ଭୁବନେଶ୍ବର: ବିଧାନସଭା (Odisha Assembly winter session ) ରେ ଉଠିଲା ପଦ୍ମପୁରରେ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ ପ୍ରସଙ୍ଗ । ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସେପଟେ ପ୍ରସଙ୍ଗରେ ଜବାବ ରଖିଛନ୍ତି ବିରୋଧୀ ଦଳର ଉପନେତା ମୋହନ ମାଝୀ ।
ପଦ୍ମପୁର ପ୍ରଚାର ପାଇଁ ଆସିଥିବା ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ ପ୍ରସଙ୍ଗକୁ ବିଧାନସଭାରେ ଉଠାଇଛନ୍ତି ନରସିଂହ ମିଶ୍ର । ନରସିଂହ କହିଛନ୍ତି ‘‘ଜଣେ କେନ୍ଦ୍ର ମନ୍ତ୍ରୀ ସାଧାରଣ ସଭାରେ ଗତକାଲି କହିଛନ୍ତି ଯେ, ଫସଲବୀମା ଟଙ୍କା କେନ୍ଦ୍ର ଦେଇ ଦେଇଛି, ରାଜ୍ୟ ସରକାର ତାକୁ ଦେଉ ନାହାନ୍ତି । ଏହା ଅସତ୍ୟ । ଏହାଠୁ ଦୁର୍ଭାଗ୍ୟଜନକ କଥା କିଛି ନାହିଁ । ଏପରିକି ରେଳ ଚଳାଚଳ କଥା ଯେଉଁ କୁହାଗଲା ତାହା ହାସ୍ୟାସ୍ପଦ । ଜମି ଦେବା ପାଇଁ ଚିଠି ଲେଖିଛନ୍ତି କି ନାହିଁ ମନ୍ତ୍ରୀ । ବିଜେଡିର ବରିଷ୍ଠ ନେତା କହିଲେ ଆମକୁ କେନ୍ଦ୍ର କୌଣସି ଚିଠି ଦେଇନାହିଁ । ତେଣୁ କିଏ ଠିକ୍ କହୁଛି । ଜଣେ ନେତାଙ୍କ ମାମୁଁ ଘର ସେହି ଅଞ୍ଚଳରେ ସେ ସାଧାରଣ ସଭାରେ କହିଛନ୍ତି । ମୁଖ୍ୟମନ୍ତ୍ରୀ 22 ବର୍ଷ ତଳେ 33 ପ୍ରତିଶତ ଜଳ ସେଚନ କରିବାକୁ କହିଥିବା ସେ କହିଥିଲେ ।’’
ଏହାବି ପଢନ୍ତୁ- Odisha Assembly: ବାଚସ୍ପତିଙ୍କ ରୁଲିଂ, ଶିକ୍ଷକଙ୍କ ଆନ୍ଦୋଳନ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ
ସେହିପରି ନରସିଂହ ‘‘କହିଛନ୍ତି ତେବେ ଏହା ବିଧାନସଭାରେ ରାଜ୍ୟପାଳଙ୍କ ଜରିଆରେ 2005ରେ ସରକାର କୁହାଇଥିଲେ । ସେ ସମୟରେ ବିଜେଡି-ବିଜେପି ମେଣ୍ଟ ସରକାର ଥିଲା । ମେଣ୍ଟ ସରକାରରେ ବିଜେପି ଥିବାରୁ ଯଦି ଜଳସେଚନ ହୋଇନି ତେବେ ସେମାନେ ବି ଦାୟୀ । ସେହିପରି ବିଜେପିର ଜଣେ ନେତା ଅଶାଳୀନ ମନ୍ତବ୍ୟ ବି ଦେବାକୁ ପଛାଇ ନାହାନ୍ତି । ଏହା ସହ ପଦ୍ମପୁର ଉପନିର୍ବାଚନ ବେଳେ ହେଉଥିବା ରାଜନୈତିକ ହିଂସା ପ୍ରସଙ୍ଗ ଉଠାଇ ସ୍ୱଚ୍ଛ ଓ ଅବାଧ ନିର୍ବାଚନ ସହ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଦାବି କଲେ ନରସିଂହ ।’’
ନରସିଂହଙ୍କ ମନ୍ତବ୍ୟ ଉପରେ ଗୃହରେ ଜବାବ ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ‘‘ପଦ୍ମପୁର ଉପ ନିର୍ବାଚନ ପ୍ରଚାରକୁ ସବୁ ଦଳର ନେତା ଯାଇଛନ୍ତି । ସେଠି କିଏ କଣ କହିଲା ତାହା କଣ ବିଧାନସଭାରେ ଆଲୋଚନା ହେବା କଥା କି ବୋଲି ପ୍ରଶ୍ନ କରିଛନ୍ତି ମୋହନ । ପଦ୍ମପୁର କଥା କାହିଁକି ଏଠି ଆଲୋଚନା ହେଉଛି । ଏଠି ରାଜ୍ୟର ସ୍ୱାର୍ଥ କିମ୍ବା ଯେଉଁ ଶିକ୍ଷକ ଆନ୍ଦୋଳନ ଚାଲିଛି ସେ ବିଷୟରେ ଆଲୋଚନା ହେଉ । ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ ଉଠାଇ ଶିକ୍ଷାମନ୍ତ୍ରୀଙ୍କ ଅନୁପସ୍ଥିତିକୁ ସମାଲୋଚନା କଲେ । ଗାନ୍ଧୀ ମାର୍ଗରେ ଶିକ୍ଷକ ବସିଥିବାବେଳେ ପଦ୍ମପୁରରେ ଶିକ୍ଷା ମନ୍ତ୍ରୀ ପ୍ରଚାରରେ ମାତିଛନ୍ତି ବୋଲି କହିଛନ୍ତି ମୋହନ । ’’
ନରସିଂହ ଓ ମୋହନଙ୍କ ବକ୍ତବ୍ୟ ପରେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ମନ୍ତବ୍ୟ । ପଦ୍ମପୁର ଉପନିର୍ବାଚନକୁ ନିର୍ବାଚନ କମିଶନ କଣ୍ଡକ୍ଟ କରୁଛନ୍ତି । ଏଥିରେ ବାଚସ୍ପତି କଣ ରୁଲିଂ ଦେବେ ତାହା ଜଣାନାହିଁ । ଆଇନଶୃଙ୍ଖଳା ପରିସ୍ଥିତି ଉପରେ ସରକାର ସମ୍ପୂର୍ଣ୍ଣ ଧ୍ୟାନ ରଖିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର