ଓଡିଶା

odisha

By ETV Bharat Odisha Team

Published : Sep 14, 2023, 10:51 PM IST

ETV Bharat / state

ଦୁର୍ନୀତି ନେଇ ସରକାରଙ୍କୁ ଟାର୍ଗେଟ କଲା ବିଜେପି, ‘ଜନତନ୍ତ୍ର ନୁହେଁ ବାବୁତନ୍ତ୍ର ଚାଲିଛି’

ରାଜ୍ୟ ସରକାରଙ୍କ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତାର କେବଳ ପ୍ରଚାର ଚାଲିଛି କିନ୍ତୁ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ। ଦୁର୍ନୀତଗ୍ରସ୍ତ ଅଫିସରଙ୍କୁ ସୁରକ୍ଷା ଦେବାରେ ମୁଖ୍ୟମନ୍ତ୍ରୀ ଓ ଆମ ରାଜ୍ୟ ସମଗ୍ର ଦେଶରେ ଶୀର୍ଷ ସ୍ଥାନରେ ରହିଛି । ପ୍ରତିଦିନ ଭିଜିଲାନ୍ସ ବିଭିନ୍ନ ସରକାରୀ ଅଫିସର ଓ କର୍ମଚାରୀଙ୍କ ବିରୁଦ୍ଧରେ ପଦକ୍ଷେପ ନେଉଛି । ଅଧିକ ପଢନ୍ତୁ

ଦୁର୍ନୀତି ନେଇ ସରକାରଙ୍କୁ ଟାର୍ଗେଟ କଲା ବିଜେପି , ‘ଜନତନ୍ତ୍ର ନୁହେଁ ବାବୁତନ୍ତ୍ର ଚାଲିଛି’
ଦୁର୍ନୀତି ନେଇ ସରକାରଙ୍କୁ ଟାର୍ଗେଟ କଲା ବିଜେପି , ‘ଜନତନ୍ତ୍ର ନୁହେଁ ବାବୁତନ୍ତ୍ର ଚାଲିଛି’

ଭୁବନେଶ୍ବର: ଓଡିଶାରେ ଦୁର୍ନୀତି ଗସ୍ତ ସରକାରୀ କର୍ମଚାରୀ ଙ୍କୁ ନେଇ ବିଜେପି ମୁଖପାତ୍ର ମନୋଜ ମହାପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ। ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି । କହିଲା, ଓଡିଶାରେ ଜନତନ୍ତ୍ର ନୁହେଁ ବାବୁତନ୍ତ୍ର ଚାଲିଛି । କୁଆଡେ ଗଲା 5T। ଦୁର୍ନୀତିକାରୀ ଆଇପିଏସ, ଆଇଏସ ଅଫିସରଙ୍କୁ ଘଣ୍ଟ ଘୋଡାଉଛନ୍ତି ସରକାର ।

ରାଜ୍ୟ ସରକାରଙ୍କ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତାର କେବଳ ପ୍ରଚାର ଚାଲିଛି କିନ୍ତୁ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ। ଦୁର୍ନୀତଗ୍ରସ୍ତ ଅଫିସରଙ୍କୁ ସୁରକ୍ଷା ଦେବାରେ ମୁଖ୍ୟମନ୍ତ୍ରୀ ଓ ଆମ ରାଜ୍ୟ ସମଗ୍ର ଦେଶରେ ଶୀର୍ଷ ସ୍ଥାନରେ ରହିଛି । ପ୍ରତିଦିନ ଭିଜିଲାନ୍ସ ବିଭିନ୍ନ ସରକାରୀ ଅଫିସର ଓ କର୍ମଚାରୀଙ୍କ ବିରୁଦ୍ଧରେ ପଦକ୍ଷେପ ନେଉଛି । ଛୋଟ କର୍ମଚାରୀ ବିରୁଦ୍ଧରେ ଦଣ୍ଡବିଧାନ ହେଉଛି କିନ୍ତୁ ବଡ ଅଫିସରଙ୍କ ବିରୋଧରେ ଦଣ୍ଡବିଧାନ ଲାଗୁ ହେଉନାହିଁ ବୋଲି ବିଜେପି ମୁଖପାତ୍ର କହିଛନ୍ତି ।

ସେହିପରି ଓଡ଼ିଶାରେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ସୁରକ୍ଷାଦାତା ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି ମନୋଜ ମହାପାତ୍ର । ସୁପ୍ରିମକୋର୍ଟଙ୍କ ଏକ ୫ଜଣିଆ ଖଣ୍ଡପୀଠ, ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଏକ ଐତିହାସିକ ରାୟ ଦେଇଛନ୍ତି । କୋର୍ଟଙ୍କ ଆଦେଶ ମୁତାବକ ୨୦୦୩ ମସିହାରୁ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କୌଣସି ସରକାରୀ ମନ୍ତ୍ରଣାଳୟ ବା ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ ଆବଶ୍ୟକତା ନାହିଁ ।

ଏହାବି ପଢନ୍ତୁ- ରାଜ୍ୟ ସରକାର ଏକ ଲିଜ୍‌ରେ ଚାଲୁଥିବା ସରକାର : ମନମୋହନ ସାମଲ

ଓଡ଼ିଶାରେ ୨୨୭ଜଣ ଆଇଏଏସ୍ ଓ ଓଏଏସ୍ ଯେଉଁମାନେ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ରାଜ୍ୟ ଭିଜିଲାନ୍ସ ଧରିଛି ଓ ଯେଉଁମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ ମଗାଯାଇଛି, ବର୍ତ୍ତମାନ କୋର୍ଟଙ୍କ ଆଦେଶ ଫଳରେ ଏବେ ମଞ୍ଜୁରୀର ଆବଶ୍ୟକତା ନାହିଁ । ମୁଖ୍ୟମନ୍ତ୍ରୀ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଉ ମଞ୍ଜୁରୀ ପ୍ରାପ୍ତିର ଆବଶ୍ୟକତା ନାହିଁ ଓ ରାଜ୍ୟ ଭିଜିଲାନ୍ସ ୨୦୦୩ ମସିହାରୁ ଅତ୍ୟାବଧି ଦୁର୍ନୀତି ଲିପ୍ତ ଅଦ୍ୟାବଧି ସମସ୍ତ ଅଫିସରଙ୍କ ବିରୋଧରେ ତୁରନ୍ତ ଚାର୍ଜସିଟ ଫାଇଲ କରି ଦଣ୍ଡବିଧାନ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details