ଓଡିଶା

odisha

ETV Bharat / state

ଭାରତ ଯୋଡ ଅଭିଯାନର ଅର୍ଥ ରାହୁଲ କହିପାରିବେନି: ପୃଥ୍ବୀରାଜ - bharat jodo yatra

ଆଜିଠୁ ରାଜ୍ୟ କଂଗ୍ରେସ ଭାରତ ଯୋଡ ଯାତ୍ରା ଆରମ୍ଭ କରିଛି । ଏହାକୁ କଟାକ୍ଷ କରିଛି ରାଜ୍ୟ ବିଜେପି । କଂଗ୍ରେସ ଭାରତ ଯୋଡ ଯାତ୍ରାରେ କୌଣସି ପ୍ରକାର ପ୍ରାସଙ୍ଗିକତା ନଥିବା କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ଅଧିକ ପଢନ୍ତୁ

ପୃଥ୍ବୀରାଜ ହରିଚନ୍ଦନ
ପୃଥ୍ବୀରାଜ ହରିଚନ୍ଦନ

By

Published : Oct 31, 2022, 1:22 PM IST

Updated : Oct 31, 2022, 1:29 PM IST

ଭୁବନେଶ୍ବର: ସତ୍ତା ଫେରି ପାଇବାକୁ କସରତ କରୁଛି କଂଗ୍ରେସ । ନିଶ୍ଚିହ୍ନ ହୋଇଯାଇଥିବା ରାଜନୈତିକ ଦଳ କଂଗ୍ରେସ ପୁଣି ଥରେ ଅଣ୍ଟା ସଳଖିବାକୁ ପ୍ରୟାସ ଆରମ୍ଭ କରିଛି । ସେପ୍ଟେମ୍ବର 7ରୁ କଂଗ୍ରେସ ଭାରତ ଯୋଡ ଯାତ୍ରା ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ ଆଜିଠୁ ରାଜ୍ୟ କଂଗ୍ରେସ ଭାରତ ଯୋଡ ଯାତ୍ରା ଆରମ୍ଭ କରିଛି । ଏହାକୁ ନେଇ କଟାକ୍ଷ କରିଛି ରାଜ୍ୟ ବିଜେପି । ଏକ ନିଶ୍ଚିହ୍ନ ହୋଇଯାଉଥିବା ରାଜନୈତିକ ଦଳର ଏ ଭାରତ ଯୋଡ ଯାତ୍ରାରେ କୌଣସି ପ୍ରକାର ପ୍ରାସଙ୍ଗିକତା ନଥିବା କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।

କଂଗ୍ରେସ ଭାରତ ଯୋଡ ଯାତ୍ରାରେ କୌଣସି ପ୍ରକାର ପ୍ରାସଙ୍ଗିକତା ନାହିଁ

କଂଗ୍ରେସର ଏହି ଭାରତ ଯୋଡ ଯାତ୍ରାକୁ ନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଆହୁରି କହିଛନ୍ତି, ''ବିଭିନ୍ନ ପ୍ରଦେଶରେ ବିଶେଷ କରି ଓଡିଶା ପ୍ରଦେଶରେ ନିଶ୍ଚିହ୍ନ ହୋଇଯାଇଛି କଂଗ୍ରେସ । ଦଳର ଆଜି ସତ୍ତା ନାହିଁ । ବିଜୁ ଜନତା ଦଳର ବି ଟିମ ଭାବରେ ନିର୍ବାଚନ ଲଢୁଛି କଂଗ୍ରେସ । କେତେବେଳେ ବିଜୁ ଜନତା ଦଳ ସହ ତାଙ୍କର ବୁଝାମଣା ହୋଇଯାଉଛି ତ ପୁଣି କେତେବେଳେ ବିଜେଡି ପାଖରେ ସେମାନେ ଆତ୍ମସମର୍ପଣ କରୁଛନ୍ତି । ଦଳର ଆଜି ଏପରି ଅବସ୍ଥା ହୋଇଛି । ଏଭଳି ଏକ ନିଶ୍ଚିହ୍ନ ଚିହ୍ନ ବର୍ଣ୍ଣ ଲୁପ୍ତ ରାଜନୈତିକ ଦଳର ଭାରତ ଯୋଡ ଯାତ୍ରାର କୌଣସି ପ୍ରାସଙ୍ଗିକତା ନାହିଁ । ଦେଶକୁ ଲମ୍ବା ସମୟ ଧରି ଶୋଷଣ କରିଥିବା, ଲୁଣ୍ଠିବା, ଭ୍ରଷ୍ଟାଚାରରେ ବୁଡାଇବା ଯେଉଁ ରାଜନୈତିକ ଦଳର ମୁଖ୍ୟ ଧର୍ମ ଥିଲା ସେ ଦଳ ଆଜି ଭାରତ ଯୋଡ ଯାତ୍ରା ନାମରେ ଯେଉଁ ଅଭିଯାନ ଆରମ୍ଭ କରିଛି ତାର ଅର୍ଥ ଖୋଦ ରାହୁଲ ଗାନ୍ଧୀ ମଧ୍ୟ କହି ପାରିବେ ନାହିଁ । ଓଡିଶା ପ୍ରଦେଶରେ ଏହାକୁ ସମର୍ଥନ ମିଳିବ ନାହିଁ ।''

ଏହା ବି ପଢନ୍ତୁ...Dhamnagar Bypoll: BJD ନାଁରେ BJPର ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋ

ପ୍ରକାଶ ଥାଉ କି, ରାଜ୍ୟ କଂଗ୍ରେସ ଆଜିଠୁ ଭାରତ ଯୋଡ ଯାତ୍ରା ଆରମ୍ଭ କରିଛି । ଆଇଜି ପାର୍କରୁ ଓଡିଶା କଂଗ୍ରେସ ଯାତ୍ରା ଆରମ୍ଭ ହୋଇଛି । ଏଥିରେ କଂଗ୍ରେସ ପ୍ରଭାରୀ ଏ.ଚେଲ୍ଲା କୁମାର, ଏଆଇସିସି ସମ୍ପାଦକ ରୁଦ୍ର ରାଜୁ ଯୋଗ ଦେଇଛନ୍ତି । ପ୍ରଥମ ଦିନରେ 12 କିଲୋମିଟର ଚାଲିବାକୁ ଯୋଜନା କରାଯାଇଛି । କେନ୍ଦ୍ର ସରକାରଙ୍କ ଦରଦାମ ବୃଦ୍ଧି କିପରି ଲୋକଙ୍କୁ ହନ୍ତସନ୍ତ କରୁଛି ସେ ନେଇ ଲୋକଙ୍କୁ ଅବଗତ କରିବ ଦଳ । 2024 ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ବହୁ ପ୍ରତୀକ୍ଷିତ 150 ଦିନିଆ ‘ଭାରତ ଯୋଡ଼ ଯାତ୍ରା’ ଆରମ୍ଭ କରିଛି । ଏଥିରେ ଦଳ 10 ରାଜ୍ୟ ଓ 2 କେନ୍ଦ୍ର ଶାସିତ ଅଞ୍ଚଳ ପରିକ୍ରମା କରିବ । ଆସନ୍ତା ବର୍ଷ ଫେବୃଆରୀ ପହିଲା ସୁଦ୍ଧା ଯାତ୍ରା ଶେଷ କରିବାକୁ ଲକ୍ଷ୍ୟ ରଖିଛି ଦଳ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 31, 2022, 1:29 PM IST

ABOUT THE AUTHOR

...view details