ଓଡିଶା

odisha

ETV Bharat / state

ବରିଷ୍ଠ IAS ଓ IPS ଅଧିକାରୀଙ୍କୁ ପଦୋନ୍ନତି - ADG Rank

ରାଜ୍ୟ ସରକାର ଆଇପିଏସ ଓ ଆଇଏସ ଅଧିକାରୀଙ୍କୁ ପଦୋନ୍ନତି ଦେଇଛନ୍ତି (Odisha Government promoted officers ) । 2023 ଜାନୁଆରୀରୁ ପଦୋନ୍ନତି ଲାଗୁ ହେବ । ଅଧିକ ପଢନ୍ତୁ

senior ips and ias officers promoted
ବରିଷ୍ଠ ଆଇଏଏସ ଓ ଆଇପିଏସ ଅଧିକାରୀଙ୍କୁ ପଦୋନ୍ନତି

By

Published : Dec 30, 2022, 9:20 AM IST

ଭୁବନେଶ୍ବର: ଆଇପିଏସ ଓ ଆଇଏଏସ ଅଫିସରଙ୍କ ନୂଆବର୍ଷ ଭେଟି ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାର 13 ଜଣ ବରିଷ୍ଠ ଆଇଏଏସ ଓ ଆଇପିଏସଙ୍କୁ ପଦୋନ୍ନତି ଦେଇଛନ୍ତି Odisha ( Government promoted officers ) । ପଦୋନ୍ନତି ପାଇଥିବା ଅଧିକାରୀଙ୍କ ମଧ୍ୟରେ ରହିଛନ୍ତି 4 ଆଇପିଏସ ଏବଂ 9 ଆଇଏଏସ ରହିଛନ୍ତି । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଜ୍ଞପ୍ତି ଅନୁସାରେ, 1998 ବ୍ୟାଚର 4 ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି । ସେମାନେ ହେଲେ ହେଲେ ଅମିତାଭ ଠାକୁର, ଡକ୍ଟର ସୁରେଶ ଦେବ ଦତ୍ତ ସିଂହ, ରାଜେଶ କୁମାର ଓ ରବି କାନ୍ତ । ଅମିତାଭ ଆଇଜି ଅପରେସନ, ସୁରେଶ ଆଇଜି ହେଡକ୍ବାର୍ଟର, ରାଜେଶ ଆଇଜି ଏସଏଫଏସଏଲ ଓ ରବିକାନ୍ତ ସ୍ବତନ୍ତ୍ର ଆବାସିକ କମିଶନର ଭାବେ ଦିଲ୍ଲୀରେ ଅବସ୍ଥାପିତ ଅଛନ୍ତି । ସେହି ବ୍ୟାଚର ଦୁଇ ଆଇଏଏସ ଅଫିସରଙ୍କୁ ପ୍ରମୁଖ ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ସେମାନେ ହେଲେ ସୁରେଶ କୁମାର ବଶିଷ୍ଟ ଓ ବିଶାଳ ଗଗନ । ସୁରେଶ ପଶୁ ସମ୍ପଦ ଓ ବିଶାଳ ଶିଳ୍ପ ବିଭାଗର ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।

ଏହା ବି ପଢନ୍ତୁ...ଓଡ଼ିଶାରେ ପ୍ରତିଷ୍ଠା ହେବ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର: ସ୍ୱାସ୍ଥ୍ୟ ସଚିବ

ସେହିପରି 2007 ବ୍ୟାଚର 7 ଜଣ ବରିଷ୍ଠ ଆଇଏଏସଙ୍କୁ ପଦୋନ୍ନତି ଦେଇଛନ୍ତି ସରକାର । ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏହି ଆଇଏଏସ ଅଫିସରମାନଙ୍କୁ 2023 ଜାନୁଆରୀ ପହିଲାରୁ ସୁପର ଟାଇମ ସ୍କେଲକୁ ପଦୋନ୍ନତି ଦେଇଛନ୍ତି । ଏହି ଅଫିସର ଏବେ ଯେଉଁ ପଦବୀରେ କାର୍ଯ୍ୟ କରୁଛନ୍ତି ସେଠାରେ କାର୍ଯ୍ୟ କରିବେ । ମାତ୍ର ସେମାନଙ୍କର ପଦବୀକୁ ସୁପର ଟାଇମ ସ୍କେଲକୁ ଉନ୍ନୀତ କରାଯିବ । କେନ୍ଦ୍ରୀୟ ଡେପୁଟେସନରେ ଥିବା ଆଇଏଏସ୍ ରବୀନ୍ଦ୍ର ପ୍ରତାପ ସିଂଙ୍କୁ ପ୍ରୋଫର୍ମା ପଦୋନ୍ନତି ମିଳିଛି । ସେହିପରି ଅରବିନ୍ଦ ଅଗ୍ରୱାଲ, ବଳବନ୍ତ ସିଂ, ସଚିନ ରାମଚନ୍ଦ୍ର ଯାଦବ, ଜ୍ଞାନରଞ୍ଜନ ଦାସ, ରଞ୍ଜନ କୁମାର ଦାସ ଓ ସଂଗ୍ରାମଜିତ ନାୟକଙ୍କୁ ସୁପର ଟାଇମ ସ୍କେଲକୁ ପଦୋନ୍ନତି ମିଳିଛି । 2023 ଜାନୁଆରୀରୁ ପଦୋନ୍ନତି ଲାଗୁ ହେବ ।

ଇଟିିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details