ଓଡିଶା

odisha

ETV Bharat / state

ପ୍ରତି ବୁଥରୁ 50%ରୁ ଅଧିକ ଭୋଟ ପାଇଁ ବ୍ଲୁ ପ୍ରିଣ୍ଟ ତିଆରି କରିବ ବିଜେପି - 2024 Election

BJP Coordination meeting: 2024 ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଓଡ଼ିଶା ବିଜେପି । ଏଥିପାଇଁ ଆଜି ରାଜ୍ୟ କାର୍ଯ୍ୟାଳୟରେ ହୋଇଛି ବିଜେପିର ସମନ୍ବୟ ବୈଠକ । ଦଳର ରଣନୀତି ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସହପ୍ରଭାରୀ ବିଜୟପାଲ ସିଂହ ତୋମାର । ଅଧିକ ପଢ଼ନ୍ତୁ

ପ୍ରତି ବୁଥରୁ 50 ପ୍ରତିଶତରୁ ଅଧିକ ଭୋଟ ପାଇଁ ବ୍ଲୁ ପ୍ରିଣ୍ଟ ତିଆରି କରିବ ବିଜେପି
ପ୍ରତି ବୁଥରୁ 50 ପ୍ରତିଶତରୁ ଅଧିକ ଭୋଟ ପାଇଁ ବ୍ଲୁ ପ୍ରିଣ୍ଟ ତିଆରି କରିବ ବିଜେପି

By ETV Bharat Odisha Team

Published : Dec 29, 2023, 10:51 PM IST

ପ୍ରତି ବୁଥରୁ 50 ପ୍ରତିଶତରୁ ଅଧିକ ଭୋଟ ପାଇଁ ବ୍ଲୁ ପ୍ରିଣ୍ଟ ତିଆରି କରିବ ବିଜେପି

ଭୁବନେଶ୍ବର: ପାଖେଇ ଆସୁଛି 2024 ସାଧାରଣ ନିର୍ବାଚନ । ରଣନୀତି ପ୍ରସ୍ତୁତି ଆରମ୍ଭ କରିଛି ଭାରତୀୟ ଜନତା ପାର୍ଟି । ଓଡ଼ିଶାକୁ ଫୋକସରେ ରଖି ପ୍ରସ୍ତୁତି ଆରମ୍ଭ ହୋଇଥିବା ବିଜେପି ସୂତ୍ରରୁ ଖବର ପ୍ରକାଶ ପାଇଛି । ଓଡ଼ିଶା ଗସ୍ତରେ ଆସି ଶୁକ୍ରବାର ଭୁବନେଶ୍ବରରେ ପହଞ୍ଚିଛନ୍ତି ବିଜେପି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ୍‌ ସନ୍ତୋଷ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଏବଂ ରାଜ୍ୟ ବିଜେପି ସହପ୍ରଭାରୀ ବିଜୟପାଲ ସିଂହ ତୋମାର । ଶୁକ୍ରବାର ସମନ୍ବୟ ବୈଠକ ଶେଷ ହୋଇଥିବାବେଳେ ଆଗକୁ ବିଭିନ୍ନ ମାରାଥନ ବୈଠକ ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସହପ୍ରଭାରୀ ବିଜୟପାଲ ସିଂହ ତୋମାର ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଜେପିର ସମନ୍ବୟ ବୈଠକ ବସିଥିଲା । ଆସନ୍ତାକାଲି ପଦାଧିକାରୀ, ଜିଲ୍ଲା ସଭାପତି ଏବଂ ଜିଲ୍ଲା ପ୍ରଭାରୀଙ୍କ ବୈଠକ ହେବ । ରବିବାର ସଂଯୁକ୍ତ ମୋର୍ଚ୍ଚା ବୈଠକ ବସିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସହପ୍ରଭାରୀ ବିଜୟପାଲ ସିଂହ ତୋମାର । ବିଜେପି ସବୁବେଳେ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି । ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ହୋଇଥିବା ନିଷ୍ପତ୍ତି ଗ୍ରାଉଣ୍ଡରେ ପହଞ୍ଚାଇବା ପାଇଁ ଯୋଜନା ପ୍ରସ୍ତୁତ ହେବ ବୋଲି ସହପ୍ରଭାରୀ କହିଛନ୍ତି । ସେହିଭଳି ପ୍ରତି ବୁଥରୁ 50 ପ୍ରତିଶତରୁ ଅଧିକ ଭୋଟ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବ ବିଜେପି । ସେପଟେ ଆଜି ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭୁବନେଶ୍ଵରରେ ପହଞ୍ଚିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଦିଲ୍ଲୀରୁ ଗୁରୁମନ୍ତ୍ର ନେଇ ଓଡ଼ିଶା ଫେରିଲେ ବିଜେପି ବିଧାୟକ

ବିଜେପି ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ଓଡ଼ିଶାକୁ ଫୋକସ: ରାଜ୍ୟ ବିଜେପି ସହପ୍ରଭାରୀ ବିଜୟପାଲ ସିଂହ ତୋମାର କହିଛନ୍ତି, "2019 ଅପେକ୍ଷା 2024ରେ ରେକର୍ଡ ବିଜୟ ପାଇଁ ରଣନୀତି ହୋଇଛି । ଲୋକସଭା ଓ ବିଧାନସଭାରେ ଭିନ୍ନ ଭିନ୍ନ ରଣନୀତି ହେବ । 51 ପ୍ରତିଶତ ଭୋଟ ପାଇବା ହେଉଛି ଟାର୍ଗେଟ । ଯେଉଁଠି ଯେତେ ଆବଶ୍ୟକ, ସେହି ଅନୁଯାୟୀ ସେଠାରେ ସେତିକି ଟାର୍ଗେଟ ସେଟ୍‌ କରାଯିବ । ସେଥିପାଇଁ ରଣନୀତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଡିଶାକୁ ଅଧିକ ଗୁରୁତ୍ବ ଦିଆଯିବ । କେନ୍ଦ୍ର ନେତୃତ୍ବ ଖୁବଶୀଘ୍ର ଓଡିଶା ଆସିବେ । ଓଡିଶାରେ ଅଦ୍ଭୁତପୂର୍ବ ଫଳାଫଳ ହେବ । ଆଗାମୀ ଦିନରେ ବିଜେପିର ଐତିହାସିକ ବିଜୟ ହେବ । ଯାହା ଲୋକମାନେ ଆକଳନ କରିନଥିବେ । 2024ରେ ରେକର୍ଡ ସଂଖ୍ୟକ ସିଟ୍‌ ଜିତିବ ବିଜେପି । ସେଥିପାଇଁ ରଣନୀତି ପ୍ରସ୍ତୁତ ହୋଇ ସାରିଛି । ଓଡ଼ିଶାରେ ଦଳର ସଙ୍ଗଠନ ଏବଂ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ନେଇ ଶୀର୍ଷ ନେତୃତ୍ଵଙ୍କ ସହ ବିଧାୟକ ମାନେ ଆଲୋଚନା କରିଥିଲେ । 2024 ନିର୍ବାଚନରେ ଜୋରଦାର ଲଢେଇ ହେବ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details