ଓଡିଶା

odisha

ETV Bharat / state

ଗ୍ରାମାଞ୍ଚଳର ସାଢ଼େ ୯ ଲକ୍ଷ ପରିବାରକୁ ମିଳିବ PM ଆବାସ, ଜିଲ୍ଲାପାଳଙ୍କ ସହ କଥା ହେଲେ CS

ଜୁନ ସୁଦ୍ଧା ଗ୍ରାମାଞ୍ଚଳରେ ସାଢେ 9 ଲକ୍ଷ ପରିବାରଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ( PM Awas yojana ) । ଜାନୁଆରୀ ସୁଦ୍ଧା କାର୍ଯ୍ୟାଦେଶ ଓ ଜୁନ ସୁଦ୍ଧା ନିର୍ମାଣ ଶେଷ ଲକ୍ଷ୍ୟ ରଖାଯାଇଛି । ଅଧିକ ପଢନ୍ତୁ

By

Published : Dec 21, 2022, 9:06 AM IST

pm awas yojana
chief secretary meeting about pm awas yojana

ଭୁବନେଶ୍ବର: ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ଲାଗି ପକ୍କା ଘର ଆବଣ୍ଟନ କରିଛନ୍ତି କେନ୍ଦ୍ର ସରକାର ( Pradhan Mantri Awas Yojana ) । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ମିଳିଛି ସାଢ଼େ ୯ ଲକ୍ଷ ଘର (Odisha government has targeted to provide 9 lakh pucca houses) । ଏହି ଘର ଗୁଡ଼ିକର ୱାର୍କ ଅର୍ଡର ଆସନ୍ତା ଜାନୁଆରୀ ମାସରେ ହିତାଧିକାରୀମାନଙ୍କୁ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ଏନେଇ ସମସ୍ତ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର (chief secretary Suresh Chandra Mahapatra )।

ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳମାନଙ୍କ ସହ ଭିସି ଜରିଆରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେବାକୁ ଥିବା ସାଢ଼େ ୯ ଲକ୍ଷ ଘରର କାର୍ଯ୍ୟାଦେଶ ଆସନ୍ତା ଜାନୁଆରୀ ମାସରେ ହିତାଧିକାରୀଙ୍କୁ ବଣ୍ଟନ କରିବାକୁ ସିଏସ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଆସନ୍ତା ଜୁନ ମାସ ଶେଷ ସୁଦ୍ଧା ଏସବୁର ନିର୍ମାଣ କାର୍ଯ୍ୟ ସାରିବା ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି । ଗୃହ ନିର୍ମାଣ ପାଇଁ ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ ପୂର୍ବରୁ ପ୍ରତ୍ୟେକ ପଞ୍ଚାୟତରେ ୧୦ ଦିନ ପାଇଁ ସାଧାରଣ ଲୋକଙ୍କ ଅବଗତି ନିମନ୍ତେ ଏହି ତାଲିକା ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ହୋଇଛି ।

ଏହା ବି ପଢନ୍ତୁ... ଆସିଲା ଷ୍ଟେଟ୍ ଫରେନସିକ୍ ରିପୋର୍ଟ, ଅର୍ଚ୍ଚନାଙ୍କୁ ଜେଲରେ ଜେରା କରିବ ED !

ଯଦି ତାଲିକାରେ କୌଣସି ଅଯୋଗ୍ୟ ବ୍ୟକ୍ତି ସ୍ଥାନିତ ହୋଇଥିବେ ସେ ବାବଦରେ ଆପତ୍ତି ଅଭିଯୋଗ ପଞ୍ଚାୟତର ଅବା ବ୍ଲକ କାର୍ଯ୍ୟାଳୟରେ ଥିବା ଉଦ୍ଦିଷ୍ଟ ଅଭିଯୋଗ ବାକ୍ସରେ ପକାଇ ପାରିବେ । ଏହା ଛଡା ଟୋଲ ଫ୍ରି ନମ୍ବର ୧୮୦୦-୩୪୫୬-୬୭୮ ଓ ଅନଲାଇନ ମାଧ୍ୟମରେ ଅଭିଯୋଗ କରିପାରିବେ । କାର୍ଯ୍ୟାଦେଶ ପ୍ରଦାନ ପୂର୍ବରୁ ବିଡ଼ିଓମାନଙ୍କ ମାଧ୍ୟମରେ ସମ୍ପୃକ୍ତ ଘରର ଫଟୋ ଉଠାଯାଇ ଜିଓ ଟ୍ୟାଙ୍ଗିଟ୍ କରାଯିବ । ଏହି ଯାଞ୍ଚ ପ୍ରକ୍ରିୟାରେ ଅଯୋଗ୍ୟ ହିତାଧିକାରୀମାନଙ୍କୁ ବାଦ ଦିଆଯିବ ବୋଲି ଜଣାପଡ଼ିଛି ।

ରାଜ୍ୟରେ ଯେପରି ସମସ୍ତଙ୍କ ମୁଣ୍ଡ ଉପରେ ପକ୍କା ଛାତ ରହିବ ସେ ଦିଗରେ ସରକାର କାର୍ଯ୍ୟକରି ଆସୁଛନ୍ତି । ସମସ୍ତ ହିତାଧୀକାରୀ ତାଙ୍କ ହକ ପାଆନ୍ତୁ ସେ ଦିଗରେ ବିଶେଷ ଧ୍ୟାନ ଦିଆଯାଉଛି । ତେଣୁ ଏହି ଯୋଜନାରୁ ଯେପରି ପ୍ରକୃତ ହିତାଧୀକାରୀ ବାଦ ନ ପଡନ୍ତୁ ସେ ଦିଗକୁ ଅଧିକ ଫୋକସ ଦିଆଯିବ । ଗ୍ରାମାଞ୍ଚଳରେ ଏହି ଯୋଜନା ମାଧ୍ୟମରେ ବ୍ୟାପକ ପକ୍କା ଘର ନିର୍ମାଣ କରାଯାଇ ବନ୍ୟା, ବାତ୍ୟା, ବର୍ଷା ଓ ହାତୀ ଉପଦ୍ରବରୁ କଚ୍ଚା ଘରେ ରହୁଥିବା ପରିବାରକୁ ରକ୍ଷା କରାଯାଇ ପାରିବ । ଏହା ସହ କଚ୍ଚା ଘର ଶୂନ ଭାବେ ରାଜ୍ୟକୁ ପରିଗଣିତ କରିବା ଲକ୍ଷ୍ୟ ରଖାଯାଇଛି । ଏନେଇ ଅନୁଷ୍ଠିତ ବୈଠକରେ ପ୍ରମୁଖ ଶାସନ ସଚିବ ଏବଂ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଅରବିନ୍ଦ ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details