ଓଡିଶା

odisha

ETV Bharat / state

LAccMI Scheme Politics: କଂଗ୍ରେସ କହିଲା ନିର୍ବାଚନ ପୂର୍ବରୁ ନବୀନଙ୍କ ଏହା ପ୍ରଚାର ପ୍ରସାର ! - ବିଜେଡିର ନିର୍ବାଚନ ପ୍ରସ୍ତୁତି

ମାଲକାନଗିରିରେ 'ଲକ୍ଷ୍ମୀ ଯୋଜନା'ର ଶୁଭାରମ୍ଭ ପରେ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରଚାର ପ୍ରସାର ନେଇ ଚର୍ଚ୍ଚା ଜୋର ଧରିଛି । ସମସ୍ତ ଯୋଜନା ମାଲକାନଗିରିରୁ ଶୁଭାରମ୍ଭ ହୋଇଥିବା କଥା କହି ମାଲକାନଗିରିବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତକୁ ନେଇ ଚର୍ଚ୍ଚା
ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତକୁ ନେଇ ଚର୍ଚ୍ଚା

By ETV Bharat Odisha Team

Published : Oct 13, 2023, 6:38 AM IST

ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତକୁ ନେଇ ଚର୍ଚ୍ଚା

ଭୁବନେଶ୍ବର:ମାଲକାନଗିରିରେ 'ଲକ୍ଷ୍ମୀ ଯୋଜନା'ର ଶୁଭାରମ୍ଭ ପରେ ସରଗରମ ରାଜନୀତି । ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରଚାର ପ୍ରସାର ଆରମ୍ଭ କରିଥିବା ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ଦୀର୍ଘଦିନ ପରେ ବିଜେଡି ସୁପ୍ରିମୋ ବାହାର ଜିଲ୍ଲା ଗସ୍ତ କରିଛନ୍ତି। ମାଲକାନଗିରିରେ 'ଲକ୍ଷ୍ମୀ ଯୋଜନା' ଜରିଆରେ ନବୀନ ନିର୍ବାଚନୀ ପ୍ରଚାର ପ୍ରସାର ଆରମ୍ଭ କରିଥିବା କୁହାଯାଉଛି। ତେବେ ମାଲକାନଗିରିବାସୀଙ୍କୁ ସମ୍ବୋଧନ କରି ନବୀନ କହିଛନ୍ତି, "ମାଲକାନଗିରି ମୋର ଅତି ପ୍ରିୟ । ମାଲକାନଗିରି ହିଁ ଓଡିଶା ବିକାଶର ଲଞ୍ଚ ପ୍ୟାଡ୍ । ମାଲକାନଗିରିରୁ ହିଁ ୧ ଟଙ୍କିଆ ଚାଉଳ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପରି ପ୍ରମୁଖ ଯୋଜନା ଆରମ୍ଭ କରିଥିଲି । ଆଜି ପୁଣି ଥରେ ଏକ ଗୁରୁତ୍ବପୂର୍ଣ୍ଣ ଯୋଜନା ‘ଲକ୍ଷ୍ମୀ ଯୋଜନା’ ଆରମ୍ଭ କରି ମୁଁ ବହୁତ ଖୁସି ।"

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି,"ଯୋଗାଯୋଗ ବିକାଶର ଆଧାର । 'ଲକ୍ଷ୍ମୀ ଯୋଜନା' ସମସ୍ତଙ୍କୁ ବିକାଶ ସହିତ ଯୋଡ଼ିବ । ଘର ପାଖକୁ ଆସିବ ବସ୍‌ । ପିଲାଙ୍କୁ ସ୍କୁଲ କଲେଜ ସହିତ ଯୋଡିବ । ଚାଷୀକୁ ମାର୍କେଟ ସହିତ ଯୋଡିବ । ରୋଗୀକୁ ହସ୍ପିଟାଲ ନେବ । ମା’ ମାନେ ସେମାନଙ୍କ କାମ ପାଇଁ ବିଭିନ୍ନ ସ୍ଥାନକୁ ସୁବିଧାରେ ଯାଇପାରିବେ। ଏହି ଯୋଜନା ଘରେ ଘରେ ଖୁସି ଆଣିବ ।" ଏହାସହ 'ଆମ ଓଡିଶା ନବୀନ ଓଡିଶା' କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, "ଖୁବଶୀଘ୍ର ମାଲକାନଗିରି ଏଥିରେ ସାମିଲ ହେବ । ଏଥିରେ ଗାଁରେ ମିଳିବ ସହରର ସୁବିଧା । ବ୍ୟାଙ୍କିଂ, ଇଣ୍ଟର୍‌ନେଟ, ଡିଜିଟାଲ ଭିତ୍ତିଭୂମିର ବିକାଶ ହେବ ।"


ନବୀନ ନିଜ ଭାଷଣ ମାଧ୍ୟମରେ ଶାସକ ଦଳ ନିର୍ବାଚନ ପୂର୍ବରୁ ଜନମତକୁ ନିଜ ସପକ୍ଷରେ ହାସଲ କରିବା ପାଇଁ ଅଣ୍ଟା ଭିଡ଼ିବା ସଙ୍କେତ ଦେଉଥିବାବେଳେ ଏହାକୁ ନେଇ ତେଜିଛି ରାଜନୀତି । ସେପଟେ ନିର୍ବାଚନ ବୈତରଣୀ ପାର୍ ହେବାକୁ ବିଜେପି ମଧ୍ୟ ପ୍ରଚେଷ୍ଟା ଚଳାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରତ୍ୟକ୍ଷ ନିର୍ବାଚନରେ ଲଢ଼ିବାକୁ ସାମିଲ କରି ବିଜେପି ବିଭିନ୍ନ ଅଞ୍ଚଳରୁ ଅଞ୍ଚଳ ମାଟି ସଂଗ୍ରହ କରୁଥିବା ଦେଖିବାକୁ ମିଳୁଛି । ସେହିପରି ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା, ଲୋକାଭିମୁଖୀ ଯୋଜନାକୁ ପାଥେୟ କରି ନିର୍ବାଚନୀ ପ୍ରଚାର ପ୍ରସାର ଆରମ୍ଭ କରି ସାରିଛି ଦଳ। ବିଜେପି ଅଧ୍ୟକ୍ଷ ମନମୋହନ ସାମଲ ଜିଲ୍ଲା ଗସ୍ତ କରି ସଂଗଠନକୁ ଅଧିକ କ୍ରିୟାଶୀଳ କରୁଛନ୍ତି ।

ଏହା ବି ପଢନ୍ତୁ...LAccMI Scheme Politics: ଲକ୍ଷ୍ମୀ ଯୋଜନାକୁ ନେଇ ବର୍ଷିଲେ ବିରୋଧୀ, ଜବାବ ରଖିଲା ବିଜେଡି


ସେପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ଆମେ ମଧ୍ୟ ନିର୍ବାଚନ ପୂର୍ବରୁ ସକ୍ରିୟ ହୋଇ ସାରିଛୁ । କଂଗ୍ରେସ ଏବେ ଗାଁ ମୁଁହା । ନବୀନ ଯେତେ କହିଲେ ବି ଆଉ ଫରକ ପଡିବ ନାହିଁ । 3 ମାସ ହେବ କଂଗ୍ରେସ କାର୍ଯ୍ୟକ୍ରମ ଆରମ୍ଭ କରିସାରିଛି । ଗାଁ ଗାଁକୁ ଆମ କର୍ମୀମାନେ ବୁଲୁଛନ୍ତି । ଘର ଘର କଂଗ୍ରେସ କାର୍ଯ୍ୟକ୍ରମ ମଧ୍ୟ ବ୍ୟାପକ ଭାବେ କରାଯାଉଛି । ରାଜ୍ୟ ସରକାରଙ୍କ ବିଭିନ୍ନ ବିଫଳତାକୁ ନେଇ ଆମେ ଭୋଟରମାନଙ୍କ ପାଖକୁ ଯାଉଛୁ । ଦରଦାମ, ଆଇନ ଶୃଙ୍ଖଳା, ଚାଷୀ ସମସ୍ୟା, ବେକାରୀ ସମସ୍ୟା ଉପରେ ଲୋକଙ୍କୁ ସଚେତନ କରାଉଛୁ । 16 ତାରିଖରେ ପୁରୀରେ ବିଶାଳ ସମାବେଶ, 27 ତାରିଖରେ ଖୋର୍ଦ୍ଧାରେ ବଡ଼ କାର୍ଯ୍ୟକ୍ରମ ହେବ । ଦିଲ୍ଲୀରୁ କେନ୍ଦ୍ର ନେତା ଆସିବାର କାର୍ଯ୍ୟକ୍ରମ ରହିଛି । ଆଗକୁ କଂଗ୍ରେସ ରାଜ୍ୟରେ ଭଲ ପ୍ରଦର୍ଶନ କରିବ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details