ଓଡିଶା

odisha

ETV Bharat / state

Odisha Budget 2023: ସଡକ, ସେତୁ, ବିମାନବନ୍ଦର ଏବଂ ରେଳବାଇ ପାଇଁ ୧୯ହଜାର ୪୫୨କୋଟି - ଟ୍ରକ ଟର୍ମିନାଲ ସ୍ଥାପନ

ସଡକ, ସେତୁ, ବିମାନବନ୍ଦର ଏବଂ ରେଳବାଇ ପାଇଁ ୧୯ ହଜାର ୪୫୨କୋଟି ଟଙ୍କା ନିବେଶ ପାଇଁ ପ୍ରସ୍ତାବ । ଗତବର୍ଷ ତୁଳନାରେ ୩୪ ପ୍ରତିଶତ ଅଧିକ ଅଟେ । ଅଧିକ ପଢନ୍ତୁ

Odisha Budget 2023
Odisha Budget 2023

By

Published : Feb 24, 2023, 9:38 PM IST

ଭୁବନେଶ୍ବର :ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଅର୍ଥମନ୍ତ୍ରୀ ଉପସ୍ଥାପନା କରିଛନ୍ତି । ରାଜ୍ୟ ସରକାର ପରିବହନର ସମସ୍ତ ମାଧ୍ୟମ ଯଥା ସଡକ, ରେଳ, ଜଳ ଓ ବେସାମରିକ ବିମାନ ଚଳାଚଳକୁ ବାଣିଜ୍ୟ ଓ ପରିବହନ ବିଭାଗରେ ପରିସରଭୁକ୍ତ କରିଛନ୍ତି । ଭିତ୍ତିଭୂମିକୁ ପ୍ରୋତ୍ସାହନ ଦେବା ଏବଂ ବିକାଶର ଗତି ଜାରି ରଖିବା ପାଇଁ ସରକାର ସଡକ, ସେତୁ, ବିମାନବନ୍ଦର ଏବଂ ରେଳବାଇ ଅଧୀନରେ ୧୯ ହଜାର ୪୫୨କୋଟି ଟଙ୍କା ନିବେଶ ପାଇଁ ପ୍ରସ୍ତାବ ରହିଛି । ଯାହା ଗତବର୍ଷ ତୁଳନାରେ ୩୪ ପ୍ରତିଶତ ଅଧିକ ଅଟେ । ସଡକ ସୁରକ୍ଷା ପାଣ୍ଠି ପାଇଁ ଅନୁଦାନ ବୃଦ୍ଧି କରାଯାଇଥିବା ବେଳେ ବଜେଟରେ ୪୦କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମୁଖ୍ୟମନ୍ତ୍ରୀ ସଡକ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି ଯେଉଁଥିରେ ବିଭିନ୍ନ ବୈଷୟିକ ଜ୍ଞାନକୌଶଳଯୁକ୍ତ ପଦକ୍ଷେପ ଅନ୍ତର୍ଭୁକ୍ତ । ସେହିପରି ୮ଟି ଜିଲ୍ଲାରେ ଟ୍ରକ ଟର୍ମିନାଲ ସ୍ଥାପନ ନିମନ୍ତେ ୮୦କୋଟି ଟଙ୍କାର ବଜେଟ ରଖାଯାଇଛି ।

୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟରେ ବିଭିନ୍ନ ରେଳ ପ୍ରକଳ୍ପର ବିକାଶ ନିମନ୍ତେ ୩୨୦କୋଟି ଟଙ୍କା ବ୍ୟୟବରାଦ ହୋଇଛି । ସେହିପରି ବିମାନ ଯୋଜନାକୁ ଅଧିକ ଉନ୍ନତ କରିବା ପାଇଁ ଓ ବ୍ୟବସାୟ ପାଇଁ ଅଧିକ ନିଯୁକ୍ତି ସୃଷ୍ଟି କରିବା ତଥା ଏହି କ୍ଷେତ୍ରପ୍ରେ ଥିବା ସମ୍ଭାବନାର ଉନ୍ମୋଚନ ପାଇଁ ରାଜ୍ୟ ସରକାର ଓଡିଶା ବେସାମରିକ ବିମାନ ଚଳାଚଲ ନୀତି ୨୦୨୨ ପ୍ରଣୟନ କରିଛନ୍ତି । ଏଥିସହ UDAN ଯୋଜନା ମାଧ୍ୟମରେ ଓଡିଶାକୁ ସୁଲଭ ବିମାନ ସେବା ଯୋଗାଇ ଦିଆଯାଇଛି । ଉଡାଣ ଯୋଜନାରେ ଆର୍ଥନୈତିକ ଦୃଷ୍ଟିକୋଣରୁ VGF ପାଇଁ ସବସିଡି ବାବଦରେ ୪୫ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ସେହିପରି ଓଡିଶାର ପ୍ରତ୍ୟେକ ବ୍ଲକରେ OSRTC ଦ୍ବାରା କାର୍ଯ୍ୟକାରୀ ହେଉଥିବା ଆମ ବସଷ୍ଟାଣ୍ଡ ସମ୍ପର୍କରେ ଘୋଷଣା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ସ୍ଥାନରେ ୫୫ଟି ବସଷ୍ଟାଣ୍ଡର ବିକାଶ କରାଯାଉଛି । ପରବର୍ତ୍ତୀ ପର୍ଯ୍ୟାୟରେ ୧୫୦କୋଟି ଟଙ୍କା ବ୍ୟୟବରାଦରେ ୫୦ ନୂଆ ଆମ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ କରାଯିବ । ଅନ୍ୟପଟେ ୨୦୨୩-୨୪ ରେ ଆର୍ଥିକ ବର୍ଷରେ ୧ ହଜାର ୯ ଶହ କୋଟି ଟଙ୍କା ବ୍ୟୟରେ ୫୨୬ଟି ନୂତନ ସେତୁ ପ୍ରକଳ୍ପ ହାତକୁ ନେବାକୁ ପ୍ରସ୍ତାବ ରହିଛି । ଆଗାମୀ ୫ବର୍ଷ ମଧ୍ୟରେ ପ୍ରାୟ ୬ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ବ ପୁଞ୍ଜି ନିବେଶ କରି ୧ହଜାର ୫ଶହ ନୂତନ ସେତୁ ସ୍ଥାପନ କରିବା ଯୋଜନା ରହିଛି । ସରକାରା ୨୦୧୫-୧୬ ରୁ ୨ ହଜାର ୮୦୬କୋଟି ଟଙ୍କା ବିନିଯୋଗରେ ମୁଖ୍ୟମନ୍ତ୍ରୀ ସଡକ ଯୋଜନା ନାମକ ଏକ ଫ୍ଲାଗସିପ ପ୍ରକଳ୍ପ ଅଧୀନରେ ୬ହଜାର ୬ଶହ ୨୯ କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।

୨୦୨୩-୨୪ ଆର୍ଥିକ ବର୍ଷରେ ଏହି ଯୋଜନାରେ ୨ହଜାର ୭୧କୋଟି ବ୍ୟୟବରାଦରେ ୬ହଜାର କିଲୋମିଟର ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ରହିଛି । ସେହିପରି ଗ୍ରାମୀଣ ରାସ୍ତାକୁ ଖାଲଖମାମୁକ୍ତ କରିବା ପାଇଁ ୨୦୨୩-୨୪ ବର୍ଷରେ ୧ହଜାର ୧ଶହ ୮୨କୋଟି ଟଙ୍କା ବ୍ୟୟଅଟକଳରେ ୫୦ ହଜାର କିଲୋମିଟର ରାସ୍ତାର ରକ୍ଷଣାବେକ୍ଷଣ କରିବାକୁ ବ୍ୟବସ୍ଥା ରହିଛି । ତେବେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା(PMGSY) ଅଧୀନରେ ଗ୍ରାମୀଣ ସଡକ ପାଇଁ ୧ହଜାର ୪୫୦କୋଟି ଟଙ୍କା ବ୍ୟବରାଦ ହୋଇଛି ।

ABOUT THE AUTHOR

...view details