ଓଡିଶା

odisha

ETV Bharat / state

ବଳ ଦେଉଛନ୍ତି ଚାଷୀ, ବିଧାନସଭା ସମ୍ମୁଖରେ ବିଜେପିର ସତ୍ୟାଗ୍ରହ ଜାରି - Odisha BJP Satyagraha Outside Assembly

ବିଧାନସଭା ସମ୍ମୁଖରେ ବିଜେପିର ସତ୍ୟାଗ୍ରହ ୨ ଦିନରେ ପହଞ୍ଚିଛି । ଏଥିରେ ପ୍ରତିଦିନ ବିଭିନ୍ନ ଜିଲ୍ଲାରୁ ଚାଷୀ ଓ ଚାଷୀ ନେତା ଆସି ସାମିଲ ହେଉଛନ୍ତି(Odisha BJP Satyagraha) । ଅଧିକ ପଢନ୍ତୁ

ବିଧାନସଭା ସମ୍ମୁଖରେ ବିଜେପିର ସତ୍ୟାଗ୍ରହ ଜାରି
ବିଧାନସଭା ସମ୍ମୁଖରେ ବିଜେପିର ସତ୍ୟାଗ୍ରହ ଜାରି

By

Published : Nov 19, 2022, 9:45 PM IST

ଭୁବନେଶ୍ବର: ବିଧାନସଭା ସମ୍ମୁଖରେ ବିଜେପିର ସତ୍ୟାଗ୍ରହ ୨ ଦିନରେ ପହଞ୍ଚିଛି(Odisha BJP Satyagraha) । ଏଥିରେ ପ୍ରତିଦିନ ବିଭିନ୍ନ ଜିଲ୍ଲାରୁ ଚାଷୀ ଓ ଚାଷୀ ନେତା ଆସି ସାମିଲ ହେଉଛନ୍ତି । ଦାପି ପୂରଣ ନହେଲା ଯାଏଁ ଏହି ସତ୍ୟାଗ୍ରହ ବଳବତ୍ତର ରହିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

ବିଧାନସଭା ସମ୍ମୁଖରେ ବିଜେପିର ସତ୍ୟାଗ୍ରହ ଜାରି

ବିଜେପି ଅଭିଯୋଗ କରିଛି ଚାଷୀଙ୍କୁ ମୋହାରା ବନାଇ ନିର୍ବାଚନ ବୈତରଣୀ ପାର ହେବାର କଳ୍ପନା କରୁଛି ବିଜେଡି । ରାଜ୍ୟ ସରକାର ଯଦି କୁମ୍ଭକର୍ଣ୍ଣ ନିଦ୍ରାରୁ ନଉଠନ୍ତି ତାହାଲେ ବିଜେପି ସମସ୍ତ ଜିଲ୍ଲା ଓ ସବଡିଭିଜନରେ ସତ୍ୟାଗ୍ରହ କରିବ ବୋଲି କହିଛି । ଦଳ ଅଭିଯୋଗ କରିଛି ଓଡିଶାରେ ଚାଷୀଙ୍କୁ ସର୍ବଦା ଅବହେଳିତ କରୁଛନ୍ତି ରାଜ୍ୟ ସରକାର । ମଣ୍ଡି ସମସ୍ୟା, ବିହନ ଓ ସାର ଅଭାବ, କଟନି ଛଟନି, ଅବ୍ୟବସ୍ଥିତ ଟୋକନ ବ୍ୟବସ୍ଥା, ବେପାରୀ-ମିଲର-ରାଜ୍ୟ ସରକାରଙ୍କ ମଧୁଚନ୍ଦ୍ରିକା ଭଳି ଚାଷୀମାରଣ ନୀତି କାରଣରୁ ଚାଷୀଙ୍କ ଭବିଷ୍ୟତ ଲୋପ ହେବାକୁ ବସିଲାଣି ବୋଲି ବିଜେପି ଅଭିଯୋଗ କରିଛି । ଦୀର୍ଘ ୨୨ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେଡି ସରକାର ଚାଷୀଙ୍କ ଲାଗି କୌଣସି ବ୍ୟବସ୍ଥା ନକରି ସର୍ବଦା କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦିବାରେ ବ୍ୟସ୍ତ । ନିର୍ବାଚନ ଆସିଲେ ବିଜୁ ଜନତା ଦଳର ଚାଷୀଙ୍କ କଥା ମନେ ପଡେ ବୋଲି ଦଳ କହିଛି ।

ବିଧାନସଭା ସମ୍ମୁଖରେ ବିଜେପିର ସତ୍ୟାଗ୍ରହ ଜାରି

ଏଥର ମଧ୍ୟ ଉପନିର୍ବାଚନ ବୈତରଣୀ ପାର ହେବା ପାଇଁ ବିଜୁ ଜନତା ଦଳ ଚାଷୀଙ୍କୁ ନୂଆ ପ୍ରତାରଣାର ବାଣୀ ଶୁଣାଇବା ସହ ମିଥ୍ୟା ପ୍ରତିଶ୍ରୁତି ଦେଇ ନିର୍ବାଚନ ପାରହେବାର ହୀନ ଚକ୍ରାନ୍ତ କରୁଛି । ଓଡ଼ିଶାର ଚାଷୀ ସବୁଠୁ ଅବହେଳିତ ବର୍ଗ । ଓଡିଶାର ୭୦ ପ୍ରତିଶତ ଅଧିକ ଜନସାଧାରଣ ଚାଷ ସହ ସମ୍ପୃକ୍ତ ଓ ନିଜେ ଚାଷୀ । କିନ୍ତୁ ରାଜ୍ୟ ସରକାର ଚାଷୀଙ୍କୁ ଅଣଦେଖା କରିବା ସହ ସମ୍ପୂର୍ଣ୍ଣ ଚାଷୀମାରଣ ନୀତି ଅବଲମ୍ବନ କରୁଛନ୍ତି ବୋଲି ଦଳୀୟ ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି । ଆଜିର ସତ୍ୟାଗ୍ରହ ଆନ୍ଦୋଳନରେ ପୁରୀ ଜିଲ୍ଲା ନିମାପଡା ଓ କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଚାଷୀ ସାମିଲ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details