ଓଡିଶା

odisha

ETV Bharat / state

ଧାମନଗରରେ ପଞ୍ଚାୟତ ପିଛା କୋଟିଏ ଅଫର ଦେଉଛି ବିଜେଡି: BJP - ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି

ଧାମନଗରରେ ଖୋଲାଖୋଲି ଆଚରଣବିଧି ଉଲ୍ଲଂଘନ ହେଉଥିବା ବିଜେପିର ଅଭିଯୋଗ । ବିଜେଡି କର୍ମୀ ସମ୍ମିଳନୀରେ ପଞ୍ଚାୟତ ପିଛା କୋଟିଏ ଟଙ୍କା ଅଫର ଦିଆଯାଉଥିବା କହିଲେ ସମୀର ମହାନ୍ତି । ଅଧିକ ପଢନ୍ତୁ

ଉପନିର୍ବାଚନରେ ବିଜେଡି ଟଙ୍କା ବାଣ୍ଟୁଥିବା ଅଭିଯୋଗ, ସିଇଓଙ୍କ ଠାରେ ଫେରାଦ ହେଲା ବିଜେପି
ଉପନିର୍ବାଚନରେ ବିଜେଡି ଟଙ୍କା ବାଣ୍ଟୁଥିବା ଅଭିଯୋଗ, ସିଇଓଙ୍କ ଠାରେ ଫେରାଦ ହେଲା ବିଜେପି

By

Published : Oct 25, 2022, 1:57 PM IST

ଭୁବନେଶ୍ବର:ଧାମନଗର ଉପନିର୍ବାଚନରେ ଟଙ୍କା କାରବାର ନେଇ ବିଜେପିର ସାଙ୍ଘାତିକ ଅଭିଯୋଗ । ଧାମନଗରରେ ଖୋଲାଖୋଲି ଆଚରଣବିଧି ଉଲ୍ଲଂଘନ ହେଉଛି । ଯେଉଁମାନଙ୍କ ହାତରେ ନିର୍ବାଚନ ଦାୟିତ୍ବ ଅଛି, ସେମାନେ ହିଁ ଏହାର ଉଲ୍ଲଂଘନ କରୁଛନ୍ତି । ବିଜେଡି କର୍ମୀ ସମ୍ମିଳନୀରେ ପଞ୍ଚାୟତ ପିଛା କୋଟିଏ ଟଙ୍କା ଅଫର ଦିଆଯାଉଛି(BJP accuses BJD of distributing cash) । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଠାରେ ଫେରାଦ ପରେ ଆଜି ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଜେଡି ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।

ସମୀର ମହାନ୍ତିଙ୍କ ନେତୃତ୍ବରେ ବିଜେପି ସିଇଓଙ୍କୁ ଭେଟି ଅଭିଯୋଗ ପତ୍ର ପ୍ରଦାନ କରିଛି । ବିଜେପି ଅଭିଯୋଗ କରିଛି ଯେ, ''ଆଦର୍ଶ ଆଚରଣ ବିଧିର ଖୁଲମଖୁଲ୍ଲା ଉଲ୍ଲଂଘନ ହେଉଛି । ଯେଉଁମାନଙ୍କ ହାତରେ ନିରପେକ୍ଷ ଓ ସ୍ବଚ୍ଛ ନିର୍ବାଚନ କରିବାର ଦାୟିତ୍ବ, ସେମାନେ ହିଁ ଆଇନ ଭାଙ୍ଗ କରୁଛନ୍ତି । ବିଜେଡି କର୍ମୀ ସମ୍ମିଳନୀରେ ପ୍ରତି ପଞ୍ଚାୟତ ପିଛା କୋଟିଏ ଟଙ୍କାର ଅଫର ଦିଆଯାଉଛି । ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡାଇ, ସାଂସଦ ସୁଲତା ଦେଓ ଓ ଅନ୍ୟ ନେତାମାନେ ଏହି କର୍ମୀ ସମ୍ମିଳନୀରେ ଉପସ୍ଥିତ ଥିଲେ ।''

ଉପନିର୍ବାଚନରେ ବିଜେଡି ଟଙ୍କା ବାଣ୍ଟୁଥିବା ଅଭିଯୋଗ, CEOଙ୍କ ଠାରେ ଫେରାଦ ହେଲା ବିଜେପି

ଏହାମଧ୍ୟ ପଢନ୍ତୁ: ରକ୍ତମୁଖା ଲାଲ୍‌ ବାହିନୀ, ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା

ଏହି ଘଟଣାର ଭିଡିଓ ଓ ଫଟୋ ଭାଇରାଲ ହେଉଥିବା ସତ୍ତ୍ବେ ଜିଲ୍ଲା ପ୍ରଶାସନ ଓ ସିଇଓ କୌଣସି ପଦକ୍ଷେପ ନେଉନଥିବା ବିଜେପି କହିଛି । ଜିଲ୍ଲା ପ୍ରଶାସନ, ସିଭିଲ ପ୍ରଶାସନ ବିଜେଡ଼ି ପାଇଁ ପ୍ରଚାର କାର୍ଯ୍ୟରେ ଲାଗି ଯାଇଛନ୍ତି । ତେଣୁ ବାଡ଼ ଯଦି ଫସଲ ଖାଇବ ତେବେ କହିବା କାହାକୁ ବୋଲି ସମାଲୋଚନା କହିଛନ୍ତି ସମୀର ମହାନ୍ତି । ସେ କହିଛନ୍ତି ଯେ, "ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଫୋଟୋ ଓ ପ୍ରମାଣକୁ ଆଧାର କରି ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଆଶା ଅଛି । ଯଦି କାର୍ଯ୍ୟାନୁଷ୍ଠାନ ନେବେ ନାହିଁ, ତେବେ 48 ଘଣ୍ଟା ପରେ ବିଜେପି ECIଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି ଚେତାବନୀ ଦେଇଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details