ଓଡିଶା

odisha

ETV Bharat / state

କୃଷକଙ୍କ ହକ ପାଇଁ ରାଜରାସ୍ତାକୁ ଓହ୍ଲାଇବ ବିଜେପି କୃଷକ ମୋର୍ଚ୍ଚା - ବିଜେପି କୃଷକ ମୋର୍ଚ୍ଚାର ଆନ୍ଦୋଳନ ଚେତାବନୀ

ରାଜ୍ୟରେ କୃଷକଙ୍କ ହକ ପାଇଁ ଖୁବଶୀଘ୍ର ରାଜରାସ୍ତାକୁ ଓହ୍ଲାଇବ ବିଜେପି କୃଷକ ମୋର୍ଚ୍ଚା । ମରୁଡ଼ି ଏବଂ ବନ୍ୟା ଅଞ୍ଚଳରେ ଗ୍ରାଉଣ୍ଡ ସ୍ତରକୁ ଯାଇ ସ୍ଥିତି ପରଖିବ । ଅଧିକ ପଢ଼ନ୍ତୁ

odisha bjp krushak morcha warns for protest
ବିଜେପି କୃଷକ ମୋର୍ଚ୍ଚାର ଆନ୍ଦୋଳନ ଚେତାବନୀ

By

Published : Aug 12, 2023, 9:20 PM IST

କୃଷକଙ୍କ ହକ ପାଇଁ ରାଜରାସ୍ତାକୁ ଓହ୍ଲାଇବ ବିଜେପି କୃଷକ ମୋର୍ଚ୍ଚା

ଭୁବନେଶ୍ବର:ରାଜ୍ୟରେ କୃଷକଙ୍କ ହକ ପାଇଁ ଖୁବଶୀଘ୍ର ରାଜରାସ୍ତାକୁ ଓହ୍ଲାଇବ ବିଜେପି କୃଷକ ମୋର୍ଚ୍ଚା । ବନ୍ୟା ଓ ମରୁଡ଼ି ମୁକାବିଲାରେ ରାଜ୍ୟ ସରକାରଙ୍କ ବିଫଳତା, ସାର ଓ ବିହନ ଯୋଗଣାରେ ଅନିୟମିତତା, ଚଢା ଦରରେ ସାର ବିକ୍ରି ଫସଲ ବୀମା ଯୋଜନାରେ ପଞ୍ଜୀକରଣ ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି କୃଷକ । ଏସବୁ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ତଳସ୍ତରରେ ବ୍ୟାପକ ଆନ୍ଦୋଳନ କରିବାକୁ ବୈଠକରେ ଆଲୋଚନା ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ:ଓବିସି ସଂରକ୍ଷଣ ପ୍ରସଙ୍ଗ ନେଇ ତାତିଲା ବିଜେପି, ସର୍ଭେ ରିପୋର୍ଟ ସାର୍ବଜନୀନ ପାଇଁ କମିଶନଙ୍କୁ ଫେରାଦ ହେଲା ଦଳ

ବିଜେପି ରାଜ୍ୟ କାର୍ଯ୍ୟାଳୟ ଠାରେ କୃଷକ ମୋର୍ଚ୍ଚା ବୈଠକ ଅନୁଷ୍ଠିତ ହୋଇଯାଇଛି । କୃଷକ ମୋର୍ଚ୍ଚା ସଭାପତି ମହେଶ୍ଵର ସାହୁଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ରାଜ୍ୟରେ ଚାଷୀଙ୍କ ସମସ୍ୟା ନେଇ ଆଲୋଚନା କରାଯାଇଛି । କେନ୍ଦ୍ରରେ ମୋଦି ସରକାର ଚାଷୀମାନଙ୍କୁ ବିହନ, ସାର, କୀଟନାଶକ ଠାରୁ ଆରମ୍ଭ କରି ବୈଷୟିକ ଓ ଆର୍ଥିକ ସହାୟତା ଯୋଗାଇ ଦେବା ସତ୍ତ୍ବେ ବି ଆଜି ଓଡ଼ିଶାରେ କୃଷକ ଭାଇଭଉଣୀଙ୍କ ସମସ୍ୟାର ଅନ୍ତ ଘଟୁନାହିଁ । ବିଜେଡିର ଚାଷୀମାରଣ ନୀତି କାରଣରୁ ରାଜ୍ୟର କୃଷକମାନଙ୍କ ଅର୍ଥନୈତିକ ବିକାଶରେ ବଡ ବାଧା ସୃଷ୍ଟି ହୋଇଥିବା କୃଷକ ମୋର୍ଚ୍ଚା ଅଭିଯୋଗ କରିଛି ।

ଏହା ମଧ୍ୟ ପଢ଼ନ୍ତୁ:ହର୍ ଘର୍ ତ୍ରିରଙ୍ଗା 2.0: ଭୁବନେଶ୍ବରରେ ବିଜେପି ଯୁବମୋର୍ଚ୍ଚାର ବାଇକ୍‌ ଶୋଭାଯାତ୍ରା

ଏନେଇ ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି କହିଛନ୍ତି, "ଶାସକ ଦଳର ମିଛ ପ୍ରତିଶୃତି ଓ ପ୍ରତାରଣାର ଶିକାର ହେଉଛନ୍ତି ଚାଷୀକୁଳ । ଚାଷୀଙ୍କ ପାଇଁ ଫସଲ ବୀମା ଟଙ୍କା ରାଜ୍ୟ ସରକାର ବହନ କରିବେ ବୋଲି ଘୋଷଣା କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଦେଲେ ନାହିଁ । ଦୀର୍ଘ ୨୩ ବର୍ଷର ଶାସନ ପରେ ବି ବିଜେଡି ସରକାର ଚାଷ ପାଇଁ ଆବଶ୍ୟକ ହେଉଥିବା ଜଳସେଚନ ବ୍ୟବସ୍ଥାକୁ ସୁଧାରି ପାରିଲେ ନାହିଁ ।" ରାଜ୍ୟର ଚାଷୀ ଭାଇଭଉଣୀଙ୍କ ସମସ୍ୟାକୁ ନେଇ ଭାରତୀୟ ଜନତା ପାର୍ଟି ସବୁବେଳେ ଲଢେଇ କରୁଛି ଏବଂ ଆଗାମୀ ଦିନରେ ଏହି ଲଢେଇକୁ ଆହୁରି ଶାଣିତ କରିବ ବୋଲି ନୂତନ ଭାବେ ଦାୟୀତ୍ୱ ନେଇଥିବା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ କହିଛନ୍ତି । ଏହାସହ ରାଜ୍ୟରେ ମରୁଡ଼ି ଏବଂ ବନ୍ୟା ଅଞ୍ଚଳରେ ଗ୍ରାଉଣ୍ଡ ସ୍ତରକୁ ଯାଇ ସ୍ଥିତି ପରଖିବ ବୋଲି କହିଛନ୍ତି ମହେଶ୍ୱର ସାହୁ । ଅନୁଷ୍ଠିତ ବୈଠକରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details