ଭୁବନେଶ୍ବର:୨୦୨୪ ପାଇଁ ବିଜେପିର ଯୋଦ୍ଧା ପ୍ରସ୍ତୁତ । ଗଠନ ହେଲା ରାଜ୍ୟ ବିଜେପିର ନୂଆ ଟିମ୍ । ଗୃହମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ ପୂର୍ବରୁ ଆଜି ମନମୋହନ ସାମଲ ରାଜ୍ୟ ବିଜେପି ପଦାଧିକାରୀଙ୍କ ତାଲିକା ଜାରି କରିଛନ୍ତି । ମନମୋହନଙ୍କ ନୂଆ ଟିମରେ ୩୫ ଜଣଙ୍କୁ ସ୍ଥାନ ମିଳିଛି । ତାଲିକାରେ ୧୦ ଜଣ ଉପସଭାପତି ଥିବାବେଳେ ୫ ଜଣ ସାଧାରଣ ସମ୍ପାଦକ ଅଛନ୍ତି । ବିଧାୟକ ନାଉରି ନାୟକ, ସାଂସଦ ଅପରାଜିତା ଷଡଙ୍ଗୀ, ରବି ନାରାୟଣ ନାୟକ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗୋଲକ ପ୍ରସାଦ ମହାପାତ୍ର, କୁସୁମ ଟେଟେ, ଲେଖାଶ୍ରୀ ସାମନ୍ତସିଂହାର, ସୁକେଶ ଓରାମ ଓ ବିରଞ୍ଚି ନାରାୟଣ ତ୍ରିପାଠୀଙ୍କୁ ଉପସଭାପତି ଦାୟିତ୍ବ ମିଳିଛି ।
ସେହିପରି ସାଧାରଣ ସମ୍ପାଦକ ତାଲିକାରେ ଜତିନ ମହାନ୍ତି, ସାରଦା ପ୍ରସାଦ ଶତପଥି, ପୂର୍ଣ୍ଣିମା କେର୍କେଟା, ସୀମାଞ୍ଚଳ ଖଟେଇ, ମାନସ କୁମାର ମହାନ୍ତିଙ୍କ ନାମ ରହିଛି । ଏହାବ୍ୟତୀତ ରାଜ୍ୟ ବିଜେପି ମୋର୍ଚ୍ଚାର ୩ ଜଣ ସଭାପତି ବଦଳିଛନ୍ତି । ବିଜେପି ଯୁବମୋର୍ଚ୍ଚା ସଭାପତି ହୋଇଛନ୍ତି ଅଭିଳାଷ ପଣ୍ଡା । ମହିଳା ମୋର୍ଚ୍ଚା ସଭାପତି ଐଶ୍ବର୍ଯ୍ୟା ବିଶ୍ବାଳ ଓ କିଷାନ ମୋର୍ଚ୍ଚାର ସଭାପତି ମହେଶ୍ବର ସାହୁ ହୋଇଛନ୍ତି । ଏସଟି ମୋର୍ଚ୍ଚା ପାଇଁ ନିତ୍ୟାନନ୍ଦ ଗଣ୍ଡଙ୍କୁ ସଭାପତି ଦାୟିତ୍ବ ମିଳିଛି । ବିଭୁପ୍ରସାଦ ତରାଇଙ୍କୁ ଏସ୍ସି ମୋର୍ଚ୍ଚା ସଭାପତି କରାଯାଇଛି । ସୁରଥ ବିଶ୍ବାଳ ଓବିସି ମୋର୍ଚ୍ଚା ସଭାପତି ହୋଇଛନ୍ତି ।
ଏହାମଧ୍ୟ ପଢନ୍ତୁ: ବିଜେପିର ନୂଆ ଟିମ୍: ଫୋକସରେ ଲୋକସଭା ଲଢେଇ, ପୁଣି ଥରେ ବୈଜୟନ୍ତ ରାଷ୍ଟ୍ରୀୟ ଉପାଧ୍ୟକ୍ଷ