ଓଡିଶା

odisha

By

Published : Aug 11, 2023, 8:20 PM IST

Updated : Aug 12, 2023, 11:49 AM IST

ETV Bharat / state

Nutana Unnata Abhilasha Scheme: ‘ନୂଆ ଓଡିଶା’କୁ କ୍ୟାବିନେଟ ମୋହର, ଜାଣନ୍ତୁ କଣ ଏହି ଯୋଜନା

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଉନ୍ନତମାନର ପ୍ରଶିକ୍ଷଣ ପ୍ରଦାନ, ଶିଳ୍ପ ସଂଯୋଗକୁ ପ୍ରୋତ୍ସାହିତ କରିବା ଏବଂ ନିଯୁକ୍ତି ଦକ୍ଷତା ବୃଦ୍ଧି କରି ଉଦୀୟମାନ କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳର ଅଭାବକୁ ଦୂର କରିବା ଦିଗରେ ଏହି ଯୋଜନା କାର୍ଯ୍ୟ କରିବ । ପାରମ୍ପରିକ କ୍ଷେତ୍ର ଯେମିତି କି ହସ୍ତଶିଳ୍ପ, ହସ୍ତତନ୍ତ, କୃଷି ଇତ୍ୟାଦିରେ ନୂତନ ଯୁଗର ଜ୍ଞାନକୌଶଳର ବ୍ୟବହାରରେ ଥିବା ଦକ୍ଷତା ବ୍ୟବଧାନକୁ ଦୂର କରିବାରେ ଏହା ସହାୟକ ହେବ । ଅଧିକ ପଢନ୍ତୁ

Nutana Unnata Abhilasha Scheme
Nutana Unnata Abhilasha Scheme

Nutana Unnata Abhilasha Scheme

ଭୁବନେଶ୍ବର: ରାଜ୍ୟରେ ପ୍ରତିବର୍ଷ ଏକ ଲକ୍ଷ ଯୁବକ ଯୁବତୀଙ୍କୁ ଦକ୍ଷ କରାଯିବ । ଏଥିପାଇଁ ୩୮୫ କୋଟି ଟଙ୍କା ବ୍ୟୟ ହେବ । ଏଥିପାଇଁ ନୂତନ ଉନ୍ନତ ଅଭିଳାଷା ବା ନୂଆ ଓଡିଶା ଯୋଜନା କରିଛନ୍ତି ରାଜ୍ୟ ସରକାର । ଯାହାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ମୋହର ମାରିଛି । ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଉନ୍ନତମାନର ପ୍ରଶିକ୍ଷଣ ପ୍ରଦାନ, ଶିଳ୍ପ ସଂଯୋଗକୁ ପ୍ରୋତ୍ସାହିତ କରିବା ଏବଂ ନିଯୁକ୍ତି ଦକ୍ଷତା ବୃଦ୍ଧି କରି ଉଦୀୟମାନ କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳର ଅଭାବକୁ ଦୂର କରିବା ଦିଗରେ ଏହି ଯୋଜନା କାର୍ଯ୍ୟ କରିବ । ପାରମ୍ପରିକ କ୍ଷେତ୍ର ଯେମିତି କି ହସ୍ତଶିଳ୍ପ, ହସ୍ତତନ୍ତ, କୃଷି ଇତ୍ୟାଦିରେ ନୂତନ ଯୁଗର ଜ୍ଞାନକୌଶଳର ବ୍ୟବହାରରେ ଥିବା ଦକ୍ଷତା ବ୍ୟବଧାନକୁ ଦୂର କରିବାରେ ଏହା ସହାୟକ ହେବ । ଏଥିରେ ଯୁବବର୍ଗଙ୍କ ପାଇଁ ନୂତନ ଦକ୍ଷତା, ବିଦ୍ୟମାନ ଛାତ୍ରଛାତ୍ରୀଙ୍କ ପାଇଁ ଆଡ ଅନ ସ୍କିଲ ପାଠ୍ୟକ୍ରମ, ଉଚ୍ଚ ଶିକ୍ଷାନୁଷ୍ଠାନରେ ଯୁବକମାନଙ୍କ ପାଇଁ ଡିଜିଟାଲ ଓ ଇ-ପାଠ୍ୟକ୍ରମ, ବିଭିନ୍ନ ଅନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ପାଇଁ ନିଯୁକ୍ତି ଦକ୍ଷତା ଇତ୍ୟାଦି ରଖାଯିବ ।

ଏହାବି ପଢନ୍ତୁ- Odisha Cabinet Meeting: 12ଟି ବିଭାଗର 19ଟି ପ୍ରସ୍ତାବକୁ ସ୍ବୀକୃତି, 1ବର୍ଷରେ ଦକ୍ଷ ହେବେ 1ଲକ୍ଷ ଯୁବକ ଯୁବତୀ

ରାଜ୍ୟର ୩୦ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଦକ୍ଷତା ଅନୁଷ୍ଠାନ, ସରକାରୀ ଦକ୍ଷତା ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, କ୍ଲଷ୍ଟର ମାଧ୍ୟମରେ ଦକ୍ଷତା, ରିସ୍କିଲିଂ ଏବଂ ଅପସ୍କିଲିଂ ସୁଯୋଗ ଯୋଗାଇ ଦିଆଯିବ । ପ୍ରତିଷ୍ଠିତ ଶିଳ୍ପ ଏବଂ ପ୍ରଶିକ୍ଷଣ ପ୍ରଦାନକାରୀ, ଶିଳ୍ପ ସଂଘ ଇତ୍ୟାଦିଙ୍କୁ ନେଇ ଗଠିତ ବିଶ୍ବସ୍ତରୀୟ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ସଂସ୍ଥା ଗୁଡିକୁ ଭିନ୍ନ ଏବଂ ପ୍ରୋତ୍ସାହନ ଭିତ୍ତିକ ଆଭିମୁଖ୍ୟ ଉପରେ ଆଧାରିତ ଏକ ସକ୍ଷମ ନୀତି ଢାଞ୍ଚା ମାଧ୍ୟମରେ ଦକ୍ଷତା କାର୍ଯ୍ୟକ୍ରମ ପ୍ରଦାନ କରିବା ପାଇଁ ନିୟୋଜିତ କରାଯିବ ।

ରାଜ୍ୟରେ ଅତ୍ୟାଧୁନିକ ପ୍ରଶିକ୍ଷଣ କେନ୍ଦ୍ର, ସୁସଜ୍ଜିତ ଲ୍ୟାବ ଏବଂ ଏକ ସୁଦୃଢ ଦକ୍ଷତା ପରିବେଶ ପ୍ରତିଷ୍ଠା ହେଲେ ସ୍କିଲ୍ ଇନ ଓଡିଶା ବ୍ରାଣ୍ଡକୁ ଆହୁରି ସୁଦୃଢ କରିବାରେ ସହାୟକ ହେବ । ୨୦୨୩-୨୪ ବଜେଟରେ ପରିକଳ୍ପନା କରାଯାଇଥିବା ଅନୁଯାୟୀ ନୂଆ ଓଡିଶା ଅର୍ଥନୈତିକ ସଶକ୍ତିକରଣ ଦିଗରେ ଦକ୍ଷତା ମାଧ୍ୟମରେ ରାଜ୍ୟବାସୀଙ୍କ ଜୀବନରେ ପରିବର୍ତ୍ତନ ସୁନିଶ୍ଚିତ କରିବାପାଇଁ ଓଡିଶା ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 12, 2023, 11:49 AM IST

ABOUT THE AUTHOR

...view details