ଭୁବନେଶ୍ୱର: ଆୟୁଷ୍ମାନ ଭାରତ ହେଲ୍ଥ ଆକାଉଣ୍ଟ ବା ‘ଆଭା’ ନମ୍ବର ସଂଯୋଗରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନରେ ରହିଛି । ଭାରତର ଶ୍ରେଷ୍ଠ ୧୦ ମାନ୍ୟତା ରହିଥିବା ଜିଲ୍ଲାର ଓଡ଼ିଶାର ରହିଛି । ଏହି ଆକାଉଣ୍ଟ ଖୋଲିବା ଦ୍ବାରା ଜଣେ ବ୍ୟକ୍ତିଙ୍କୁ ହସ୍ପିଟାଲରେ ପଞ୍ଜୀକରଣ ପାଇଁ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ିବ ନାହିଁ। ଭାରତର ଶ୍ରେଷ୍ଠ ୧୦ ଜିଲ୍ଲା ମଧ୍ୟରେ ସବୁ ଜିଲ୍ଲା ଓଡ଼ିଶାର ଥିବାରୁ ଭାରତ ସରକାରଙ୍କର ସ୍ବାସ୍ଥ୍ୟ ଓ ପରିବାର ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଓଡ଼ିଶାକୁ ପୁରସ୍କୃତ କରାଯାଇଛି ।
ତେବେ ସରକାରଙ୍କ ଦ୍ଵାରା ୨୧.୯୦ ଲକ୍ଷ ଆଭା ଆକାଉଣ୍ଟ (ABHA ID) ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରହିଥିବା ବେଳେ ରାଜ୍ୟରେ ଏହା ୪୩, ୬୧, ୮୯୫ ସଂଖ୍ୟାରେ ABHA ID ସୃଷ୍ଟି କରିଛି। ଯେପରିକି NCD ପୋର୍ଟାଲ, RCH ପୋର୍ଟାଲ, ଇ-ସଞ୍ଜୀବନୀ, PMNDP। ଫଳସ୍ବରୂପ ଓଡିଶା ଭାରତର ସମସ୍ତ ରାଜ୍ୟ ମଧ୍ୟରେ ଶୀର୍ଷ ସ୍ଥାନ ଅଧିକାର କରିଛି। ଭାରତର ଶ୍ରେଷ୍ଠ ୧୦ ମାନ୍ୟତା ଜିଲ୍ଲା ରାଜ୍ୟ ଓଡିଶାର (ଭଦ୍ରକ, ଯାଜପୁର , କଟକ, ଗଞ୍ଜାମ, ସୁନ୍ଦରଗଡ, ମୟୂରଭଞ୍ଜ, କେନ୍ଦ୍ରାପଡା, ବାଲେଶ୍ବର, ପୁରୀ, କେନ୍ଦୁଝର) ରହିଛି ।