ଓଡିଶା

odisha

ETV Bharat / state

ଓଡିଶାକୁ ନେଇ ବଢିଲା କି ବିଜେପିର ଆଶା, ମନମୋହନ ସାମଲଙ୍କୁ ଦିଲ୍ଲୀ ଡାକରା

ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଜେପି ସଭାପତି ଓ ଦଳୀୟ ବିଧାୟକ ମାନେ ଦିଲ୍ଲୀ ଗସ୍ତ କରିଛନ୍ତି । ଦିଲ୍ଲୀ ଦଳୀୟ ମୁଖ୍ୟାଳୟରେ ଓଡିଶା ନେତା ମାନେ ଜାତୀୟ ସଭାପତି ଜେପି ନଡ୍ଡାଙ୍କ ସମେତ ସଂଗଠନର ବରିଷ୍ଠ ନେତା ମାନଙ୍କୁ ସାକ୍ଷାତ କରି ଆଲୋଚନା କରିବେ । ଏହି ଆଲୋଚନାରେ ଆଗାମୀ ଦିନରେ ଓଡିଶା ବିଧାନସଭା ନିର୍ବାଚନକୁ ନେଇ ରଣନୀତି ହେବ । ଅଧିକ ପଢନ୍ତୁ

ଓଡିଶାକୁ ନେଇ ବଢିଲା କି ବିଜେପିର ଆଶା, ମନ ମୋହନ ସାମଲଙ୍କୁ ଦିଲ୍ଲୀ ଡାକରା
ଓଡିଶାକୁ ନେଇ ବଢିଲା କି ବିଜେପିର ଆଶା, ମନ ମୋହନ ସାମଲଙ୍କୁ ଦିଲ୍ଲୀ ଡାକରା

By ETV Bharat Odisha Team

Published : Dec 6, 2023, 5:44 PM IST

ଓଡିଶାକୁ ନେଇ ବଢିଲା କି ବିଜେପିର ଆଶା, ମନ ମୋହନ ସାମଲଙ୍କୁ ଦିଲ୍ଲୀ ଡାକରା

ଭୁବନେଶ୍ବର: ହିନ୍ଦୀ ହାର୍ଟଲ୍ୟାଣ୍ଡ ଦଖଲ ପରେ ଏବେ ଓଡିଶା ଉପରେ ବିଜେପିର ନଜର । ଦାକ୍ଷିଣାତ୍ୟର ଦୁଃଖକୁ ପ୍ରଶମିତ କରିବା ପାଇଁ ଦଳ ଓଡିଶା ଉପରେ ପୁଣି ଆଖି ପକାଇଛି । କେମିତି ଦଳ ଓଡିଶାରେ କ୍ଷମତା ଦଖଲ କରିବା ସେନେଇ ପ୍ରସ୍ତୁତ କରୁଛି ରଣନୀତି । କେଉଁ ଷ୍ଟ୍ରାଟେଜୀରେ ଦଳ ଲଢିବ । ନବୀନଙ୍କ ବିରୋଧରେ କଣ ହେବ ପ୍ରସଙ୍ଗ । ଦଳ କଡା ମୁକାବିଲା କରିବ ନା ବନ୍ଧୁତ୍ବପୂର୍ଣ୍ଣ ନିର୍ବାଚନ ଲଢିବ ସେନେଇ ବିଚାର କରୁଥିବା ଚର୍ଚ୍ଚା ହେଉଛି । ଆଉ ଏହି ଚର୍ଚ୍ଚାକୁ ବଳ ଯୋଗାଇଛି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଦିଲ୍ଲୀ ଡାକରା । ମନମୋହନ ଓ କିଛି ଦଳୀୟ ବିଧାୟକ ଦିଲ୍ଲୀ ଗସ୍ତ କରିଛନ୍ତି । ମନମୋହନ ଓ ଟିମ ଦଳର ଜାତୀୟ ସଭାପତିଙ୍କ ସମେତ ବରିଷ୍ଠ ନେତାଙ୍କୁ ସାକ୍ଷାତ କରି ଆଲୋଚନା କରିବେ ବୋଲି ସୂଚନା ମିଳିଛି ।

ଅଧିକ ପଢନ୍ତୁ- VK Pandian VRS: ଚାକିରୀ ସହ ରାଜନୀତିକୁ ବିରୋଧ କରିଥିଲୁ, ବ୍ୟକ୍ତି ବିଶେଷକୁ ନୁହେଁ: ବିଜେପି ସଭାପତି

ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଜେପି ସଭାପତି ଓ ଦଳୀୟ ବିଧାୟକ ମାନେ ଦିଲ୍ଲୀ ଗସ୍ତ କରିଛନ୍ତି । ଦିଲ୍ଲୀ ଦଳୀୟ ମୁଖ୍ୟାଳୟରେ ଓଡିଶା ନେତା ମାନେ ଜାତୀୟ ସଭାପତି ଜେପି ନଡ୍ଡାଙ୍କ ସମେତ ସଂଗଠନର ବରିଷ୍ଠ ନେତା ମାନଙ୍କୁ ସାକ୍ଷାତ କରି ଆଲୋଚନା କରିବେ । ଏହି ଆଲୋଚନାରେ ଆଗାମୀ ଦିନରେ ଓଡିଶା ବିଧାନସଭା ନିର୍ବାଚନକୁ ନେଇ ରଣନୀତି ହେବ । ଦଳ କିଭଳି ଓ କେଉଁ ପ୍ରସଙ୍ଗରେ ନିର୍ବାଚନ ଲଢିବ ସେନେଇ ରାଜ୍ୟ ନେତା ମାନଙ୍କୁ ମାର୍ଗଦର୍ଶନ ଦେବେ କେନ୍ଦ୍ରୀୟ ନେତା। ଏହା ପରେ ଓଡିଶା ନେତା ଦିଲ୍ଲୀରୁ ଫେରିଲା ପରେ ନିର୍ବାଚନ ପାଇଁ ପୁରା ପ୍ରସ୍ତୁତି କରିବେ । ସେହିପରି ଚଳିତ ମାସ ଶେଷ ଆଡକୁ ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସିପାରନ୍ତି। ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଆସିବା ନେଇ ଦଳୀୟ ମହଲରୁ ସୂଚନା ମିଳିଛି। ତିନି ରାଜ୍ୟରେ ନିର୍ବାଚନ ଜିତିବା ପରେ ଆଗାମୀ ଦିନରେ ଓଡ଼ିଶା ପାଇଁ ଖସଡ଼ା ପ୍ରସ୍ତୁତ କରୁଛି ବିଜେପି। ଯାହା ନୂଆ ବର୍ଷରୁ ଯୋରଦାର ହେବ ବୋଲି ଦଳୀୟ ନେତା ଦମ୍ଭୋକ୍ତି ଦେଖାଉଛନ୍ତି ।

ଅଧିକ ପଢନ୍ତୁ- ଆଗାମୀ 2024 ନିର୍ବାଚନରେ ହେବ ବିସ୍ପୋରଣ: ମନ ମୋହନ ସାମଲ

ଅନ୍ୟପଟେ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତ କରିବା ପୂର୍ବରୁ ରାଜ୍ୟ କାର୍ଯ୍ୟାଳୟରେ ବସିଥିଲା ପଦାଧିକାରୀ ବୈଠକ। ବିଧାୟକ ଓ ଦଳର ବରିଷ୍ଠ ନେତା ବୈଠକରେ ସାମିଲ ହୋଇଥିଲେ । ରାଜ୍ୟରେ କେମିତି ଡବଲ ଇଞ୍ଜିନ ସରକାର ଗଠନ ହେବ ତାକୁ ନେଇ ଆଲୋଚନା ହୋଇଥିଲା ବୈଠକରେ। କେନ୍ଦ୍ର ସରକାରଙ୍କ ଯୋଜନା କେମିତି ହିତାଧିକାରୀ ପାଇବେ ଓ କେନ୍ଦ୍ରୀୟ ଯୋଜନା ନେଇ ଅବଗତ ହୋଇପାରିବେ ତାକୁ ନେଇ ଅଧିକ ଫୋକସ ଦେଇଛି ବିଜେପି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details