରେ ପ୍ରଶ୍ନକାଳ ଆରମ୍ଭ ହୋଇଥିଲା । ଆରମ୍ଭରୁ ହିଁ ହୋହଲ୍ଲା କରିଥିଲେ । ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ ନେଇ କମ୍ପିଥିଲା ଗୃହ । ପ୍ରଶ୍ନପତ୍ର ଲିକ ପାଇଁ ଦାୟୀ କିଏ ବୋଲି ପ୍ରଶ୍ନରେ କମ୍ପିଥିଲା ଗୃହ । ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରି ହଟ୍ଟଗୋଳ କରିଥିଲେ ବିରୋଧୀ । ଶୂନ୍ୟକାଳରେ ପ୍ରଶ୍ନ ଉଠାଇବା ନେଇ ବାଚସ୍ପତି ଯେତେ କହିଥିଲେ ସୁଦ୍ଧା ବିରୋଧୀ ଶୁଣିବାକୁ ନାରାଜ ଥିଲେ । ଗୃହ ମଧ୍ୟଭାଗକୁ ଆସି ପୋଡିୟମ ନିକଟରେ ହୋହଲ୍ଲା କରିଥିଲେ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ । ଫଳରେ ଗୃହକାର୍ଯ୍ୟ ଚଳାଇବା ମୁସ୍କିଲ ହୋଇଥିଲା ତେଣୁ ଅପରାହ୍ନ 4ଟା ଯାଏ ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ବିକ୍ରମ ଆରୁଖ ।