ଓଡିଶା

odisha

ETV Bharat / state

ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରସଙ୍ଗ, ସ୍ଥଗିତ ନୁହେଁ ପ୍ରତ୍ୟାହାର ହେଉ: ବିଜେପି - ସ୍ଥଗିତ ନୁଁହେ ପ୍ରତ୍ୟାହାର ହେଉ

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଆଦିବାସୀ ମାନଙ୍କୁ ଭୂମିହୀନ କରିବା ପାଇଁ ଷଡଯନ୍ତ୍ର କରିଛନ୍ତି ରାଜ୍ୟ ସରକାର l କିଭଳି ଭାବରେ ରାଜ୍ୟ ସରକାରଙ୍କ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ପ୍ରତ୍ୟାହାର ନକରିବା ଆଶ୍ଚର୍ଯ୍ୟ ଲାଗୁଛି ଅର୍ଥାତ ସ୍ଥଗିତ ମାନେ ପରେ ଲାଗୁ କରାଯାଇପାରେ l ଅଧିକ ପଢନ୍ତୁ

ଆଦିବାସୀଙ୍କ ଜମି ହସ୍ତାନ୍ତର  ପ୍ରସଙ୍ଗ, ସ୍ଥଗିତ ନୁଁହେ ପ୍ରତ୍ୟାହାର ହେଉ:  ବିଜେପି
ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରସଙ୍ଗଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରସଙ୍ଗ, ସ୍ଥଗିତ ନୁଁହେ ପ୍ରତ୍ୟାହାର ହେଉ: ବିଜେପି, ସ୍ଥଗିତ ନୁଁହେ ପ୍ରତ୍ୟାହାର ହେଉ: ବିଜେପି

By ETV Bharat Odisha Team

Published : Nov 20, 2023, 10:51 PM IST

ଭୁବନେଶ୍ବର: କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବା ଆଦିବାସୀଙ୍କ ଜମି ଅଣଆଦିବାସୀଙ୍କୁ ହସ୍ତାନ୍ତର କରାଯିବା ନିଷ୍ପତ୍ତି ସ୍ଥଗିତ ନୁହେଁ ପ୍ରତ୍ୟାହାର କରିବାକୁ ଦାବି କରିଛି ବିଜେପି l ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଆଦିବାସୀ ମାନଙ୍କୁ ଭୂମିହୀନ କରିବା ପାଇଁ ଷଡଯନ୍ତ୍ର କରିଛନ୍ତି ରାଜ୍ୟ ସରକାର l କିଭଳି ଭାବରେ ରାଜ୍ୟ ସରକାରଙ୍କ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ପ୍ରତ୍ୟାହାର ନକରିବା ଆଶ୍ଚର୍ଯ୍ୟ ଲାଗୁଛି ଅର୍ଥାତ ସ୍ଥଗିତ ମାନେ ପରେ ଲାଗୁ କରାଯାଇପାରେ l ବିଜେପି ଦାବି କରିଛି ପ୍ରତ୍ୟାହାର ତୁରନ୍ତ କରନ୍ତୁ ନ ହେଲେ ଆସନ୍ତାକାଲି ବିଧାନସଭାରେ ତୀବ୍ର ବିରୋଧ କରିବ ବିଜେପି l ବାହାରେ ମଧ୍ୟ ଜନ ଆନ୍ଦୋଳନ କରିବ ଦଳ ।

ଆଜି ପ୍ରେସମିଟ କରି ରାଜ୍ୟ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ମୁଖ୍ୟମନ୍ତ୍ରୀ ହେଉଛନ୍ତି ଆଦିବାସୀ ବିରୋଧୀ। ଆଦିବାସୀଙ୍କ ଜମି ଅଣଆଦିବାସୀଙ୍କୁ ହସ୍ତାନ୍ତର କରାଯିବା ନିଷ୍ପତ୍ତି ସ୍ଥଗିତ ନୁହେଁ ପ୍ରତ୍ୟାହାର ହେଉ । ଆଦିବାସୀ ମାନଙ୍କୁ ଭୂମିହୀନ କରିବା ପାଇଁ ଷଡଯନ୍ତ୍ର କରିଛନ୍ତି ରାଜ୍ୟ ସରକାର l

ଅଧିକ ପଢନ୍ତୁ- ଆଦିବାସୀଙ୍କ ଜମି ହସ୍ତାନ୍ତର ସମ୍ପର୍କିତ କ୍ୟାବିନେଟ ନିଷ୍ପତ୍ତିରେ ରୋକ

କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ ଆଦିବାସୀମାନେ ଅଣ ଆଦିବାସୀମାନଙ୍କୁ ନିଜର ଜମି ବିକ୍ରି କରିପାରିବେ । ଏସଂକ୍ରାନ୍ତୀୟ ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରି ମିଳିଥିଲା । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଏଣିକି ଉପଜିଲ୍ଲାପାଳଙ୍କୁ ଆବେଦନ କରି ଜଣେ ଆଦିବାସୀ ନିଜର ଜମି ଅଣ ଆଦିବାସୀଙ୍କୁ ବିକି ପାରିବେ । ଯଦି ୬ ମାସ ଭିତରେ ଉପଜିଲ୍ଲାପାଳ ଏନେଇ କୌଣସି ନିଷ୍ପତ୍ତି ନ ନିଅନ୍ତି, ତେବେ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିବାକୁ ହେବ । ହେଲେ କ୍ୟାବିନେଟର ଏହି ନିଷ୍ପତ୍ତିକୁ ବିରୋଧୀ ଦଳ ଓ କେତେକ ସଙ୍ଗଠନ ବିରୋଧ କରିବା ପରେ ରାଜ୍ୟ ସରକାର କ୍ୟାବିନେଟର ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି ।

ଗତ 14 ତାରିଖରେ କ୍ୟାବିନେଟର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଥିଲେ କ୍ୟାବିନେଟରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ଅନୁସୂଚିତ ଜନଜାତି ମାନଙ୍କର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ରାଜ୍ୟରେ ଅନୁସୂଚିତ ଅଞ୍ଚଳରେ ରେଗୁଲେସନ-୨, ୧୯୫୬ ଆଇନ ପ୍ରଚଳନ ହୋଇଆସୁଛି । ୨୦୦୨ ମସିହାରେ ଏହି ଆଇନରେ କେତେକ ସଂଶୋଧନ ହୋଇଥିଲା । ଫଳରେ ଜଣେ ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତି ତାର ସ୍ଥାବର ସମ୍ପତ୍ତି କେବଳ ସେହି ବର୍ଗର ବ୍ୟକ୍ତିକୁ ହିଁ ହସ୍ତାନ୍ତର କରିପାରିବ । ଏହି ଆଇନ ଅନୁଯାୟୀ ଜଣେ ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତି, କେବଳ କୃଷି ଉଦ୍ଦେଶ୍ୟରେ ତାର ଜମିକୁ ଯେକୌଣସି ସର୍ବସାଧାରଣ ଅର୍ଥକାରୀ ସଂସ୍ଥାରେ ବନ୍ଧକ ରଖିପାରିବ । ଆଇନରେ ଏପରି ବ୍ୟବସ୍ଥା ଦ୍ବାରା ଅନୁସୂଚିତ ଜନଜାତି ବର୍ଗର ଶିକ୍ଷିତ ଯୁବକ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ଅସୁବିଧାକୁ ହୃଦୟଙ୍ଗମ କରି ଅନୁସୂଚିତ ଜନଜାତି ପରାମର୍ଶଦାତା ପରିଷଦର ସୁପାରିଶକୁ ଭିତ୍ତି କରି ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଏହି ଆଇନରେ କେତେକ ସଂଶୋଧନ କରିବାକୁ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details