ଭୁବନେଶ୍ବର: ବିଧାନସଭା ସମ୍ମୁଖରେ ସତ୍ୟାଗ୍ରହ କରିବ ବିଜେପି । ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଅବହେଳା ପ୍ରତିବାଦରେ ବିଜେପି ରାଜ୍ୟ ବ୍ୟାପୀ ଆନ୍ଦୋଳନ କରିବ । ଏନେଇ ଆଜି ବିଜେପି ରାଜ୍ୟ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।
ବିଜେପି କହିଛି ପ୍ରାଥମିକ ପର୍ଯ୍ୟାୟରେ ଆସନ୍ତାକାଲିଠାରୁ ବିଜେପି ସତ୍ୟାଗ୍ରହ ଆରମ୍ଭ କରିବ । ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବିଧାନସଭା ସମ୍ମୁଖରେ ଆନ୍ଦୋଳନ କରିବ ଦଳ । ଯେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ନିଦ ନ ଭାଙ୍ଗିଛି, ଓଡିଶାର ଚାଷୀଙ୍କ ସହ ବିଜେପି ଅଛି ଏବଂ ରହିବ । ରାଜ୍ୟ ସରକାର ଯଦି ନ ଚେତିବେ ଭୟାବାହ ଆନ୍ଦୋଳନ ହେବ । ଯାହା ଆସନ୍ତାକାଲି ଠାରୁ ଆରମ୍ଭ ହେବ । ଓଡିଶାର ସବୁଠୁ ବଡ ବର୍ଗ ସଂଖ୍ୟା ଦୃଷ୍ଟିରୁ ଏବଂ ବୃତ୍ତି ଦୃଷ୍ଟିରୁ ଚାଷୀ ଅଛନ୍ତି । ଏଠାରେ ଚାଷୀ ସବୁଠୁ ବଡ ଅବହେଳିତ। ରାଜ୍ୟ ସରକାର ଚାଷୀ ମାରଣ ନୀତି ବନ୍ଦ କରନ୍ତୁ ।
ଏହାବି ପଢନ୍ତୁ- ବିଧାନସଭା ବଦଳରେ ପାର୍ଲାମେଣ୍ଟ ଆଗରେ ଧାରଣା ଦେବାକୁ ବିଜେପିକୁ ବିଜେଡିର ପରାମର୍ଶ
ବିଜେପି କହିଛି, ଚାଷୀଙ୍କୁ ପ୍ରୋତ୍ସାହନ ମିଳେନାହିଁ । ଚାଷୀ ଏଠି ଭଗବାନ ଭରସାରେ । ସାର୍ଟିଫାଏଡ ବିହନ ନାହିଁ । କୃଷି ବିଭାଗ ଅକ୍ଷମତା ପ୍ରକାଶ କରେ । ହାଇ ଇଲଡ ବିହନ ଚାଷୀଙ୍କ ପାଇଁ ଏକ ସ୍ବପ୍ନ । ପଞ୍ଜାବ ଚାଷୀ ଉନ୍ନତ ବିହନ କାରଣରୁ ଦୁଇ ଗୁଣା ଅଧିକ ଉତ୍ପାଦନ କରେ ।
ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରି ପୃଥ୍ବୀରାଜ କହିଛନ୍ତି, ଏଠି ଆଳୁ ପିଆଜ ମିଶନ ଫେଲ । କୃଷିର ଉନ୍ନତି ଲାଗି ଯୋଜନା ହେଲାନି । ସରକାର ନୂଆ ଯୋଜନା ମଧ୍ୟ ଅଣୁନାହାନ୍ତି । ଏହାସହ ପ୍ରାକୃତିକ ବିପର୍ଯ୍ୟୟ ବେଳେ ହେଉଥିବା କ୍ଷୟକ୍ଷତି ଆକଳନ ଠିକରେ ହେଉନାହିଁ । 2018 ରୁ ବିଭିନ୍ନ କ୍ଷୟକ୍ଷତି ବା ଇନପୁଟ ସବସିଡି ଠିକ ଢଙ୍ଗରେ ଦେଉନାହାନ୍ତି । ଆସେସମେଣ୍ଟ କରୁନାହାନ୍ତି ରାଜ୍ୟ ସରକାର । 2018ରୁ 2022 ଚାଷୀ ସହୁଛନ୍ତି । ନିର୍ବାଚନ ଆସିଲେ ସରକାର ସବୁ କିଛି ଘୋଷଣା କରନ୍ତି ପରେ ତାହା କୋଲଡ ଷ୍ଟୋରେଜକୁ ପଳାଇଯାଏ ବୋଲି କହିଛନ୍ତି ।