ଭୁବନେଶ୍ବର: ଲଗାତାର ଦ୍ବିତୀୟ ଦିନ ଗୃହ ଅଚଳ ପରେ ଆଜି ଚତୁର୍ଥ ଦିନରେ ଗୃହକାର୍ଯ୍ୟ ଚାଲିଥିଲା । ପ୍ରଶ୍ନକାଳ ସ୍ବାଭାବିକ ହୋଇଥିଲା । ଶିଳ୍ପ ବିଭାଗ ସମ୍ପର୍କରେ ଆଲୋଚନା ହୋଇଥିଲା । ଗୃହରେ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ । ରାଜ୍ୟରେ 848 ବୃହତ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି । ଏହା ଦ୍ବାରା 9 ଲକ୍ଷ 14 ହଜାର ନିଯୁକ୍ତି ସୃଷ୍ଟି ହେବ । ଏନେଇ 21 ଲକ୍ଷ 73 ହଜାର କୋଟି ଟଙ୍କା ପୁଞ୍ଜି ନିବେଶ ହୋଇସାରିଛି । ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଏକ ପ୍ରଶ୍ନର ଉତ୍ତର ରଖି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ଏହି ସୂଚନା ଦେଇଥିଲେ ।
ଭଣ୍ଡାରୀପୋଖରୀ ବିଧାୟକଙ୍କ ପ୍ରଶ୍ନରେ ଉତ୍ତର ରଖି ଶିଳ୍ପମନ୍ତ୍ରୀ କହିଥିଲେ, ''ରାଜ୍ୟରେ 848 ବୃହତ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି । ଏହା ଦ୍ବାରା 9 ଲକ୍ଷ 14 ହଜାର 895 ନିଯୁକ୍ତି ସୃଷ୍ଟି ହେବ । ଏନେଇ 21 ଲକ୍ଷ 73 ହଜାର କୋଟି ଟଙ୍କା ପୁଞ୍ଜି ନିବେଶ ହୋଇସାରିଛି । ଏହା ଗୋଟିଏ ରାତିରେ ହେଉନାହିଁ । ଶିଳ୍ପାୟନକୁ ମିଶନ ମୋଡ୍ରେ ଚାଲୁ କରିବାକୁ 2015ରୁ ଆରମ୍ଭ ହୋଇଛି । 2016ରୁ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏନେଇ ଇଣ୍ଡଷ୍ଟ୍ରୀ ଉପଯୋଗୀ ପଦକ୍ଷେପ ନିଆଯାଉଛି । ଶକ୍ତି, ପ୍ରାକୃତିକ ସମ୍ପତ୍ତିକୁ ଦେଖି ପଲିସି ତିଆରି ହୋଇଛି । ରାଜ୍ୟକୁ ଜୋନ୍ରେ ପରିଣତ କରାଯାଉଛି । ସବୁ ଜିଲ୍ଲାରେ ଅତନ୍ତ ଗୋଟିଏ ଇଣ୍ଡଷ୍ଟ୍ରୀ ସ୍ଥାପନ ହେବ ।''