ଓଡିଶା

odisha

ETV Bharat / state

Odisha Budget 2023: ଆୟ-ବ୍ୟୟର ହିସାବ ଦେଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଜାଣନ୍ତୁ ଏକ ଟଙ୍କାରେ ବଜେଟ୍ - କେଉଁଠୁ ଆସିବ ଟଙ୍କା କେଉଁଠି ହେବ ଖର୍ଚ୍ଚ

ଉପସ୍ଥାପିତ ହୋଇଥିବା ବଜେଟର 54 ପ୍ରତିଶତ ଅର୍ଥ କାର୍ଯ୍ୟକ୍ରମ ପରିଚାଳନା ପାଇଁ ଖର୍ଚ୍ଚ ହେବ । 40 ପ୍ରତିଶତ ପ୍ରଶାସନିକ ଖର୍ଚ୍ଚ ପାଇଁ ବ୍ୟୟ ହେବ । ବିଧାନସଭାରେ ବଜେଟ ଆଗତ ପରେ ପ୍ରେସମିଟ କରି ପୁରା ବଜେଟ ବିସ୍ତୃତ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । କେତେ ଅର୍ଥ କେଉଁଠୁ ଆସିବ, କେଉଁଠି ଖର୍ଚ୍ଚ ହେବ ପ୍ରତି ଟଙ୍କାର ହିସାବ ଦେଇଛନ୍ତି ମନ୍ତ୍ରୀ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Feb 24, 2023, 10:37 PM IST

Updated : Feb 24, 2023, 10:57 PM IST

ଆୟ ବ୍ୟୟର ହିସାବ ଦେଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ

ଭୁବନେଶ୍ବର: ବିଧାନସଭାରେ ଉପସ୍ଥାପିତ ହୋଇଛି ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ 2 ଲକ୍ଷ 30 ହଜାର କୋଟିର ବଜେଟ ଆଗତ କରିଛନ୍ତି । ଆଗାମୀ ବର୍ଷ ସାଧାରଣ ନିର୍ବାଚନ ଥିବାରୁ ବଜେଟର ସବୁ ବର୍ଗର ଲୋକଙ୍କ ସହ ଯୋଜନାକୁ ଜାରି ରଖିବା ପାଇଁ ସରକାର ଭରପୂର ପ୍ରୟାସ କରିଛନ୍ତି ।

ଜାଣନ୍ତୁ ଏକ ଟଙ୍କାରେ ବଜେଟ୍

ଉପସ୍ଥାପିତ ହୋଇଥିବା ବଜେଟର 54 ପ୍ରତିଶତ ଅର୍ଥ କାର୍ଯ୍ୟକ୍ରମ ପରିଚାଳନା ପାଇଁ ଖର୍ଚ୍ଚ ହେବ । 40 ପ୍ରତିଶତ ପ୍ରଶାସନିକ ଖର୍ଚ୍ଚ ପାଇଁ ବ୍ୟୟ ହେବ । ବିଧାନସଭାରେ ବଜେଟ ଆଗତ ପରେ ପ୍ରେସମିଟ କରି ପୁରା ବଜେଟ ବିସ୍ତୃତ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । କେତେ ଅର୍ଥ କେଉଁଠୁ ଆସିବ, କେଉଁଠି ଖର୍ଚ୍ଚ ହେବ ପ୍ରତି ଟଙ୍କାର ହିସାବ ଦେଇଛନ୍ତି ମନ୍ତ୍ରୀ ।

ଏହାବି ପଢନ୍ତୁ- Odisha Budget: ଲୋକଙ୍କ ପାଇଁ ବଜେଟ, ରାଜ୍ୟକୁ ନୂଆ ଉଚ୍ଚତାକୁ ନେଇଯିବ: ମୁଖ୍ୟମନ୍ତ୍ରୀ

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ରାଜସ୍ୱ ଆଦାୟରୁ ୧ ଲକ୍ଷ ୮୪ ହଜାର ୫ ଶହ କୋଟି ମିଳିବ । ଅନ୍ୟାନ୍ୟ ବାବଦକୁ ମିଳିବାକୁ ଥିବା ୪୫ ହଜାର ୫୦୦ କୋଟିରୁ ଏହା ଭରଣା ହେବ। ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ ଆକଳନ ଅନୁସାରେ ମୋଟ ରାଜସ୍ୱ ଆୟ ମଧ୍ୟରେ କେନ୍ଦ୍ରୀୟ ଟିକସରୁ ରାଜ୍ୟର ଅଂଶ ଭାବେ ୪୬ ହଜାର ୨୫୧ କୋଟି, ରାଜ୍ୟର ନିଜସ୍ୱ ରାଜସ୍ୱ ବାବଦକୁ ୫୩ ହଜାର କୋଟି , ନିଜସ୍ୱ ଅଣଟିକସ ବାବଦକୁ ୫୨ ହଜାର ୫ ଶହ କୋଟି ଏବଂ କେନ୍ଦ୍ରୀୟ ଅନୁଦାନ ବାବଦକୁ ୩୨ ହଜାର ୭୪୯ କୋଟି ଟଙ୍କା ମିଳିବ ।

ଏହାବି ପଢନ୍ତୁ- Nude Photo Gang: ଧର୍ମ ନାଁରେ ଅଶ୍ଳୀଳତା, ୨୫ମହିଳାଙ୍କୁ ଠକି ବନ୍ଧା ହେଲେ ୪ ଅଭିଯୁକ୍ତ

ଆୟ...ରାଜ୍ୟ ଟିକସ 53 ହଜାର । ଅଣ ଟିକସ 52 ହଜାର 500 କୋଟି । ଇପିଏଫ ପାଣ୍ଠିରୁ 11 ହଜାର କୋଟି । ବିଭିନ୍ନ କ୍ଷେତ୍ରରୁ ଋଣ ବାବଦକୁ 33 ହଜାର 630 କୋଟି । ଅଂଶଧନ ବାବଦକୁ 46 ହଜାର 251 କୋଟି । କେନ୍ଦ୍ରୀୟ ଅନୁଦାନ 32 ହଜାର 784 କୋଟି ।

ବ୍ୟୟ...ଋଣ ପରିଶୋଧ 18 ହଜାର 786 କୋଟି । ପୁଞ୍ଜି ବ୍ଯୟ 51 ହଜାର 682 କୋଟି । ପ୍ରଶାସନିକ ଋଣ ବଣ୍ଟନ 1770 କୋଟି । ଦରମା ପେନସନ ରାଜସ୍ବ ଖର୍ଚ୍ଚ । 1 ଲକ୍ଷ 39 ହଜାର 520 କୋଟି ।

ଏହାବି ପଢନ୍ତୁ- Odisha Budget 2023: ମିଶନ ଶକ୍ତି ପାଇଁ ୨ ହଜାର ୫୫୪ କୋଟି, ମିଳିବ ସ୍କୁଟର

ବିଭାଗ ୱାରୀ ବ୍ୟୟବରାଦ -କୃଷି ବିଭାଗକୁ 24 ହଜାର 829 କୋଟି । ସ୍ୱାସ୍ଥ୍ୟ ବିଭାଗକୁ 16 ହଜାର 48 କୋଟି । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗକୁ 3 ହଜାର 764 କୋଟି । ଗୃହ ବିଭାଗକୁ 7 ହଜାର 313 କୋଟି । ଉଚ୍ଚଶିକ୍ଷା ବିଭାଗକୁ 3 ହାଜର 172 କୋଟି । ଗଣଶିକ୍ଷା ବିଭାଗକୁ 22 ହଜାର 528 କୋଟି । ମିଶନ ଶକ୍ତି ବିଭାଗକୁ 2 ହଜାର 549 କୋଟି । ପର୍ଯ୍ୟଟନ ବିଭାଗକୁ 680 କୋଟି । ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗକୁ 1 ହଜାର 769 କୋଟି । ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ 2 ଶହ କୋଟି । ମହିଳା ଓ ଶିଶୁ ବିକାଶ ବିଭାଗକୁ 3 ହଜାର 670 କୋଟି । ଏମଏସଏମଇ ବିଭାଗକୁ 647 କୋଟି । ଶକ୍ତି ବିଭାଗକୁ 5 ହଜାର 954 କୋଟି । ଆଇଟି ବିଭାଗକୁ 356 କୋଟି । ପରିବହନ ବିଭାଗକୁ 19 ହଜାର 452 କୋଟି । ଦକ୍ଷତା ବିକାଶ ବିଭାଗକୁ 986 କୋଟି । ପାନୀୟ ଜଳ ଯୋଗାଣ ପରିମଳ ବିଭାଗକୁ 13 ହଜାର 215 କୋଟି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 24, 2023, 10:57 PM IST

ABOUT THE AUTHOR

...view details