ଓଡିଶା

odisha

ETV Bharat / state

ସର୍ବଦଳୀୟ ବୈଠକ ପରେ ସ୍ବାଭାବିକ ହେଲା ଗୃହକାର୍ଯ୍ୟ

ଗୃହକାର୍ଯ୍ୟ ସ୍ବାଭାବିକ କରିବା ଲାଗି ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ବୈଠକ ପରେ ଏବେ ଗୃହ କାର୍ଯ୍ୟ ସ୍ବାଭାବିକ । ଅଧିକ ପଢନ୍ତୁ

ସର୍ବଦଳୀୟ ବୈଠକ
ସର୍ବଦଳୀୟ ବୈଠକ

By

Published : Nov 28, 2022, 12:08 PM IST

ଭୁବନେଶ୍ବର: ଶିକ୍ଷକଙ୍କ ଆନ୍ଦୋଳନ ନେଇ ଗୃହରେ ଉଦବେଗ । ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଲେ ବିରୋଧୀ । ପ୍ରଶ୍ନକାଳ ଧୋଇଯିବା ପରେ ଶୂନ୍ୟକାଳ ଆରମ୍ଭରୁ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ତେବେ ବୈଠକ ପରେ ଗୃହକାର୍ଯ୍ୟ ସ୍ବାଭାବିକ ହୋଇଛି । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସାମାଜିକ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା, ସୁଦାମ ମାରାଣ୍ଡି, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର, ସିପିଏମ ନେତା ଲକ୍ଷ୍ମଣ ମୁଣ୍ଡା ଉପସ୍ଥିତ ଥିଲେ ।

ଏହାମଧ୍ୟ ପଢନ୍ତୁ:ଶିକ୍ଷକ ଆନ୍ଦୋଳନ ନେଇ ଗୃହରେ ହଟ୍ଟଗୋଳ, ଧୋଇଗଲା ପ୍ରଶ୍ନକାଳ

ସୂଚନା ଥାଉକି, ଆଜି ଗୃହ ଆରମ୍ଭରୁ ପ୍ରାଥମିକ ଶିକ୍ଷକଙ୍କ ଦାବିକୁ ନେଇ ବିଧାନସଭାରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ କରିଥିଲେ । ଗୃହ ଆରମ୍ଭରୁ ପୋଡିୟମ ନିକଟକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ଦଳ । ଶିକ୍ଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ଦାବି ସମାଧାନ ନହେବା ପର୍ଯ୍ୟନ୍ତ ଗୃହକୁ ଅଚଳ କରାଯିବ ବୋଲି ବିରୋଧୀ ଚେତାବନୀ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details