ଭୁବନେଶ୍ବର:ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ । ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳାପଳ ପ୍ରକାଶ ପାଇଛି । ସିଏଚଏସଇ କାର୍ଯ୍ୟାଳୟରେ ବିଦ୍ଧିବଦ୍ଧ ଭାବେ ରେଜଲ୍ଟ ଘୋଷଣା କରିଛନ୍ତି ଗଣଶିକ୍ଷାମନ୍ତ୍ରୀ ସୁଦାମ ମାରାଣ୍ଡି । ବିଜ୍ଞାନରେ 77 ହଜାର 468 ରେଗୁଲାର ପିଲା ପାସ କରିଥିବା ବେଳେ 1470 ଏକ୍ସରେଗୁଲାର ପିଲା ପାସ କରିଛନ୍ତି । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସହାର ଅଧିକ । ବିଜ୍ଞାନରେ ପାସହାର 84.93% ରହିଛି । ବାଣିଜ୍ୟରେ ମୋଟ ପାସହାର 81.12% ରହିଛି । ଉଭୟ ବାଣିଜ୍ୟ ଓ ବିଜ୍ଞାନରେ ନୟାଗଡରେ ସର୍ବାଧିକ ପାସହାର ରହିଛି । ଅପରାହ୍ନ 12ଟାରେ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ । www.orissaresult.nic.in ୱେବସାଇଟରେ ରେଜଲ୍ଟ ମିଳିବ ।
ବିଜ୍ଞାନରେ ମୋଟ 93,734 ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ମୋଟ 78 ହଜାର 938 ଜଣ ପାସ କରିଛନ୍ତି । ପ୍ରଥମ ଶ୍ରେଣୀରେ 39 ହଜାର 573 ଜଣ ପାସ କରିଥିବା ବେଳେ ଦ୍ବିତୀୟ ଶ୍ରେଣୀରେ 24 ହଜାର 257 ଓ ତୃତୀୟ ଶ୍ରେଣୀରେ 14 ହଜାର 852 ଜଣ ପାସ କରିଛନ୍ତି । ବିଜ୍ଞାନରେ 96.41% ରେଜଲ୍ଟ ସହ ନୟାଗଡ ଆଗରେ ରହିଛି । ସେହିପରି 61.55% ରେଜଲ୍ଟ ସହ ସର୍ବନିମ୍ନରେ ଗଜପତି ରହିଛି । ବିଜ୍ଞାନରେ ଛାତ୍ରପାସ ହାର 45.32% ରହିଛି । ମୋଟ 42121 ଛାତ୍ର ପାସ କରିଛନ୍ତି । ସେହିପରି 36817 ଛାତ୍ରୀ ପାସ କରିଥିବା ବେଳେ ପାସହାର 36.61% ରହିଛି । 90 ପ୍ରତିଶତରୁ ଅଧିକ ମାର୍କ ରିଖି 358 ଜଣ ପାସ କରିଛନ୍ତି । ସେହିପରି 100 ପ୍ରତିଶତ ପାସ ହୋଇଥିବା 291ଟି କଲେଜ ରହିଛି । 2ଟି କଲେଜରେ ଶୂଲ ରେଜଲ୍ଟ ହୋଇଛି ।
ବାଣିଜ୍ୟରେ ମୋଟ 24 ହଜାର 331 ପିଲା ପରୀକ୍ଷା ଦେଇଥିଲେ । ସେଥିରୁ 19 ହଜାର 536 ପରୀକ୍ଷାର୍ଥୀ ପାସ କରିଛନ୍ତି । ବାଣିଜ୍ୟରେ ପ୍ରଥମ ଶ୍ରେଣୀରେ 7, 410 ପରୀକ୍ଷାର୍ଥୀ ପାସ । ଦ୍ବିତୀୟରେ 4543 ଓ ତୃତୀୟ ଶ୍ରେଣୀରେ 7492 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । 93.9% ରେଜଲ୍ଟ ସହ ନୟାଗଡ ଆଗରେ ରହିଥିବା ବେଳେ 55.55% ରେଜଲ୍ଟ ସହ ସର୍ବନିମ୍ନରେ ବୌଦ୍ଧ ରହିଛି । ବାଣିଜ୍ୟରେ 12 ହଜାର 121 ଜଣ ଛାତ୍ରୀ ପାସ କରିଥିବା ବେଳେ ପାସହାର 50.33% ରହିଛି । 7 ହଜାର 415 ଜଣ ଛାତ୍ର ପାସ ହୋଇଥିବାବେଳେ ପାସ ହାର 83.87% ରହିଛି । 7 ହଜାର 415 ଜଣ ଛାତ୍ରୀ କୃତକାର୍ଯ୍ୟ ହୋଇଥିବାବେଳେ ପାସ ହାର 83.87% ରହିଛି। ବାଣିଜ୍ୟରେ 90 ପ୍ରତିଶତ ଉର୍ଦ୍ଧ୍ବ ମାର୍କ ରଖି 102 ଜଣ ପାସ ହୋଇଛନ୍ତି। ସେହିପରି 100 ପ୍ରତିଶତ ପାସ ହୋଇଥିବା 94ଟି କଲେଜ ରହିଛି ।